Friday, November 22, 2024

ବିଶ୍ବରେ ଧର୍ମଭିତ୍ତିକ ଜାତୀୟତାର ସୃଷ୍ଟି

 ଲେଖା ସଂଖ୍ୟା – 4

        


(ସିଏଏ ଓ ଏନଆରସିକୁ ବିରୋଧ କରି ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଲି, ଜାନୁଆରୀ ୩୦, ୨୦୨୦)

ଇସଲାମ-ଆଡୁ-ଭୟ ବା ଇସଲାମୋଫୋବିଆ ଦେଇ ଧର୍ମ ନାମରେ ସ୍ଵତନ୍ତ୍ର ଜାତୀୟତା ସୃଷ୍ଟି କରାଯାଉଛି। ଏହି ଜାତୀୟତାରେ ଅନ୍ୟ ଧର୍ମାବଲମ୍ବୀଙ୍କର କୌଣସି ସ୍ଥାନ ନାହିଁ ବୋଲି ଯୁକ୍ତି କରାଯାଉଛି। 

ଯେମିତି କି;

ଆମେରିକାର ଉନ୍ନତି କହିଲେ ଖ୍ରୀଷ୍ଟିୟାନ ଆମେରିକୀୟଙ୍କ ବିକାଶକୁ ଟ୍ରମ୍ଫ ବୁଝାଉଛନ୍ତି। ସେ ଆଦୌ  ମୁସଲମାନ- ଆମେରିକାବାସୀକଳା-ଆମେରିକାବାସୀଏସିୟ-ଆମେରିକାବାସୀ ବା ଚୀନ - ଆମେରିକାବାସୀ କି କ୍ୟୁବା - ଆମେରିକାବାସୀଙ୍କ କଥା ସେ କହୁନାହାନ୍ତି। ଖ୍ରୀଷ୍ଟିୟାନ ଆମେରିକାନ ଏହି କଥାକୁ ଗ୍ରହଣ ମଧ୍ୟ କରୁଛନ୍ତି। 

ଭାରତର ବିକାଶ କହିଲେ କେବଳ "ଜୟ ଶ୍ରୀରାମ" କହୁଥିବା ହିନ୍ଦୁଙ୍କର ବିକାଶର କଥା କୁହାଯାଉଛି। ତେଣୁ ତ ସେମାନେ ସମସ୍ତଙ୍କୁ “ଜୟ ଶ୍ରୀରାମ” ଉଚ୍ଚାରଣ କରିବା ଲାଗି କହୁଛନ୍ତି। ସହରୀ ହିନ୍ଦୁ ଉଚ୍ଚଜାତିର ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ପରିବାର ଯୁକ୍ତି କରୁଛନ୍ତି ଯେ ଭାରତ କହିଲେ ହିନ୍ଦୁଙ୍କର ଦେଶ କାରଣ ଏହାର ନାମ "ହିନ୍ଦୁସ୍ତାନ"। 

ସେଥିଲାଗି ମୁସଲମାନ ଓ ଦଳିତଙ୍କ ଉପରେ ଆକ୍ରମଣ ବଢୁଥିଲେ ମଧ୍ୟ କୌଣସି ସଙ୍ଘୀକୁ ଦଣ୍ଡିତ କରାଯାଉନାହିଁ। ଆକ୍ରମଣକାରୀ ସଙ୍ଘ ସଦସ୍ୟମାନଙ୍କ ପ୍ରତି ସରକାର ନରମ ହେଉଛନ୍ତି। 

ବର୍ମା ଓ ଶ୍ରୀଲଙ୍କାର ବିକାଶ କହିଲେ କେବଳ ଥେରବଡ ବୌଦ୍ଧଙ୍କ (Theravada Buddhismବିକାଶକୁ ବୁଝାଉଛି। ଏହି ଥେରବଡ ବୌଦ୍ଧମାନେ ନିଜକୁ ପ୍ରକୃତ ବୌଦ୍ଧାଧର୍ମବଲମ୍ବୀ ବୋଲି ଦାବି କରୁଛନ୍ତି। ସେମାନେ ଶ୍ରୀଲଙ୍କାରେ ମୁସଲମାନ ଶ୍ରୀଲଙ୍କାବାସୀ ବର୍ମାରେ ରୋହିଙ୍ଗିଆଙ୍କୁ ବାହାର ମନେକରି ଆକ୍ରମଣ କରୁଛନ୍ତି। 

 

          ଆଶ୍ଚର୍ଯ୍ୟର ବିଷୟ ଯେ ମୋର ଏହି ଗବେଷଣା ମଧ୍ୟରେ ମୁଁ ପାଇଲି ଯେ ସମସ୍ତ ଦେଶରେ ସମାନ ଭାବରେ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟ ସୃଷ୍ଟି କରାଯାଉଛି। ସବୁଠାରୁ ସମାନ ଯୁକ୍ତି କରାଯାଉଛି ଯେ,

୧. ଇସଲାମ ଏକ ହିଂସ୍ର ଧର୍ମ । ଏହି ଧର୍ମର ଉଗ୍ରବାଦ ସହିତ ସମ୍ପର୍କ ରହିଛି। କୋରାନର ନାମ ଶୁଣିନଥିବା ଲୋକ ବି ଏହିଭଳି ଯୁକ୍ତି କରୁଛନ୍ତି।

୨. ସମସ୍ତ ମୁସଲମାନ ବହୁତ ରକ୍ଷଣଶୀଳକୃରଅଶିକ୍ଷିତ ସେ ସେମାନେ ନିଜ ଦେଶର ଅନ୍ୟ ଧର୍ମକୁ ଅବମାନନା କରିଥାନ୍ତି। ଏପରିକି ଅଳ୍ପ କେତେଜଣ ଅପରାଧୀଙ୍କ ଉଦାହରଣ ଦେଇ ସମଗ୍ର ଗୋଷ୍ଠୀକୁ ଏହାଦ୍ବାରା ଆକ୍ରମଣ କରାଯାଉଛି।

୩. ମୁସଲମାନମାନେ କୌଶଳରେ ଦେଶର ସମ୍ପତ୍ତିକୁ ଅକ୍ତିଆର କରିବା ଲାଗି ଚେଷ୍ଟା କରୁଛନ୍ତି। ସେମାନେ ବାହାର ଦେଶର।

୪. ମୁସଲମାନମାନେ “ଆମ ଦେଶରେ ନିଜର ସଂଖ୍ୟା ଅଧିକ କରିବାକୁ ଚାହୁଁଛନ୍ତି” ଓ ନିଜର ଶରୀୟା ଆଇନକୁ ଲାଗୁ କରିବାକୁ ଚାହୁଁଛନ୍ତି।

୫. ମୁସଲମାନମାନେ ଉଗ୍ରପନ୍ଥୀ ଓ ସେମାନଙ୍କ ଠାରୁ ଦେଶ ପ୍ରତି ଅସୁରକ୍ଷା ରହିଛି।

 

ନିଜ ଦେଶ ଭିତରେ ନିଜ ଦେଶର ମୁସଲମାନ ଦେଶବାସୀ ବିଶ୍ଵର ଅନେକ ଦେଶରେ “ଦେଶଦ୍ରୋହୀ”, “ବାହାରିଆ”, “ଇମିଗ୍ରାଣ୍ଟ” ଓ “ଦ୍ଵିତୀୟ ଶ୍ରେଣୀ ନାଗରିକ” ଇତ୍ୟାଦିର ଆଖ୍ୟା ପାଉଛନ୍ତି। ଖ୍ରୀଷ୍ଟିୟାନ, ହିନ୍ଦୁ, ବୌଦ୍ଧ ଏ ସମସ୍ତ ଦେଶରେ ନିଜକୁ ମୂଳନୀବାସୀ, ଦେଶର ପ୍ରଥମ ଶ୍ରେଣୀ ନାଗରିକ ଇତ୍ୟାଦି ଭାବରେ ଭାବୁଛନ୍ତି ବା ସେଭଳି ମାନସିକତା ସଂଗଠିତ ଭାବରେ ସୃଷ୍ଟି କରାଯାଉଛି।

 ମୋର ପଢିବା ଭିତରେ ମୁଁ ପାଉଛି ଯେ ଭାରତ ଭଳି ଆମେରିକାୟୁରୋପର ଅନେକ ଦେଶ ଓ ଏସିଆର ଅନେକ ଦେଶରେ ଇସଲାମକୁ ନେଇ ସମାନ ମନ୍ତବ୍ୟ ରହିଛି। ତେଣୁ ଏହାକୁ ତିଆରି କରାଯାଉନଥିଲେ ସବୁଠାରେ ସମାନ ଭାବନା ଆସିବ ନାହିଁ।

ଆମେ ଧୀରେ ଧୀରେ ଅତି ସଙ୍କୁଚିତକଳହ ଓ ଧର୍ମ ନାମରେ ଆକ୍ରମଣକାରୀର ମାନସିକତା ରହିଥିବା ପୃଥିବୀ ମଧ୍ୟରେ ଆତଯାତ ହେଉଛୁ। ଏଠାରେ କିଏ କେଉଁ କାରଣରୁ ଆକ୍ରମିତ ହେବ ତାହା ଅନୁମାନ କରିବା କଠିନ।

ଦେବ ରଞ୍ଜନ 

 

 

 

Saturday, November 16, 2024

ଘୃଣାର ମାନସିକତା ସ୍ଵାଭାବିକ ନୁହେଁ ବରଂ ତିଆରି କରାଯାଉଛି

 ଲେଖା ସଂଖ୍ୟା – ୩



        ଆଜିର ଜାତୀୟ ଓ ଆଞ୍ଚଳିକ ଟିଭି ଚ୍ଯାନେଲରେ ଚାଷୀ, ଶ୍ରମିକ, ଆଦିବାସୀ, ଦଳିତ ପ୍ରସଙ୍ଗରେ ଯେଉଁଠି ଖବର ବା ଆଲୋଚନା ପ୍ରାୟତଃ ହୁଏ ନାହିଁ ସେଠାରେ କିନ୍ତୁ ଘଣ୍ଟା ଘଣ୍ଟା ଇସଲାମ ବିରୋଧୀ ଆଲୋଚନା ଲଗାତର ହେଉଛି। କେହି କଣ ଏଥିଲାଗି ଅର୍ଥ ବିନିଯୋଗ କରୁନଥିଲେ ଏହା ହେଉଥାନ୍ତା?

 

ସାମାଜିକ ଗଣମାଧ୍ୟମ ନାମରେ ଅନେକ ଫେସବୁକ ଆକାଉଣ୍ଟ, ଇନଷ୍ଟାଗ୍ରାମ, ଟ୍ବିଟର ବା ଏକ୍ସ , ଗୁଗୁଲ ବ୍ଲଗ, ମିଥ୍ୟା ରିସର୍ଚ୍ଚ ରିପୋର୍ଟ ଅର୍ଥ ଦେଇ ତିଆରି ହେଉଛି। ପ୍ରତି ପୋଷ୍ଟିଂ ଲାଗି ଅର୍ଥ ଦିଆଯାଉଛି। ଶିଳ୍ପପତିଙ୍କୁ ପୁଞ୍ଜି ବୃଦ୍ଧିରେ ଇସଲାମୋଫୋବିଆ ସାହାଯ୍ୟ କରୁନଥିଲେ ଗଣମାଧ୍ୟମ ବା ସାମାଜିକ ଗଣମାଧ୍ୟମରେ ଏହା ଏତେ ବେଶୀ ସ୍ଥାନ ପାଇନଥାନ୍ତା।

 

ଚିନ୍ତାର ବିଷୟ ଯେ ଗଣମାଧ୍ୟମ ଦ୍ଵାରା ଧାର୍ମିକ ଘୃଣାକୁ ପ୍ରସାରିତ କରାଯିବା ଦ୍ଵାରା ଆମେ ଦେଶରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ବିବାଦ, ହିଂସା, ଅପହରଣ ଓ ହତ୍ୟା ଭଳି ଘଟଣା ଅଧିକ ଘଟୁଛି।

 

        ୨୦୧୫ ମସିହା ସେପ୍ଟେମ୍ବର ୨୮ ତାରିଖ। ଏହି ଦିନ ଉତ୍ତର ପ୍ରଦେଶର ନୋଏଡା ନିକଟସ୍ଥ ଦାଦ୍ରି ଗାଁରେ ହଠାତ ୫୦ ରୁ ଉର୍ଦ୍ଧ ନିଜ ଗ୍ରାମବାସୀ ମହମ୍ମଦ ଅଖଲାକଙ୍କ ଘରକୁ ପଶିଯାଇଥିଲେ। ସେମାନେ ଘରର ଫ୍ରିଜ ମଧ୍ୟରେ ଗୋମାଂସ ରହିଥିବା ଅଭିଯୋଗରେ ମହମ୍ମଦ ଅଖଲାକଙ୍କୁ ନିଜର ପୁଅ ଝିଅଙ୍କ ସାମ୍ନାରେ ପିଟିପିଟି ମାରିଦେଲେ। ପରେ ଉତ୍ତର ପ୍ରଦେଶ ସରକାରଙ୍କ ପଶୁ ଚିକିସ୍ଛା ବିଭାଗ ଟେଷ୍ଟ ରିପୋର୍ଟରେ ପ୍ରକାଶ କରିଥିଲେ ଯେ ଅଖଲାକଙ୍କ ଘରୁ ମିଳିଥିବା ମାଂସ ଗୋମାଂସ ନୁହେଁ ବରଂ ଛେଳି ମାଂସ ଥିଲା। ମହମ୍ମଦ ଅଖଲାକ ସାଧାରଣ ଜଣେ କମାର ଥିଲେ। ତାଙ୍କ ବଡ ପୁଅ ସେନାବାହିନୀରେ ଚାକିରି କରିଛନ୍ତି। ଆକ୍ରମଣକାରୀମାନେ ସମସ୍ତେ ତାଙ୍କର ନିଜର ଗ୍ରାମବାସୀ ଥିଲେ। ଘର ମଧ୍ୟରେ ଜବରଦସ୍ତି ପଶି ଆସି ମିଥ୍ୟା ଆରୋପରେ କାହାରିକୁ ହତ୍ୟା କରିବା ପଛରେ ଧର୍ମକୁ ନେଇ ଘୃଣା ସ୍ପଷ୍ଟ। ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ତିଆରି କରାଯାଉଛି।

       

        ୨୮ ମଇ ୨୦୧୨ ତାରିଖ। ବର୍ମାର ରଖାଇନ ରାଜ୍ୟ (Rakhine) ରେ ଗୁଜବ ହୋଇଥିଲା ଯେ ଜଣେ ବୌଦ୍ଧଧର୍ମୀ ମହିଳାଙ୍କୁ ତିନି ଜଣ ରୋହିଙ୍ଗିଆ ଯୁବକ ଦୁଷ୍କର୍ମ ଓ ହତ୍ୟା କରିଛନ୍ତି। ଏହାର ସତ୍ୟତାକୁ ନବୁଝି ବୌଦ୍ଧଧର୍ମୀ ସନ୍ୟାସୀ, ବୌଦ୍ଧଧର୍ମୀ ଗ୍ରାମବାସୀ ତଥା ସେନାବାହିନୀର ଯବାନ ରୋହିଙ୍ଗିଆଙ୍କୁ ହତ୍ୟା କରିବା ସହିତ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଅଗଷ୍ଟ ୨୦୧୨ ସୁଦ୍ଧା ଏହିପରି ୨୫୦୦ ଘରେ ନିଆଁ ଲଗାଇଦିଆଯାଇଥିଲା ଓ ଅନ୍ୟୁନ୍ୟ ୧୫୦୦ ରୋହିଙ୍ଗିୟାଙ୍କୁ ହତ୍ୟା କରାଯାଇଥିଲାପରେ ଜଣା ପଡିଥିଲା ଯେ ମହିଳାଙ୍କ ଦୁଷ୍କର୍ମ ଗୁଜବ ଥିଲା। (ଉସ୍ଛ: Radical violence against Rohingya people, documentary film) ରୋହିଙ୍ଗିଆଙ୍କ ଉପରେ ଆକ୍ରମଣ ପୂର୍ବରୁ ହୋଇଛି। କିନ୍ତୁ ବୌଦ୍ଧ ସନ୍ୟାସୀମାନେ ଇସଲାମକୁ ଘୃଣା କରିବାକୁ ଯାଇ ରୋହିଙ୍ଗିୟାଙ୍କୁ ହତ୍ୟା କରିବା ଓ ଘର ଜାଳିଦେବା ଘଟଣା ପୂର୍ବରୁ ଦେଖାଯାଉନଥିଲା।

 

        ୨୦୧୫ ମସିହା ଫେବୃଆରୀର ଘଟଣା। ଆମେରିକାର ଉତ୍ତର କାରୋଲିନା ସହରର ଫିଯଲି ଫରେଷ୍ଟ ଆପାର୍ଟମେଣ୍ଟରେ ରୁହନ୍ତି କ୍ରେଗ ହିକ୍ସସେହି ଆପାର୍ଟମେଣ୍ଟରେ ପୁଣି ଉତ୍ତର କାରୋଲିନା ସରକାରୀ ବିଶ୍ୱବିଦ୍ୟାଳୟର ପିଏଚଡ଼ି ଛାତ୍ର ବରାକଟ ଆସି ରହିଲେ। ସେ ସିରିୟା ଦେଶର ଓ ମୁସଲିମ ଧର୍ମର ଥିଲେ। ଦିନେ ଗାଡି ପାର୍କିଂକୁ ନେଇ କ୍ରେଗ ହିକ୍ସ ଓ  ବରାକଟଙ୍କ ମଧ୍ୟରେ କିଛି ବିବାଦ ହୋଇଥିଲା। ସେହିଦିନ ରାତିରେ କ୍ରେଗ ହିକ୍ସ ନିଜର ବନ୍ଧୁକ ସହିତ ବରାକଟଙ୍କ ଫ୍ଲାଟ ମଧ୍ୟରେ ପ୍ରବେଶ କଲେ ଓ ଆଠ ରାଉଣ୍ଡ ଗୁଳି ଚଳାଇଲେ। ଏଥିରେ ବରାକଟ, ତାଙ୍କ ପତ୍ନୀ ଆବୁସାଲ୍ହା ଓ ଆବୁସାଲ୍ହାଙ୍କ ଭଉଣୀ ରଜାନଙ୍କର ମୃତ୍ୟୁ ହେଲା। ଆମେରିକା କୋର୍ଟ କ୍ରେଗ ହିକ୍ସଙ୍କୁ ବିନା ପାରୋଲରେ ଆଜୀବନ କାରାଦଣ୍ଡ ଦେଲେ। (Source: The Islamophobia Industry by Nathan Lean)

 

        ଇଉରୋପରେ ବିଭିନ୍ନ ଦେଶ ଯଥା ଫିନଲାଣ୍ଡ, ଡେନମାର୍କ, ଇଂଲଣ୍ଡ, ଫ୍ରାନ୍ସ ଇତ୍ୟାଦି ଦେଶରେ ଏହିଭଳି ଘଟଣା ଘଟିବାରେ ଲାଗିଲା। ସେ ସବୁର ସମୟ ଥିଲା ପ୍ରାୟ ୨୦୧୦ ଓ ଏହା ପରବର୍ତ୍ତୀ ସମୟ।

 

        ଖ୍ରୀଷ୍ଟିୟାନ – ମୁସଲମାନ, ହିନ୍ଦୁ – ମୁସଲମାନ, ବୌଦ୍ଧ – ମୁସଲମାନ ବିବାଦ ଏହି ଦେଶରେ ନୂଆ ନୁହେଁ, କି ବିଶ୍ବରେ ନୂଆ ନୁହେଁ। ଏହି ବିବାଦ ବାରମ୍ବାର ହିଂସାର ରୂପ ନେଇଛି। କିନ୍ତୁ ଅପରିଚିତ ବ୍ଯକ୍ତିର ଚେହେରା ଦେଖି ତାକୁ ଅତର୍କିତ ଆକ୍ରମଣ କରିବା, ଘର ଜାଳିଦେବା, ହତ୍ୟା କରିବା ମାନସିକତା ଧାର୍ମିକ ଘୃଣା ମଧ୍ୟରୁ ଆସିଥାଏ। ଏହା ୨୦୦୦ ମସିହା ପରଠାରୁ ବଢିବାରେ ଲାଗିଛି।

ଆମ ସମୟରେ କୃଷକ, ଛାତ୍ରଛାତ୍ରୀ ଯେ କାହିଁକି ଆତ୍ମହତ୍ୟା କରୁଛନ୍ତି, ଆଦିବାସୀ କାହିଁକି ନିଜ ସ୍ଥାନରେ ଅନାହାରରେ ମରୁଛନ୍ତି, କାହିଁକି ଆମର ଦେଶରେ ଜଳବାୟୁ ପରିବର୍ତ୍ତନ ହେଉଛି, କାହିଁକି ମହିଳାଙ୍କ ଉପରେ ଯୌନ ଶୋଷଣ ବଢିବାରେ ଲାଗିଛି ଭଳି ସମସ୍ଯା ସମ୍ପର୍କରେ ସେଭଳି ଚିନ୍ତା ଶାସକମାନେ ପ୍ରକଟ କରୁନାହାନ୍ତି ଯେତେ ସେମାନେ ନିଜ ଧର୍ମକୁ ସବୁଠାରୁ ବଡ ପ୍ରମାଣିତ କରିବା ଲାଗି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିବାରେ ସମୟ ଦେଉଛନ୍ତି। 

 

ଆମେ ଧୀରେ ଧୀରେ ଅତି ସଙ୍କୁଚିତ ଘୃଣା ପୂର୍ଣ୍ଣ ପୃଥିବୀ ମଧ୍ୟରେ ବାସ କରିବା ଲାଗି ବାଧ୍ୟ ହେଉଛୁ। ଆମ ଭିତରେ ରହିଥିବା ମାନବିକତାକୁ ମାରି ଦିଆଯାଉଛି। ତାହା ବଦଳରେ ଅଜଣା ବ୍ୟକ୍ତିକୁ ଧର୍ମ ନାମରେ ଘୃଣା କରିବା ଲାଗି ପ୍ରବର୍ତ୍ତାଯାଉଛି। ଦେଶରେ ଦକ୍ଷିଣପନ୍ଥୀ ଶାସକ ଦୀର୍ଘ ଦିନ ଶାସନ କରିବା ଲାଗି ଏପରି କରାଯାଉଛି।  


ଦେବ ରଞ୍ଜନ 

 

 

Wednesday, November 6, 2024

ଟ୍ରମ୍ଫଙ୍କ ବିଜୟ ପ୍ରକୃତରେ ଇସଲାମ-ଆଡୁ-ଭୟର ବିଜୟ

 ଲେଖାସଂଖ୍ୟା – ୦୨


                   ପୂର୍ବ ଲେଖାରେ ମୁଁ ତାଲିବାନଙ୍କ ବୁଦ୍ଧ ମୂର୍ତ୍ତି ଧ୍ଵଂସ ସହିତ ବୁଶଙ୍କ ଇସଲାମ-ଆଡୁ-ଭୟର ପ୍ରଚାର ମଧ୍ୟରେ ତୁଳନା କରିଥିଲି। ସମସ୍ତେ ସ୍ଵେଚ୍ଛାଚାରୀତାକୁ ଦର୍ଶାଇବା ଲାଗି ତାଲିବାନୀ ଶାସନ କହିଥାନ୍ତି। କେହି ଯୁଦ୍ଧଖୋର ମନୋବୃତ୍ତି, ଘୃଣା ଓ ଦମନର ଅନ୍ୟ ନାମ ବୁଶ ଶାସନ ବୋଲି କହିନଥାନ୍ତି। ଦେଶର ଶାସକ ନିଜକୁ ସୁହାଇବା ଭଳି ନୂଆ ଶବ୍ଦ ଓ ତାହାର ବ୍ୟାଖ୍ୟା ଭାଷା ମଧ୍ୟରେ ଯୋଡିଥାଏ। ଯାହା ତାହାର ବିରୁଦ୍ଧରେ ଯାଏ ସେହି ଶବ୍ଦ କ୍ରମଶଃ ଲୋପପାଇଯାଏ।

                        ଏ ଭିତରେ ଟ୍ରମ୍ଫ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ଏହା ଆଗରୁ ୨୦୧୭ ରୁ ୨୦୨୧ ମଧ୍ୟରେ ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ସେ ପ୍ରଥମ ଉଦ୍ୟମ ୨୦୧୨ ମସିହାରେ ଉଦ୍ୟମ କରିଥିଲେ। ବିରୋଧୀ ଦଳର ମୁସଲମାନଙ୍କ ପ୍ରତି ନରମ ରହିଥିବା ଦର୍ଶାଇବା ଅନେକ ମିଥ୍ୟାର ଆଶ୍ରୟ ସେ ନେଇଛନ୍ତି। ୨୦୦୧ରେ ଯେତେବେଳେ ଅଟ୍ଟାଳିକା ଉପରେ ଆକ୍ରମଣ ହେଉଥିଲା “ସେ ସମୟରେ ଆମେରିକାର ମୁସଲମାନମାନେ ଖୁସିରେ ନାଚିଥିବା ମୁଁ ଦେଖିଛି ତାଙ୍କର ଏକ ନମ୍ବର ମିଥ୍ୟା ଉକ୍ତି।

                        ତତ୍କାଳୀନ ରାଷ୍ଟ୍ରପତି ବାରକ ହୁସେନ ଓବାମାଙ୍କ ନାମରେ “ହୁସେନ” ରହିବା କାରଣରୁ ଓବାମାଙ୍କର “ମୁସଲମାନ ସମ୍ବନ୍ଧ ରହିଛି”, ହିଲାରୀ କ୍ଲିଣ୍ଟନଙ୍କ ପ୍ରଶାସନ ମୁଖ୍ୟ ଜଣେ ମୁସଲମାନ ହୋଇଥିବା କାରଣରୁ “ତାଙ୍କ ହାତରେ ଦେଶ ସୁରକ୍ଷିତ ନୁହେଁ” ଇତ୍ୟାଦି ମନ୍ତବ୍ୟ ଦେବା କାରଣରୁ ରିପବ୍ଲିକାନ ପାର୍ଟି ୨୦୧୫ ରେ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଲାଗି ଚିନ୍ତା କରିଥିଲା।

                        କିନ୍ତୁ ୨୦୧୬ ରେ ଏକ ଉଗ୍ରପନ୍ଥୀ ଆକ୍ରମଣ ପରେ ଟ୍ରମ୍ଫଙ୍କ ମନ୍ତବ୍ୟ   “ଆମେରିକା ମଧ୍ୟକୁ ଆସୁଥିବା ସମସ୍ତ ମୁସଲମାନ ଧର୍ମାବଲମ୍ବୀଙ୍କୁ ନିଷେଧ କରାଯାଉ। ସେମାନଙ୍କୁ ଆମେରିକା ମଧ୍ୟରେ ପ୍ରବେଶ କରିବାକୁ ଦିଆନଯାଉ ଏବଂ ଆମ ନିର୍ବାଚିତ ପ୍ରତିନିଧିମାନେ ଉତ୍ତର ଦିଅନ୍ତୁ ଯେ ଏ କଣ ସବୁ ଚାଲିଛି” ରିପବ୍ଲିକାନ ଦଳର ପସନ୍ଦ ଯୋଗ୍ୟ ପ୍ରାର୍ଥୀ କରିଥିଲା।

                        ଅଳ୍ପ କିଛି ବ୍ୟକ୍ତିଙ୍କ ଅପରାଧ ଲାଗି ସମଗ୍ର ଧର୍ମାବଲମ୍ବୀଙ୍କୁ ଏଥିଲାଗି ଦୋଷୀ କରିବା କେବଳ ଏକ ଫାଶିବାଦୀ ମାନସିକଧାରୀ ବ୍ୟକ୍ତିର କାର୍ଯ୍ୟ ହୋଇପାରେ। ଉଗ୍ରପନ୍ଥୀ ଆକ୍ରମଣର ସୁଯୋଗରେ ଟ୍ରମ୍ଫ ନିଜର ମୁସଲମାନ ବିରୋଧୀ ଆଭିମୁଖ୍ଯକୁ ଅଧିକ ସ୍ପଷ୍ଟ କରିଥିଲେ। ରିପବ୍ଲିକାନ ପାର୍ଟି ୨୦୧୭ ରେ ଟ୍ରମ୍ଫଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ଓ ସେ ସେହି ବର୍ଷ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ 

ଟ୍ରମ୍ଫଙ୍କ ଘୋଷିତ ମୁସଲମାନଙ୍କୁ ଟ୍ରାଭେଲ ବ୍ୟାନ:

                        ଟ୍ରମ୍ଫଙ୍କ ସମୟରେ ଇସଲାମଆଡୁଭୟ ବା ଇସଲାମୋଫୋବିଆ ଆମେରିକା ପ୍ରଶାସନକୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ଇସଲାମ ବହୁଳ ଦେଶ ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନ ଦେଶରୁ କୌଣସି ନାଗରିକ ଆମେରିକା ମଧ୍ୟରେ ପ୍ରବେଶ କରିବା ଲାଗି ପ୍ରତିବନ୍ଧକ ବା ଟ୍ରାଭେଲ ବ୍ୟାନ ଲାଗୁ ହୋଇଥିଲା। ଏହା ଟ୍ରମ୍ଫ ଟ୍ରାଭେଲ ବ୍ୟାନ ନାମରେ ଅଖ୍ୟାତ।

                        ଟ୍ରମ୍ଫ ଆମେରିକୀୟ- ମୁସଲମାନଙ୍କ ବିରୁଦ୍ଧରେ ଆମେରିକାବାସୀଙ୍କୁ ଉସୁକାଇବା ପଛରେ ତିନୋଟି କାରଣ ସ୍ପଷ୍ଟ ଥିଲା। ସେ ଗୁଡିକ ହେଲା – ମୁସଲମାନମାନେ ଉଗ୍ରବାଦର ପ୍ରଚାରକ ଓ ହିଂସ୍ର, ସେମାନେ ଦେଶର ସୁରକ୍ଷା ଲାଗି ବିପଦ ଓ ସେମାନେ ପଛୁଆ, ଅଶିକ୍ଷିତ ଓ ଆଧୁନିକତା ବିମୁଖ। ଏହା ଦ୍ଵାରା ଟ୍ରମ୍ଫ ପ୍ରମାଣିତ କରିବା ଲାଗି ଚାହିଁଥିଲେ ଆମେରିକାର ସମ୍ପଦ ଓ ଅଧିକାର କ୍ଷେତ୍ରରେ କେବଳ ମୂଳ ଖ୍ରୀଷ୍ଟିୟାନ ଆମେରିକୀୟଙ୍କ ଅଧିକାର ରହିଛି, ଆମେରିକାକୁ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ କରାଯିବ ଯାହାର ସୁଫଳ ସମସ୍ତ ଖ୍ରୀଷ୍ଟିୟାନ ଆମେରିକୀୟ ପାଇବେ ଓ ଦେଶର ବିକାଶର ଶତ୍ରୁ କମ୍ୟୁନିଷ୍ଟ ଓ ମୁସଲମାନ।

                        ଏ କଥା ମଧ୍ୟ ସତ୍ୟ ଯେ ଟ୍ରମ୍ଫଙ୍କ ସମୟରେ ଯାତାୟାତ ପ୍ରତିବନ୍ଧକ ଲାଗି ଥିବା ଏହି ସମସ୍ତ ଦେଶ ଯଥା ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନର କୌଣସି ନାଗରିକ କେବେ କୌଣସି ଆମେରିକୀୟଙ୍କୁ ଆମେରିକାରେ ଆକ୍ରମଣ କରିନାହାନ୍ତି। (source: American Islamophobia in the age of Trump, the global war on Terror continued? ଲେଖକ: Tanner Mirrlees)

                        ତେଣୁ ସ୍ଵାଭାବିକ ଭାବରେ ମୋ ଭିତରେ ପ୍ରଶ୍ନ ଆସିଲା ଯେ ଟ୍ରମ୍ଫ ଏହି ସମସ୍ତ ଦେଶରୁ କୌଣସି ନାଗରିକଙ୍କୁ ଆମେରିକା ମଧ୍ୟରେ ପ୍ରବେଶ ଲାଗି ବାରଣ କରିଥିଲେ କାହିଁକି? ମୁଁ ଏହାପରେ ଆମନେନଷ୍ଟି ଇଣ୍ଟରନ୍ୟାସିନାଲ, ହ୍ୟୁମାନ ରାଇଟ୍ସ ୱାଚ ଓ ଜାତିସଂଘର ରିପୋର୍ଟକୁ କିଛି କିଛି ଖୋଜିଲି। ଉଦ୍ଦେଶ୍ୟ ଥିଲା ଏହି ସମସ୍ତ ଦେଶ ସହିତ ଆମେରିକାର କେବେ ଯୁଦ୍ଧ ହୋଇନାହିଁ ବା ସେଠାର କୌଣସି ବିଦ୍ରୋହୀ ଗୋଷ୍ଠୀଙ୍କୁ ସେହି ସରକାରଙ୍କ ବିରୁଦ୍ଧରେ ଆମେରିକା ପ୍ରଶାସନ ସହଯୋଗ କରିନାହିଁ ତ? ମୋର ଅନୁମାନ ସତ ଥିଲା। ନିମ୍ନ ତଥ୍ୟ ମୁଁ ଏହାପରେ ଏକାଠି କରିପାରିଥିଲି।

୧. ଇରାକ ସହିତ ଯୁଦ୍ଧ: (୨୦୦୩ – ୨୦୧୧)

            ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କୁ ଆମେରିକା ସେନା ଦ୍ଵାରା ହତ୍ୟା (ଡିସେମ୍ବର ୩୦, ୨୦୦୬)

ହତ୍ୟା ପରବର୍ତ୍ତୀ ଯୁଦ୍ଧ

ସାଧାରଣ ଇରାକୀ ନାଗରିକଙ୍କ ମୃତ୍ୟୁ: ୧,୩୪.୦୦ ରୁ ୧,୭୫,୦୦୦

            ଆମେରିକା ସୈନ୍ୟଙ୍କ ମୃତ୍ୟୁ: ୪୪୯୬

            ଇରାକୀ ସୈନ୍ୟଙ୍କ ମୃତ୍ୟୁ: ୨୦,୦୦୦ ରୁ ୫୦,୦୦୦

୨. ଲିବିଆରେ ମିଲିଟାରୀ ହସ୍ତକ୍ଷେପ: (୨୦୧୧)

            ପୂର୍ବ ରାଷ୍ଟ୍ରପତି ମୁଆମ୍ମାର ଗଦ୍ଦାଫିଙ୍କୁ ଆମେରିକା ସମର୍ଥିତ ନାଟୋ ବାହିନୀ ଦ୍ଵାରା ହତ୍ୟା (ଅକ୍ଟୋବର ୨୦, ୨୦୧୧)

ଏହାପରେ ଯୁଦ୍ଧରେ ସାଧାରଣ ଲିବିଆବାସୀଙ୍କ ମୃତ୍ୟୁ: ୨୦,୦୦୦ରୁ ୫୦,୦୦୦

୩. ସୋମାଲିଆରେ ବିବାଦ ଓ ଆମେରିକା ସୈନ୍ୟବାହିନୀର ଯୁଦ୍ଧ (୨୦୦୭ ରୁ ଆଜି ପର୍ଯ୍ୟନ୍ତ)

            ସାଧାରଣ ସୋମାଲିଆ ବାସୀଙ୍କ ମୃତ୍ୟୁ: ୫୦,୦୦୦ ରୁ ୧,୦୦,୦୦୦

            ଆମେରିକା ସୈନ୍ୟ ଓ ସରକାରୀ ସୈନ୍ୟଙ୍କ ମୃତ୍ୟୁ: ୧୦୦୦ ରୁ ୫୦୦୦

୪. ଯେମେନରେ ବିବାଦ: (୨୦୧୫ ରୁ ଆଜି ପର୍ଯ୍ୟନ୍ତ)

            ସମୁଦାୟ ଯେମେନବାସୀଙ୍କ ମୃତ୍ୟୁ: ୨,୩୩,୦୦ ରୁ ୩,୭୭,୦୦୦

            ସରକାରୀ ସୈନ୍ୟ ଓ ଆମେରିକୀୟ ସୈନ୍ୟ ମୃତ୍ୟୁ: ୧୦୦୦ ରୁ ୫୦୦୦

୫. ସିରିଆ ବିବାଦ: (୨୦୧୧ ରୁ ଆଜି ପର୍ଯ୍ୟନ୍ତ)

ସାଧାରଣ ସିରିୟାବାସୀଙ୍କ ମୃତ୍ୟୁ: ୬.୦୬.୦୦୦ ରୁ ୧୦,୦୦,୦୦୦୦

ସିରିୟା ସୈନ୍ୟଙ୍କ ମୃତ୍ୟୁ: ୫୦,୦୦୦ ରୁ ୧,୦୦,୦୦୦

ISIS ମିଲିଟାଣ୍ଟ ମୃତ୍ୟୁ: ୨୦,୦୦୦ ରୁ ୫୦,୦୦୦

ଏହା ସହଜରେ ଅନୁମେୟ ଯେ ଟ୍ରମ୍ଫଙ୍କ ମୁସଲମାନ ବ୍ୟାନ ଆମେରିକୀୟଙ୍କ ସୁରକ୍ଷା ଲାଗି ଥିଲା। କିନ୍ତୁ ମୁସଲମାନ ଉଗ୍ରପନ୍ଥୀ ଆକ୍ରମଣରୁ ନୁହେଁ । ବରଂ ଆମେରିକା ଯେଉଁ ହସ୍ତକ୍ଷେପ ଏହି ସମସ୍ତ ଦେଶର ଆଭ୍ଯନ୍ତରୀଣ ବ୍ୟାପାରରେ କେବଳ ତେଲ ଓ ଡ୍ରଗ୍ସ ଲାଗି କରୁଛି ସେଥିରୁ ଉତ୍ତେଜିତ ହୋଇ କୌଣସି ବିପ୍ଳବୀ ଗୃପ କାଳେ ଆମେରିକା ଉପରେ ଆକ୍ରମଣ କରନ୍ତି (ଯେମିତି ଆଲକାଏଦା କରିଥିଲା) ସେଥିଲାଗି ଏହି ବ୍ୟାନ ଥିଲା।

 

ଇସଲାମୋଫୋବିଆ ମଜଭୁତ ହେଲା:

ବୁଶଙ୍କୁ ଠାରୁ ଆରମ୍ଭ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟ ଟ୍ରମ୍ଫଙ୍କ ସମୟରେ ଆମେରିକାରେ ଓ ବାହାରେ ଅଧିକ ମଜଭୁତ ହେଲା। ଏହି ଇସଲାମୋଫୋବିଆ ଏବେ ସମଗ୍ର ବିଶ୍ଵରେ ଅଧିକରୁ ଅଧିକ ମାରାତ୍ମକ ଭାବରେ ସାଧାରଣ ମୁସଲମାନଙ୍କ ବିରୁଦ୍ଧରେ ବ୍ୟବହାର ହେଉଛି। ଏହି ଭୟ ଭାରତ, ଶ୍ରୀଲଙ୍କା, ବର୍ମା, ଜାପାନ, ଇଉରୋପର ଅନେକ ଦେଶ ଉପରେ ପଡିଛି।  ମୁସଲମାନ ନାଗରିକଙ୍କୁ ନିଜ ଦେଶରୁ ବିତାଡିତ କରିବା, ସେମାନଙ୍କ ନାଗରିକ ପରିଚୟ ଛଡାଇ ନେବା, ସେମାନଙ୍କୁ ନାଗରିକ ଶୂନ୍ୟ କରିବାର ସ୍ଥିତିକୁ ନେଇଆସିଛି।

ଶ୍ରୀଲଙ୍କାରେ ୨୦୧୪ ଓ ୨୦୧୮ରେ ମୁସଲମାନ ବିରୋଧୀ ହିଂସା ଭୀଷଣ ରୂପ ନେଇଥିଲା। ୨୦୧୭ରେ ବର୍ମାରେ ୨୫୦୦୦ ରୋହିଙ୍ଗିଆ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା। ଅଷ୍ଟ୍ରେଲିଆରେ ୨୦୦୫ ଓ ୨୦୧୯ ରେ ଦୁଇ ଥର ସାମ୍ପ୍ରଦାୟିକ ହିଂସା ସଂଗଠିତ ହୋଇଥିଲା। ଜାପାନ ଓ ଚୀନ ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଦେଶ କାରଣରୁ ମୁସଲମାନବିରୋଧୀ କାର୍ଯ୍ୟକଳାପ ବଢିଥିଲା।

ଭାରତରେ ୨୦୦୦ ମସିହାରେ ପରେ ବିଶେଷକରି ଗୁଜୁରାଟ ଦଙ୍ଗା ପରେ ସାଧାରଣ ମୁସଲମାନଙ୍କୁ ଗୋମାଂସ, ଲଭ ଜିହାଦ, ବାଙ୍ଗଲାଦେଶୀ, ରୋହିଙ୍ଗିଆ ନାମରେ ଘରେ ପଶି, ଟ୍ରେନରେ ବଜାରରେ, ପାର୍କରେ, ଗାଡିରେ, ପବ୍ଲିକ ସ୍ଥାନରେ ଆକ୍ରମଣ ଓ ହତ୍ୟା ବଢିବାରେ ଲାଗିଛି। ସରକାର ମଧ୍ୟ ଦେଶଦ୍ରୋହ ଆଇନ ପ୍ରୟୋଗ କରି ବର୍ଷ ବର୍ଷ ଧରି ସେମାନଙ୍କୁ ଜେଲରେ ରଖିଦେଉଛନ୍ତି।  

ଦେବ ରଞ୍ଜନ

ନିଜର ମତାମତ ନିମ୍ନରେ ଥିବା କମେଣ୍ଟ ବାକ୍ସରେ ଲେଖିବା ପାଇଁ ଅନୁରୋଧ।  

 

 

 

Monday, November 4, 2024

From Communism to Islamophobia: Is Asiaticphobia America's Next Target?

 The comments by one presidential candidate in US election describing Kamala Harris as "ugly," "a prostitute," or "a monster" reflect a disturbing level of discourse in the U.S. election, revealing that the current election environment does not reflect the ideals of democracy.

The lack of action from the U.S. Election Commission or the Supreme Court against Republican candidate Donald Trump's misogynistic, racist, and vulgar remarks toward his opponents suggests that racism may be on the rise in America.

But why do regional newspapers including Odia publish such trivial matters about U.S. elections? It's not just Odia newspapers; many regional newspapers in India and other countries have been reporting on the U.S. elections for a long time. Some of these reports even contain uncivil and offensive comments like Kamala Harris’s personal life.

The regional media's obsession with U.S. politics has spanned decades. This intense focus is unique to American elections; it is not something seen for elections in France, England, Spain, Poland, Australia, or even nearby countries like Pakistan and Sri Lanka.

We are told that news from America, being a large democracy, holds global importance. But that is not the whole truth. American leaders are elected democratically, but, they often exercise force in other countries—overthrowing elected leaders, supporting armed rebellions, seizing resources, and silencing opposition. These actions contradict the democratic values they profess.

Republican Party’s Islamophobia In the United States, governance is primarily led by one of two major parties: the Democratic and Republican parties. Unlike India, the U.S. lacks a multi-party system. In the 2024 election, Kamala Harris, of Indian descent, represents the Democratic Party, while former president Donald Trump stands for the Republican Party.

Trump is well-known for his anti-Muslim rhetoric, making opposition to immigration a central theme in his campaign, especially targeting Muslims and Asians as national security threats. Instead of focusing on economic growth, social justice, or environmental issues, Trump’s vision revolves around making America "the greatest" and "strongest" nation.

Under his administration, the "War on Terror" intensified. Many Americans were led to believe that Islam is linked to terrorism, that Muslims in America aim to impose Islamic law, and that they pose a threat to national security. This sentiment led to the infamous "Travel Ban" on citizens from predominantly Muslim countries, including Syria, Iraq, Iran, Libya, Somalia, Sudan, and Yemen, reflecting an anti-Islamic, orthodox Christian stance.

Common Ground Between the Republican Party and the BJP Events like "Howdy Modi" (2019) during Modi's visit to the U.S. and "Namaste Trump" (2021) in Ahmedabad underscore the ideological closeness between Trump and Modi, driven by shared sentiments like anti-Muslim rhetoric, promoting militarization, and encouraging private sector growth. Just as industrialists Adani and Ambani support the BJP, corporate giants like Elon Musk, General Electric, and Boeing back the Republican Party.

Democratic Party's War Policies:  Following Hamas' attack on Israel on October 7, 2023, which resulted in over 1,200 Israeli deaths and 240 hostages, the situation escalated. Now due to Israel attack more than 41,000 unarmed innocent Palestinians have died in the war, including 14,000 children and 9,000 women. In spite of this, Democratic leader Biden has expressed full support for Israel, framing the conflict as a "war on extremism" due to the Muslim-majority opposition.

American presidents, including Barack Obama, have committed international violations, such as the assassinations of Osama bin Laden and Saddam Hussein. American army entered Afghanistan and Iraq respectively to do the assassination.

According to international law, crossing into other nations to cause harm is a crime, yet other world leaders have rarely condemned these actions, revealing American imperialism as a force of fear on the global stage.

The Democratic Party views Israel’s actions in Palestine as part of the broader “war on terror.” Under this pretext, the Israel-U.S. strategy of occupying Palestinian land persists without significant restraint. The United States is increasingly justifying its support of Israel’s tactics as a countermeasure to the terrorism associated with Hamas.

Islamophobia and State-Sponsored Extremism: Today, American democracy perpetuates Islamophobic policies, state-sponsored extremism, corporate interests, and the suppression of international dissent. Historically, the U.S. shifted its focus from combating communism to creating a fear of Islam, which enabled American capital to grow in strength and influence globally.

Historically, from Roosevelt to Reagan, the U.S. focused its campaigns heavily on opposing communism, spreading fear that it would strip Americans of their private property. In reality, these campaigns promoted private capital in every sphere. Instilling fear among Americans has consistently benefited the ruling class in elections. This is why, during election periods, we often saw wars in Iraq, Iran, Afghanistan, and elsewhere. As communism faded as a central threat, specifically after fall of Soviet Union, new fears, such as Islamophobia, emerged, especially after the 9/11 attacks.

The Republican Party’s consolidation could eventually target new threats, potentially painting China and other Asian powers as adversaries. The way the Republican Party has insulted Kamala Harris—calling her a "ugly" and a "demon"—signals that in future, they may similarly vilify entire regions or racial groups if they win. If Democratic party wins they would adopt this Asiaticfobia after few years. 

 

Deba Ranjan

Contact: debasar11@yahoo.co.in

Sunday, November 3, 2024

ଆମେରିକା ରାଷ୍ଟ୍ରପତି ବୁଶଙ୍କ ମନଷ୍ଟର ଓ ଇସଲାମ-ଆଡୁ-ଭୟ

 ଲେଖାସଂଖ୍ୟା - ୧


ଓଡିଶାର ବିଜେପି ଶାସନକୁ ଆସିବା ମାତ୍ରେ ହଠାତ ମୁସଲମାନ ବିରୋଧୀ ହିଂସାର ବିଭିନ୍ନ ଘଟଣା ଉପକୂଳ ଓଡିଶାରେ ଘଟିଥିଲା। ବାଲେଶ୍ଵର, ଭଦ୍ରକ ଓ ପୁରୀ ଇତ୍ୟାଦି ସ୍ଥାନରେ ମସଜିଦ ଉପରେ ଆକ୍ରମଣ, ଫେସବୁକ ପୋଷ୍ଟିଂ, ପଶ୍ଚିମ ବଙ୍ଗର ଶ୍ରମିକଙ୍କ ଉପରେ ଆକ୍ରମଣ ଘଟଣା ଅନ୍ଯତମ ଥିଲା।

ଏଭଳି ଆକ୍ରମଣ ଦେଶର ଅନ୍ୟ ପ୍ରାନ୍ତରେ ନୂଆ ନଥିଲା। କିନ୍ତୁ ଏଭଳି ଘଟଣା ପଛରେ  ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟର ବିଭିନ୍ନ ଦିଗ ସମ୍ପର୍କରେ ଅଧିକ ଜାଣିବା ଲାଗି ମନସ୍ଥ କରିଥିଲି।

ବିଭିନ୍ନ ଦେଶର ସରକାର ନିଜର ସଂଖ୍ୟାଗରିଷ୍ଠ ଧର୍ମ ଉପରେ ଆଧାରିତ ମୌଳବାଦୀ ସଂଗଠନମାନଙ୍କୁ ପ୍ରୋସ୍ଛାହିତ କରିଥିବା କାରଣରୁ ସମଗ୍ର ବିଶ୍ବରେ ସାମ୍ପ୍ରଦାୟିକ ଦଙ୍ଗା, ହିଂସା ଓ ମାନବିକ ଅଧିକାରର ଉଲ୍ଲଂଘନର ଘଟଣା ଗଲା କୋଡିଏ ବର୍ଷ ମଧ୍ୟରେ ବଢିବାରେ ଲାଗିଛି।

ସେ ସମ୍ପର୍କରେ କ୍ରମାଗତ ଭାବରେ ଛୋଟ ଛୋଟ ଲେଖା ଲେଖିବି ବୋଲି ମନସ୍ଥ କରିଛି। ପ୍ରାୟ ୨୦ ରୁ ୨୫ ଟି ଲେଖାର ଯୋଜନା ରହିଛି। ଏହା ପ୍ରଥମ ଲେଖା।

---

ଧାର୍ମିକ ଅସହିଷ୍ଣତା କହିଲେ ନିଜ ଧର୍ମକୁ ଶ୍ରେଷ୍ଠ ମନେକରିବା, ଅନ୍ୟର ଧର୍ମର ଦେବତାଙ୍କୁ ବିକୃତ କରିବା ଓ ଭିନ୍ନ ଧର୍ମର ଧର୍ମାବଲମ୍ବୀଙ୍କୁ ଆକ୍ରମଣ କରିବାକୁ ବୁଝାଏ। ଧାର୍ମିକ ବିଦ୍ଵେଷ ଅଥବା ଅସହିଷ୍ଣତା ଆଜି ସମସ୍ତ ଆନୁଷ୍ଠାନିକ ଧର୍ମ ମଧ୍ୟରେ ଅଳ୍ପ ବହୁତ ପ୍ରବେଶ କରିସାରିଛି।

ଆଫଗାନିସ୍ତାନର କାବୁଲ ସହର ଠାରୁ ୧୩୦ କିମି ଦୂରରେ ଅବସ୍ଥିତ ବେମିୟାନ ଉପତ୍ୟକାରେ ୬୦୦ ଖ୍ରୀଷ୍ଟାବ୍ଦରେ ବୁଦ୍ଧଙ୍କର ଦୁଇଟି ବିଶାଳ ମୂର୍ତ୍ତି (୩୮ ମିଟର ଓ ୫୫ ମିଟର) ହୁନ ବଂଶର ରାଜାଙ୍କ ଦ୍ଵାରା ତିଆରି ହୋଇଥିଲା। ଆଫଗାନିସ୍ତାନର ଶାସନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିବା  ସତ୍ବେ ଦୀର୍ଘ ୧୪୦୦ ବର୍ଷ ମଧ୍ୟରେ କୌଣସି ରାଜା ବା ଶାସକ ଏହାର କୌଣସି କ୍ଷତି ଘଟାଇନଥିଲେ।

୨୦୦୧ ମସିହାରେ ଇସଲାମ ମୌଳବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତା ନିଜ ହାତକୁ ନେଇଥିଲାସେମାନଙ୍କୁ ବେମିୟାନ ଉପତ୍ୟକାର ସେହି ବୁଦ୍ଧ ମୂର୍ତ୍ତିକୁ ଦେଖିବାକୁ ଅସହ୍ୟ ହେଲା। ଇସଲାମରେ ମୂର୍ତ୍ତି ପୂଜାକୁ ବିରୋଧ କରାଯାଇଛି। ହେଲେ ଏହା ନିଜ ଧର୍ମାବଲମ୍ବୀମାନଙ୍କ ଲାଗି। ନିଜକୁ ଆଲ୍ଲାଙ୍କ ସଚ୍ଚା ସେବକ ପ୍ରମାଣିତ କରିବାକୁ ଯାଇ ତାଲିବାନମାନେ ସେହି ଦୁଇ ବୁଦ୍ଧ ମୂର୍ତ୍ତିକୁ ମାର୍ଚ୍ଚ ୨୦୦୧ ରେ ଧ୍ଵଂସ କରିଦେଲେ। ଯଦିଓ ଅନେକ ଦେଶ ସେପରି ନକରିବା ଲାଗି ଅନୁରୋଧ ଓ ଚାପ ତାଲିବାନ ଉପରେ ପକାଇଥିଲେ କିନ୍ତୁ ତାହା କିଛି ଫଳ ଦେଲା ନାହିଁ।

ଧାର୍ମିକ ବିଦ୍ଵେଷ ଏଭଳି ଅହଂକାର ତିଆରି କରେ ଯେ ନିଜର କାର୍ଯ୍ୟର ପରିଣାମ ସମ୍ପର୍କରେ ମଧ୍ୟ ଏହା ଚିନ୍ତା କରିବାକୁ ସୁଯୋଗ ଦିଏନାହିଁ।  

ତାଲିବାନମାନଙ୍କ ଦ୍ଵାରା ବୁଦ୍ଧ ମୂର୍ତ୍ତି ଧ୍ଵଂସ ଅନେକଙ୍କୁ ବ୍ୟଥିତ କରିଥିଲା। ଆଫଗାନିସ୍ତାନ ସରକାରକୁ ସ୍ବୀକୃତି ନଦେବା ଲାଗି ବିଭିନ୍ନ ଦେଶ ଚାପ ପକାଇଥିଲେ। ଏପରିକି ଭାରତ ଭଳି କେତେକେ ଦେଶ ଆଫଗାନିସ୍ତାନରୁ ସେହି ଭଗ୍ନାବଶେଷକୁ ନିଜ ଦେଶକୁ ଆଣିବା ଓ ନିଜ ନିଜ ଦେଶରେ ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ସ୍ଥାପନର ପ୍ରସ୍ତାବ ଦେଇଥିଲେ।

କିନ୍ତୁ କୌଣସି ଦେଶ ତାଲିବାନଙ୍କ କାର୍ଯ୍ୟ ଲାଗି ସମଗ୍ର ମୁସଲମାନ ସମାଜକୁ ଏଥିଲାଗି ଦାୟୀ କରିନଥିଲେ କି ଏଥିଲାଗି କୌଣସି ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇନଥିଲା। ହଁ, ତାଲିବାନୀ ଶାସନ ବୋଲି ଏକ ଶବ୍ଦ ତିଆରି ହୋଇଥିଲା ଯାହାର ଅର୍ଥ ଥିଲା ଶାସକର ଯଥେଚ୍ଚାଚାର।

ସେହି ୨୦୦୧ ମସିହାରେ ପୁଣି ଏକ ଅତି ଦୁଃଖଦ ଘଟଣା ଘଟିଥିଲା।   

ସେପ୍ଟେମ୍ବର ୧୧ ତାରିଖରେ (୯/୧୧ ଭାବରେ ଖ୍ୟାତ) ଆଲ-କାଏଦା ଉଗ୍ରବାଦୀ ସଂଗଠନର ୧୯ ଜଣ ସଦସ୍ୟ ତିନୋଟି ଏରୋପ୍ଳେନକୁ ହରଣଚାଳ କରି ତାହା ଦ୍ଵାରା ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନ ଉପରେ ଆକ୍ରମଣ କରିଥିଲେ। ଆଲ-କାଏଦାର ଆକ୍ରମଣ ହେତୁ ୨୯୯୬ ଜଣ ଆମେରିକୀୟଙ୍କର ମୃତ୍ୟୁ ହୋଇଥିଲା।

ଉକ୍ତ ୯/୧୧ ଘଟଣା ପରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ “ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ” ବା ୱାର ଅନ ଟେରର ଘୋଷଣା କରିବା ମାରାତ୍ମକ ଥିଲାତାହାଠାରୁ ଅଧିକ ମାରାତ୍ମକ ଥିଲା ଗଣମାଧ୍ୟମକୁ ତାଙ୍କର ବକ୍ତବ୍ୟ, “ମନଷ୍ଟର ଅନ୍ଧାରରେ ଲୁଚି ରହିଛି

ସେ ବାଇବେଲର ମନଷ୍ଟର (ରାକ୍ଷସ) ଚରିତ୍ରକୁ ଏଠାରେ ଉଦୃତ କରିଥିଲେ। ଆମେରିକା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଥିଲା। ଏହାର ରାଷ୍ଟ୍ରପତି ବାଇବେଲର ଚରିତ୍ରକୁ ଆଣି ଉଗ୍ରବାଦ ସହିତ ତୁଳନା କରିବା ପରେ ହଠାତ ଖ୍ରୀଷ୍ଟିୟାନ ଚେତନା ଦେଶ ମଧ୍ୟରେ ଜାଗ୍ରତ ହୋଇଥିଲା।

ଏହା ଆମେ ଭାରତରେ ମଧ୍ୟ ଦେଖୁଛୁ ବିଶେଷକରି ଯେତେବେଳେ ହିନ୍ଦୁ ମୌଳବାଦୀ ନେତାମାନେ ଆଜିର ସମୟକୁ ଉପସ୍ଥାପିତ କରିବା ସମୟରେ ମହାଭାରତ ଓ ରାମାୟଣର ଚରିତ୍ରମାନଙ୍କୁ ଆଣିବା ଦ୍ଵାରା ସମଗ୍ର ଦେଶରେ ତାହାର କି ଭଳି ପ୍ରଭାବ ପଡୁଛି।  

 ବୁଶଙ୍କ ମନଷ୍ଟରକୁ ବକ୍ତବ୍ୟ ପରେ ଆମେରିକା ଗଣମାଧ୍ୟମ, ଇଣ୍ଟରନେଟ, ନେତାଙ୍କ ବକ୍ତବ୍ୟ, ହଲିଉଡ ଫିଲ୍ମ ସମସ୍ତେ “ରାକ୍ଷସ” ବା “ମନଷ୍ଟର” ସନ୍ଧାନ ନାମରେ ଅଳ୍ପସଂଖ୍ୟକ ମୁସଲମାନଙ୍କୁ ପରୋକ୍ଷରେ ଆକ୍ରମଣର କେନ୍ଦ୍ର କରିଥିଲେ। ଅନେକ ସିରିଏଲ, ଫିଲ୍ମ, ରିପୋର୍ଟ ଓ ଗୃପ ଇସଲାମ ବିରୁଦ୍ଧରେ ତିଆରି ହୋଇଗଲା। (ଉସ୍ଛ: ଇସଲାମୋଫୋବିଆ ଇଣ୍ଡଷ୍ଟ୍ରି, ଲେଖକ: ନାଥାନ ଲୀନ)

ବିଶ୍ବରେ ବୁଶଙ୍କର ଏହି ମନ୍ତବ୍ୟ ପରେ ସମାଜଶାସ୍ତ୍ରୀମାନଙ୍କ ଦ୍ଵାରା ଇସଲାମୋଫୋବିଆ ଶବ୍ଦର ପ୍ରଚାଳନ ହେଲା। ଫୋବିଆର ଅର୍ଥ ଭୟ। କେତେକ ବନ୍ଧୁଙ୍କ ସହିତ ଆଲୋଚନା ପରେ ମୁଁ ଇସଲାମୋଫୋବିଆର ଅର୍ଥ ଇସଲାମ-ଆଡୁ-ଭୟ ରଖିଛି। ଓଡିଆରେ ପ୍ରଚଳିତ ଶବ୍ଦ ନୁହେଁ।

ଆମେରିକା ସରକାର ଆମେରିକାବାସୀଙ୍କ ମଧ୍ୟରେ ଇସଲାମ-ଆଡୁ-ଭୟ ରହିଥିବାର ଅବାସ୍ତବ ଭୟ ସୃଷ୍ଟି କରାଇଲେ। ଏହାପରେ ଆମେରିକାର ଛୋଟ ବଡ ସହରର ଗଳିକନ୍ଦିରେ ମୁସଲମାନଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଲା। (ପରବର୍ତ୍ତୀ ଲେଖାରେ ବିସ୍ତୃତ ଆଲୋଚନା କରିଛି)

ତାଲିବାନଙ୍କ ବୁଦ୍ଧ ମୂର୍ତ୍ତି ଧ୍ଵଂସ ବୌଦ୍ଧ ଧର୍ମାବଲମ୍ବୀ ମାନସିକତାକୁ ଆଘାତ ଦେଇଥିଲା। କିନ୍ତୁ ନିରସ୍ତ୍ର ମୁସଲମାନଙ୍କୁ ଏଥିଲାଗି ଦାୟୀ କରି କୌଣସି ଘଟଣା ଘଟିନଥିଲା। କିନ୍ତୁ ଜର୍ଜବୁଶଙ୍କ ଇସଲାମ ବିରୋଧୀ ମନଷ୍ଟର ଭାରତ, ଶ୍ରୀଲଙ୍କା, ବର୍ମା, ଜାପାନ ଇତ୍ୟାଦି ଦେଶରେ ମୁସଲମାନ ବିରୋଧୀ ହିଂସା, ଦଙ୍ଗା, ସାମ୍ପ୍ରଦାୟିକ ଆକ୍ରମଣ ଭଳି ଘଟଣା ସୃଷ୍ଟି କରିଥିଲା।


Email: debasar11@yahoo.co.in

Monday, October 14, 2024

ଏଠି ସରକାର ଦେଉଛନ୍ତି ସରକାରଙ୍କୁ ପୁରସ୍କାର

        ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳଲା। ସେ ଦିନର ‘ମୃଗୟା’ ଚଳଚ୍ଚିତ୍ରର ନାୟକ ମିଥୁନ ଚକ୍ରବର୍ତ୍ତୀ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୀର୍ଘ ପଚାଶ ବର୍ଷ ହିନ୍ଦୀଓଡିଆ (ସହର ଜଳୁଛି’, ‘ଏ ଯୁଗର କୃଷ୍ଣ ସୁଦାମା’ ଇତ୍ୟାଦି)ତେଲେଗୁ ଓ ନିଜର ବଙ୍ଗାଳୀ ଭାଷାର ବିଭିନ୍ନ ଫିଲ୍ମରେ ଅଭିନୟ କରିଆସୁଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଭାରତୀୟ ଫିଲ୍ମ ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି।  

            ୧୯୭୬   ମସିହାରେ ପ୍ରସିଦ୍ଧ ନିର୍ଦ୍ଦେଶକ ମୃଣାଳ ସେନ ଭଗବତୀ ପାଣିଗ୍ରାହୀଙ୍କ ଲିଖିତ ଓଡିଆ ଗଳ୍ପ “ଶିକାର” କୁ ଫିଲ୍ମ ରୂପାନ୍ତର କରିବା ଲାଗି (ଯାହାର ନାମ ସେ ‘ମୃଗୟା’ ରଖିଥିଲେଅଧିକ ଉଚ୍ଚତା ବିଶିଷ୍ଟଶ୍ଯାମଳ ବର୍ଣ୍ଣ ଓ ମଜଭୁତ ଦେଖାଯାଉଥିବା ଜଣେ କଳାକାରଙ୍କ ଆବଶ୍ୟକତା ଅନୁଭବ କରୁଥିଲେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଛାତ୍ର ଥିବା ସମୟରେ “ମୃଗୟା” ଲାଗି ଚୁକ୍ତି କରିଥିବା ସେହି ଦୀର୍ଘକାୟ ଯୁବକ ମିଥୁନ ଚକ୍ରବର୍ତ୍ତୀଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା ଦାଦା ସାହେବ ଫାଲକେ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି।

            ଏହି ୨୦୨୪ ମସିହାର କିଛି ଦିନ ଆଗରୁ ସେ କେନ୍ଦ୍ର ସରକାରଙ୍କ ଦ୍ଵାରା ପଦ୍ମଭୂଷଣ ପୁରସ୍କାର ଦ୍ଵାରା ମଧ୍ୟ ସମ୍ମାନିତ ହୋଇଥିଲେ। ଗୋଟିଏ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଦୁଇ ବୃହତ ପୁରସ୍କାର ଦ୍ଵାରା ଏହି ଭଳି ସମ୍ମାନିତ ହେବା ପଛରେ କାରଣ କଣ ହୋଇପାରେ?

            ସାଧାରଣତଃ ମିଥୁନ ଚକ୍ରବର୍ତ୍ତୀ ନିଜର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ସଦସ୍ୟଙ୍କ ଭଳି କ୍ଵଚିତ ସାମାଜିକ ସମସ୍ଯା ଉପରେ ନିଜର ବକ୍ତବ୍ୟ ରଖିଥାନ୍ତି। କିନ୍ତୁ କଲିକତାର ଆର.ଜି. କର ମେଡିକାଲ କଲେଜ ଛାତ୍ରୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଦୋଷୀଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଆପଣାଇବା କାରଣରୁ ମିଥୁନ ଚକ୍ରବର୍ତ୍ତୀ ବ୍ୟସ୍ତ ହୋଇ ମନ୍ତବ୍ୟ ଦେଇଥିଲେ“ରାଜ୍ୟ ସରକାରଙ୍କ ଏତାଦୃଶ ମନୋବୃତ୍ତି ହେତୁ ମୁଁ ଜଣେ ବଙ୍ଗାଳୀ ଭାବରେ ମୁଣ୍ଡ ଉଠାଇ ଚାଲିପାରୁନାହିଁ।“ କିନ୍ତୁ ସେ ମଣିପୁର ମହିଳାଙ୍କ ଗଣ ଦୁଷ୍କର୍ମ ମାମଲାରେ ସଂପୂର୍ଣ୍ଣ ନୀରବ ରହିଥିଲେ। (ଯୁକ୍ତି ଅନୁସାରେ ଏହା ପଶ୍ଚିମବଙ୍ଗ ମଧ୍ୟରେ ଘଟିନଥିଲା!!!)

            ଏଠାରେ ଉଲ୍ଲେଖ ଯୋଗ୍ୟ କଥା ହେଲା ଯେ ୨୦୧୧ ମସିହାରେ ମିଥୁନ ଚକ୍ରବର୍ତ୍ତୀ ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ ଓ ୨୦୧୪ ମସିହାରେ ସେ ଏହି ଦଳ ତରଫରୁ ରାଜ୍ୟ ସଭା ସଦସ୍ୟ ହୋଇପାରିଥିଲେ। କିନ୍ତୁ ୨୦୧୬ ମସିହାରେ ‘ସାରଦା ଚିଟ ଫଣ୍ଡ ସ୍କାମ’ ରେ ତାଙ୍କର ସମ୍ପୃକ୍ତି ଥିବା ମନେକରି ତାଙ୍କର ଘର ଚଢାଉ ହୋଇଥିଲା। ସେ କେତେକ ଅର୍ଥରାଶି ଦଣ୍ଡ ସ୍ୱରୂପ ପଇଠ କରିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଓ ଏଥିଲାଗି ସେ ୨୦୧୬ ମସିହାରେ ତୃଣମୂଳ କଂଗ୍ରେସ ପାର୍ଟି ଛାଡିଥିଲେ।

            ଦୀର୍ଘ ବର୍ଷ ପରେ ତାଙ୍କ ଅଭିନୀତି ଦୁଇଟି ଫିଲ୍ମ ଲାଗି ସେ ଚର୍ଚ୍ଚିତ ହୋଇଥିଲେ। ୨୦୧୯ ମସିହାରେ ‘ଦି ତାସକେନ୍ଟ ଫାଇଲ୍ସ’ ରିଲିଜ ହୋଇଥିଲା ଠିକ ଜାତୀୟ ନିର୍ବାଚନ ପୂର୍ବରୁ। ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦେହାନ୍ତ ଉପରେ ରହିଥିବା ଦ୍ଵନ୍ଦକୁ ନେଇ ଏହି ଫିଲ୍ମ ନିର୍ମିତ। ଏହି ଫିଲ୍ମ ମୁଁ ଦେଖିନାହିଁ। ଏହାର ସମୀକ୍ଷା ପଢିଛି । ଜାତୀୟ ନିର୍ବାଚନ ପୂର୍ବରୁ ଏହି ଫିଲ୍ମ ରିଲିଜ ହେବା ପଛରେ ରାଜନୈତିକ କାରଣ ସ୍ପଷ୍ଟ ଥିଲା। ଏହାପରେ ମିଥୁନ ଚକ୍ରବର୍ତ୍ତୀ ୨୦୨୧ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ।

            ୨୦୨୩ ରେ ସେ ଅତି ଚର୍ଚ୍ଚିତ ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସରେ ଅଭିନୟ କରିଥିଲେ। ‘ଦି ତାସକେନ୍ଟ ଫାଇଲ୍ସ’ ର ନିର୍ମାତା ନିର୍ଦ୍ଦେଶକ ଓ ଅଭିନେତା ପୁଣି ଥରେ କେନ୍ଦ୍ର ସରକାରଙ୍କ ବିଚାରକୁ ଅବିକଳ ନକଲ କରି ‘ଦି କାଶ୍ମୀର ଫାଇଲ୍ସ’ ତିଆରି କରିଥିଲେ। ଏହାର କିଛି ଅଂଶ ମୁଁ ଦେଖିଛି। ମାନବିକତାକୁ ଯେ କେତେ କଦର୍ଯ୍ୟ ଭାବରେ ଖଣ୍ଡ ଖଣ୍ଡ କରିଦିଆଯାଏ ଓ ଗୋଟେ ଭାଗ ଦେଖିଲେ ଅନ୍ୟ ଭାଗକୁ ଲୁଚାଇ ରଖାଯାଏ ତାହାର ନମୁନା ହେଲା ଏହି ଫିଲ୍ମ।

            ଦୀର୍ଘ ବର୍ଷ ହେଲା ଦାଦା ସାହେବ ଫାଲକେ ପୁରସ୍କାର କେନ୍ଦ୍ର ସରକାରଙ୍କ ପ୍ରତି ଆନୁଗତ୍ୟ ରହିଥିବା କଳାକାରଙ୍କୁ ମିଳିବାର ଧାରା ସୃଷ୍ଟି ହୋଇଯାଇଛି। ଉଦାହରଣ ଭାବରେ ନେଲେ ଅମିତାଭ ବଚ୍ଚନ କଂଗ୍ରେସ ସରକାର ଶାସନ ସମୟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇନଥିଲେ। ଯଦିଓ ସେ ୧୯୮୪ ରେ କଂଗ୍ରେସ ପାର୍ଟିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଓ ଆଲ୍ଲାହାବାଦ ସିଟରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ କିନ୍ତୁ ବଫର୍ସ ସ୍କାମ ପରେ ଉଭୟ କଂଗ୍ରେସ ଓ ବଚନଙ୍କ ମଧ୍ୟରେ ଦୂରତା ବଢିଥିଲା। ୨୦୦୬ ମସିହାରେ ଅମିତାଭ ବନଚଙ୍କ କମ୍ପାନୀକୁ ଆୟକର ବିଭାଗ ତରଫରୁ ନୋଟିସ ଆସିବା ସମୟରେ ସେ ଏହାକୁ କଂଗ୍ରେସ ପାର୍ଟିର ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ କରିଥିଲେ।

            ଦୀର୍ଘ ବର୍ଷ ହେଲା ଅମିତାଭ ବଚନ ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଉତ୍ତମ ସମ୍ପର୍କ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଓ ଅମିତାଭ ବଚନଙ୍କ ମଧ୍ୟରେ ଟ୍ବିଟର ଓ ଏକ୍ସ ର ଆଳାପରୁ ଏହା ବେଶ ଜଣାପଡେ। ଏଥିଲାଗି ଅମିତାଭ କେବେ ଲୋକଙ୍କ ସାମାଜିକଆର୍ଥିକ ଓ ରାଜନୈତିକ ସମସ୍ଯା ଉପରେ କୌଣସି ମନ୍ତବ୍ୟ ଗଲା ବର୍ଷ ମାନଙ୍କରେ ଦେଇନାହାନ୍ତି। ତେଣୁ ଏହା ସ୍ଵାଭାବିକ ଯେ ଅମିତାଭ ବଚ୍ଚନ ବିଜେପିର ଶାସନ ସମୟରେ ୨୦୧୮ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିଲେ। ସେହିଭଳି ଦେବାନନ୍ଦ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ଦୃଢ ପ୍ରଶଂସକ ଥିଲେ ଓ ତାଙ୍କୁ ୨୦୦୨ ମସିହାରେ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ଦାଦା ସାହେବ ଫାଲକେ ପୁରସ୍କାର ମିଳିପାରିଥିଲା।

            ଦାଦା ସାହେବ ଫାଲକେ ପୁରସ୍କାର ସମ୍ପର୍କରେ ଅନ୍ୟ ଏକ ବିରୋଧ ମନ୍ତବ୍ୟ ଆସେ ଯେ ଏଥିରେ ମହିଳା କଳାକାରନିର୍ଦ୍ଦେଶିକାଗାୟୀକା ବା କଥାବସ୍ତୁ ଲେଖିକା କ୍ଵଚିତ ଉକ୍ତ ପୁରସ୍କାର ପାଇଥାନ୍ତି। ୧୯୬୯ ରେ ଯେବେ ଏହା ଆରମ୍ଭ ହୋଇଥିଲା ସେତେବେଳେ ପ୍ରଥମ ପୁରସ୍କାର ଅଭିନେତ୍ରୀ ଦେବିକା ରାଣୀଙ୍କୁ (ଭାରତୀୟ ସିନେମାର ପ୍ରଥମ ମହିଳା) ମିଳିଥିଲା। ଅଥଚ ସମଗ୍ର ପୁରସ୍କାର ତାଲିକାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅନେକ କମ।

            ଉଦାହରଣ ଭାବରେଫିଲ୍ମ କ୍ଷେତ୍ରକୁ ଜୀବନ ବ୍ୟାପୀ ଅବଦାନ ଲାଗି ୨୦୦୦ ମସିହା ଠାରୁ ୨୦୨୪ ମସିହା ମଧ୍ୟରେ କେବଳ ଆଶା ଭୋସଲେ (୨୦୦୦)ଆଶା ପାରେଖ (୨୦୨୨) ଓ ୱାହୀଦା ରେହମାନ (୨୦୨୩) ଙ୍କୁ ଛାଡିଦେଲେ ଅନ୍ୟ କୌଣସି ମହିଳା କଳାକାର ଏହି ସର୍ବୋଚ୍ଚ ସମ୍ମାନ ପାଇନାହାନ୍ତି। ମଧୁବାଲାଶର୍ମୀଲା ଟାଗୋରେନିର୍ଦ୍ଦେଶିକା ଦୀପା ମେହେଟା (‘ଫାୟାର’ ପ୍ରସିଦ୍ଧ)ଅପର୍ଣ୍ଣା ସେନଗାୟୀକା ଏସ ଜାନକୀ (ମୃତ)କୋରିୟଗ୍ରାଫର ସରୋଜ ଖାନ (ମୃତ) ଇତ୍ୟାଦି ପାଇନାହାନ୍ତି। ଯେଉଁ ସଂଖ୍ଯାରେ ପୁରୁଷ ଅଭିନେତାନିର୍ଦ୍ଦେଶକଗାୟକ ଇତ୍ଯାଦିଙ୍କୁ ମିଳିଛି ସେ ତୁଳନାରେ ମହିଳାଙ୍କୁ ମିଳିନାହିଁ।  

            ଫାଲକେ ପୁରସ୍କାର ତାଲିକାରେ ବହୁତ ବଡ ବ୍ୟତିକ୍ରମ କିନ୍ତୁ ହେଉଛନ୍ତି ହିନ୍ଦୀ ଫିଲ୍ମର ଗୀତିକାର ଓ ନିର୍ଦ୍ଦେଶକ ଗୁଲାଜାର। ତାଙ୍କୁ ୨୦୧୩ ମସିହାରେ କଂଗ୍ରେସ ପାର୍ଟିର ଶାସନ ସମୟରେ ଉକ୍ତ ପୁରସ୍କାର ମିଳିପାରିଥିଲା। ଅଥଚ ତାଙ୍କରି ଫିଲ୍ମ ‘ଆନ୍ଧି’ ସତୁରୀ ଦଶକରେ ନିର୍ମିତ ହୋଇଥିଲା ଓ ଏହାର କାହାଣୀ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଘୋଷିତ ଜରୁରୀକାଳୀନ ପରିସ୍ଥିତି ଉପରେ ପର୍ଯ୍ୟବେଶିତ ଥିଲା  ପରେ ଜନସଙ୍ଘ – ଜନତା ମିଳିତ ସରକାର ୧୯୭୮ ମସିହାରେ ଆସିବା ପରେ ଓ ଏଲକେ ଆଡବାଣୀ ପ୍ରସାରଣ ମନ୍ତ୍ରୀ ଥିବା ସମୟରେ ଏହାର ରିଲିଜ ଲାଗି ଅନୁମତି ଦିଆଯାଇଥିଲା।  

              ଗୁଲାଜାରଙ୍କ ଅନ୍ୟତମ ପ୍ରସିଦ୍ଧ ଫିଲ୍ମ ‘ମାଚ୍ଚିସ’ ପଞ୍ଜାବରେ ‘ଅପରେସନ ବ୍ଲୂଷ୍ଟାର’ ସମୟରେ ହେଉଥିବା ପୁଲିସର ଅତ୍ୟାଚାର ଓ ଏନକାଉଣ୍ଟର ହତ୍ୟା ଉପରେ ପର୍ଯ୍ୟବେଶିତ। ସମାଜରେ କେଉଁଭଳି ପ୍ରଭାବ ଉକ୍ତ ଅପରେଶନ ପକାଉଛି ତାହା ଉପରେ ଫିଲ୍ମର କଥାବସ୍ତୁ ଥିଲା। ସରକାରଙ୍କ ପଦକ୍ଷେପକୁ ସର୍ବଦା ସମାଲୋଚନା କରିଆସିଥିବା ଗୁଲାଜାରଙ୍କୁ ୨୦୧୩ ମସିହାରେ ଫାଲକେ ପୁରସ୍କାର ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

              ଆଜି ପୁରସ୍କାରର ଯେଉଁଭଳି ରାଜନୀତିକରଣ ହୋଇଛି  ଆଗାମୀ ଦିନରେ କମଳା ହସନନସିରୁଦ୍ଦିନ ଶାହାଓମପୁରୀଜାଭେଦ ଅଖତାର ଓ ଶାବନା ଆଜମୀ ଇତ୍ଯାଦିଙ୍କୁ ଉକ୍ତ ପୁରସ୍କାର ମିଳିବା ଅସମ୍ଭବ। 

              ଭାରତୀୟ ବୃତ୍ତଚିତ୍ର ନିର୍ମାଣ ଇତିହାସରେ ଆନନ୍ଦ ପଟ୍ଟବର୍ଦ୍ଧନ ଜଣେ ଜୀବନ୍ତ କିମ୍ବଦନ୍ତୀଦେଶ ତାଙ୍କର ସାହସ ଓ ଉସ୍ଛର୍ଗୀକୃତ ମନୋଭାବର ଉଦାହରଣ ପାଇଥିଲା ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତି ଘୋଷଣା ସମୟରେ। ଲୋକଙ୍କ ଉପରେ ଯେଉଁ ଦମନ ହେଉଥିଲା ତାହାକୁ ଲୁଚିଛପି ରେକର୍ଡ କରିବାଲୋକଙ୍କ ସାକ୍ଷାତକର ନେବା ଓ ସମ୍ପାଦନା ବିଦେଶରେ କରି ‘ଜମୀର କେ ବନ୍ଦୀ’ ଫିଲ୍ମ ରିଲିଜ କରିବା (୧୯୭୮) ଦର୍ଶାଉଛି ନିର୍ମାତାଙ୍କ ପ୍ରସ୍ତୁତି। ତାହା ଥିଲା କଂଗ୍ରେସ ପାର୍ଟି ବିରୁଦ୍ଧରେ କାର୍ଯ୍ୟ। ସେହିଭଳି ‘ରାମ କେ ନାମ’ (୧୯୯୨) ଠାରୁ ‘ବିବେକ’ (୨୦୧୮) ବିଜେପି ର ହିନ୍ଦୁତ୍ଵ ବିରୁଦ୍ଧରେ ଦୃଢ ସ୍ଵର। ସମାଜରେ ପୁରୁଷତାନ୍ତ୍ରିକ ମନୋଭାବ ବିରୁଦ୍ଧରେ ନିର୍ମିତ ‘ପିତା ପୁତ୍ର ଓ ଧର୍ମଯୁଦ୍ଧ (୧୯୯୫) , ବାଜପେୟିଙ୍କ ସମୟର ପରମାଣୁ ବୋମା ପରୀକ୍ଷଣକୁ ବିରୋଧ କରି  ନିର୍ମିତ ‘ଯୁଦ୍ଧ ଓ ଶାନ୍ତି’ (୨୦୦୨) ଓ ଦଳିତ ଆନ୍ଦୋଳନ ଉପରେ ନିର୍ମିତ ‘ଜୟ ଭୀମ କମ୍ରେଡ’ (୨୦୧୧) ଫିଲ୍ମ ଲାଗି ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ଆନନ୍ଦ ପଟ୍ଟବର୍ଦ୍ଧନଙ୍କ ନାମ କେବେ ଦାଦା ସାହେବ ଫାଲକେ ପୁରସ୍କାର ଲାଗି ପ୍ରସ୍ତାବ ମଧ୍ୟ ହୋଇନାହିଁ  

            କ୍ଷମତା ରାଜନୀତି ଆଜି ସମସ୍ତ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରୁଛି। ଫିଲ୍ମ କ୍ଷେତ୍ରରେ ଏହା ଅଧିକ ରହିଛି। ଏଥିରେ ସମାଜ ଅନେକ କିଛି ହରାଉଛି। କ୍ଷମତା ରାଜନୀତି ଆଜି ସମସ୍ତ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରୁଛି। ଫିଲ୍ମ କ୍ଷେତ୍ରରେ ଏହା ଅଧିକ ରହିଛି। ଏଠାରେ ସରକାର ହିଁ ପୁରସ୍କାର ଦେଉଛନ୍ତି ସରକାରଙ୍କୁ। କଳାକାର ଏଠାରେ କେବଳ ଏକ ଯନ୍ତ୍ର। 

 Email: debasar11@yahoo.co.in