ଆଜି କେନ୍ଦ୍ର ସରକାର ଯେଉଁ ଭଳି ସମସ୍ତ ନାଗରିକଙ୍କ
ନାଗରିକତାକୁ ନେଇଯିବା ଓ ସେମାନଙ୍କୁ ନିଜର ଦୟାର ପାତ୍ର ସଜେଇଦେବାର ଯେଉଁ ହୀନ ଉଦ୍ୟମ
କରୁଛନ୍ତି ଏହାର ପ୍ରତିବାଦ ତ ଦେଶସାରା ହେବାରେ ଲାଗିଛି । ସରକାର ଆଗ ନା ନାଗରିକ ? ଏବେ ଅତିଥି ଜଣକ ଘରେ
ପଶି ଘର ମାଲିକକୁ ଯଦି ମାଗେ ଘରର ମାଲିକାନାସତ୍ଵର ପ୍ରମାଣ ତେବେ ଏହାକୁ କ’ଣ କୁହାଯିବ ଗଣତନ୍ତ୍ର?
ଦୀର୍ଘ
ସତୁରୀ ବର୍ଷ ପରେ ଆଜି ଆମେ ଏକ ନୂତନ ଲଢେଇର ଆରମ୍ଭ ଦେଖୁଛେ । ଆମେ ଆଗରୁ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କ ଆନ୍ଦୋଳନ ଦେଖିଆସିଥିଲୁ । ସମସ୍ତେ ନିଜ ନିଜ ଅଧିକାର ପାଇଁ
କିନ୍ତୁ ଅଲଗା ଅଲଗା ଲଢେଇ କରୁଥିଲେ । ଏହି ଏନଆରସି ଓ ଏନପିଆର ବିରୋଧୀ ଅଭିଯାନର ଏକ ଅବଦାନ
ହେଲା ଯେ ଆଜି ଏହି ସମସ୍ତ ଚାଷୀ, ଶ୍ରମିକ, ଦଳିତ ଅଥବା ମହିଳା ଓ ଆଦିବାସୀଙ୍କୁ ଆମେ ଏକାଠି
କରିଦେଇପାରିଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ସେହି ସମସ୍ତ ବର୍ଗ ସହିତ ମହିଳା ଓ ଛାତ୍ରଛାତ୍ରୀମାନେ
ମଧ୍ୟ ବହୁ ସଂଖ୍ଯାରେ ଯୋଗ ଦେଇଚାଲିଛନ୍ତି ।
ଏହି
ଆନ୍ଦୋଳନ ମଧ୍ୟରେ ଯେବେ “ଆମେ ଭାରତୀୟ” ସ୍ଲୋଗାନ ଆସୁଛି ସେତେବେଳେ ସମଗ୍ର ଭାରତୀୟଙ୍କ ସମସ୍ଯା
ଆମ ସମସ୍ତଙ୍କ ସମସ୍ଯା ତାହା ହିଁ ଏହା ପରର ସ୍ଲୋଗାନ ହେବ । କେବଳ ଯେ ଅଳ୍ପ ସଂଖ୍ୟକର ସମର୍ଥନରେ
ଏହି ସ୍ଲୋଗାନ “ଆମେ ଭାରତୀୟ” ଉଠୁଛି ତାହା ନୁହେଁ ଆଗାମୀ ଦିନରେ ଏହା ନିଶ୍ଚିତ ସମସ୍ତ ପ୍ରକାରର
ସରକାରୀ ଦମନ ଓ ସ୍ଵାର୍ଥପରତା ତଥା ଏକଛତ୍ରବାଦୀ ନିଷ୍ପତ୍ତି ବିପକ୍ଷରେ ଉଠିବ ।
ଭାରତୀୟ
ସମ୍ବିଧାନର ମୁଖବନ୍ଧ କେବଳ ‘ଧର୍ମନିରପେକ୍ଷତା’ର କଥା କହୁନାହିଁ । ଏହା ମଧ୍ୟ ‘ସମାଜବାଦ’ ଓ ‘ଗଣତନ୍ତ୍ର’ର କଥା କହୁଛି । ଆଜି
ଏହି ଧର୍ମନିରପେକ୍ଷତାକୁ ଉଠାଇ ଦେବାର ଉଦ୍ୟମ କରିବା ହେତୁ ଦେଶଭିତରେ ପ୍ରତିବାଦ ଦେଖାଦେଇଛି ।
ଏହାପରେ
“ଆମେ ଭାରତୀୟମାନେ” ତ ପଚାରିବୁ ଯେ ଦେଶରେ ବିଗତ ଦିନମାନଙ୍କରେ ହୋଇଥିବା ସମସ୍ତ ଦଙ୍ଗାରେ
ଲିପ୍ତ ସେହି ଅପରାଧୀମାନଙ୍କୁ ତୁମେ ସୁରକ୍ଷା କେମିତି ଦେଉଛ? ସେମାନେ ଜେଲରେ ରହିବା ବଦଳରେ ଆଜି କେଉଁଭଳି
ନିର୍ଭୟରେ ବୁଲୁଛନ୍ତି ଓ ତୁମ ପାର୍ଟିର ପ୍ରମୁଖ କର୍ମୀ ସାଜିଛନ୍ତି ?
ଏହା
ପରେ “ଆମେ ଭାରତୀୟ” ସମାଜବାଦର ସଜ୍ଞା ନେଇ ନିଶ୍ଚୟ ପ୍ରଶ୍ନ କରିବୁ । କେମିତି ଦେଶରେ ଦରଦାମ ବୃଦ୍ଧି, ବେକାରୀ ଓ ପୁଷ୍ଟିହୀନତା
କାହିଁକି ବଢୁଛି ? ଚାଷୀ ଠାରୁ ଶିକ୍ଷିତ ବେକାର ଯୁବାବର୍ଗ ଆତ୍ମହତ୍ୟା
କରୁଥିଲା ବେଳେ ମୁକେଶ ଆମ୍ବାନୀ ଓ ଆଦାନିଙ୍କ ସମ୍ପତ୍ତି ବଢିବାରେ କେମିତି ଲାଗିଛି ?
ସରକାର
ଲୋକଙ୍କୁ କାମ ଓ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅସମର୍ଥ ହେଉଛି । କିନ୍ତୁ ସାଧାରଣଲୋକଙ୍କ ଜୀବନ
ରେଖା ସାଜିଥିବା ରେଳ ବିଭାଗ ହେଉ ଅଥବା ଜାତୀୟତାର ଓ ଦେଶର ସୁରକ୍ଷା ଲାଗି ଗଠିବା ପ୍ରତିରକ୍ଷା
ବିଭାଗକୁ ସେହି ସବୁ ମୁଷ୍ଟିମେୟ କମ୍ପାନୀମାନଙ୍କୁ ବିକ୍ରିକରିଦେବାରେ (ନୂଆ ପ୍ରାଇଭେଟ ଟ୍ରେନ
ପ୍ରଚାଳନ ଓ ଯୁଦ୍ଧଅସ୍ତ୍ର ନିର୍ମାଣ ଲାଗି) ଲାଗିଛନ୍ତି ?
“ଆମ୍ଭେ ଭାରତୀୟ”, We The People, ଏହା ପରେ ସରକାରଙ୍କୁ ନିଶ୍ଚେ ତ ଏ ସବୁର ଉତ୍ତର
ମାଗିବୁ ।
No comments:
Post a Comment