ଲେଖା ସଂଖ୍ୟା – 4
(ସିଏଏ ଓ ଏନଆରସିକୁ
ବିରୋଧ କରି ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଲି, ଜାନୁଆରୀ ୩୦,
୨୦୨୦)
ଇସଲାମ-ଆଡୁ-ଭୟ ବା ଇସଲାମୋଫୋବିଆ ଦେଇ ଧର୍ମ ନାମରେ ସ୍ଵତନ୍ତ୍ର ଜାତୀୟତା ସୃଷ୍ଟି
କରାଯାଉଛି। ଏହି ଜାତୀୟତାରେ ଅନ୍ୟ ଧର୍ମାବଲମ୍ବୀଙ୍କର କୌଣସି ସ୍ଥାନ ନାହିଁ ବୋଲି ଯୁକ୍ତି
କରାଯାଉଛି।
ଯେମିତି କି;
ଆମେରିକାର ଉନ୍ନତି କହିଲେ ଖ୍ରୀଷ୍ଟିୟାନ ଆମେରିକୀୟଙ୍କ ବିକାଶକୁ ଟ୍ରମ୍ଫ ବୁଝାଉଛନ୍ତି। ସେ
ଆଦୌ ମୁସଲମାନ- ଆମେରିକାବାସୀ, କଳା-ଆମେରିକାବାସୀ, ଏସିୟ-ଆମେରିକାବାସୀ ବା ଚୀନ -
ଆମେରିକାବାସୀ କି କ୍ୟୁବା - ଆମେରିକାବାସୀଙ୍କ କଥା ସେ କହୁନାହାନ୍ତି। ଖ୍ରୀଷ୍ଟିୟାନ ଆମେରିକାନ
ଏହି କଥାକୁ ଗ୍ରହଣ ମଧ୍ୟ କରୁଛନ୍ତି।
ଭାରତର ବିକାଶ କହିଲେ କେବଳ "ଜୟ ଶ୍ରୀରାମ" କହୁଥିବା ହିନ୍ଦୁଙ୍କର ବିକାଶର କଥା
କୁହାଯାଉଛି। ତେଣୁ ତ ସେମାନେ ସମସ୍ତଙ୍କୁ “ଜୟ ଶ୍ରୀରାମ” ଉଚ୍ଚାରଣ କରିବା ଲାଗି କହୁଛନ୍ତି।
ସହରୀ ହିନ୍ଦୁ ଉଚ୍ଚଜାତିର ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ପରିବାର ଯୁକ୍ତି କରୁଛନ୍ତି ଯେ ଭାରତ
କହିଲେ ହିନ୍ଦୁଙ୍କର ଦେଶ କାରଣ ଏହାର ନାମ "ହିନ୍ଦୁସ୍ତାନ"।
ସେଥିଲାଗି ମୁସଲମାନ ଓ ଦଳିତଙ୍କ ଉପରେ ଆକ୍ରମଣ ବଢୁଥିଲେ ମଧ୍ୟ କୌଣସି ସଙ୍ଘୀକୁ ଦଣ୍ଡିତ
କରାଯାଉନାହିଁ। ଆକ୍ରମଣକାରୀ ସଙ୍ଘ ସଦସ୍ୟମାନଙ୍କ
ପ୍ରତି ସରକାର ନରମ ହେଉଛନ୍ତି।
ବର୍ମା ଓ ଶ୍ରୀଲଙ୍କାର ବିକାଶ କହିଲେ କେବଳ ଥେରବଡ ବୌଦ୍ଧଙ୍କ (Theravada Buddhism) ବିକାଶକୁ ବୁଝାଉଛି। ଏହି ଥେରବଡ ବୌଦ୍ଧମାନେ ନିଜକୁ ପ୍ରକୃତ
ବୌଦ୍ଧାଧର୍ମବଲମ୍ବୀ ବୋଲି ଦାବି କରୁଛନ୍ତି। ସେମାନେ ଶ୍ରୀଲଙ୍କାରେ ମୁସଲମାନ ଶ୍ରୀଲଙ୍କାବାସୀ
ବର୍ମାରେ ରୋହିଙ୍ଗିଆଙ୍କୁ ବାହାର ମନେକରି ଆକ୍ରମଣ କରୁଛନ୍ତି।
ଆଶ୍ଚର୍ଯ୍ୟର ବିଷୟ ଯେ ମୋର ଏହି ଗବେଷଣା
ମଧ୍ୟରେ ମୁଁ ପାଇଲି ଯେ ସମସ୍ତ ଦେଶରେ ସମାନ ଭାବରେ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟ ସୃଷ୍ଟି
କରାଯାଉଛି। ସବୁଠାରୁ ସମାନ ଯୁକ୍ତି କରାଯାଉଛି ଯେ,
୧. ଇସଲାମ ଏକ ହିଂସ୍ର
ଧର୍ମ । ଏହି ଧର୍ମର ଉଗ୍ରବାଦ ସହିତ ସମ୍ପର୍କ ରହିଛି। କୋରାନର ନାମ ଶୁଣିନଥିବା ଲୋକ ବି ଏହିଭଳି
ଯୁକ୍ତି କରୁଛନ୍ତି।
୨. ସମସ୍ତ ମୁସଲମାନ
ବହୁତ ରକ୍ଷଣଶୀଳ, କୃର, ଅଶିକ୍ଷିତ ସେ ସେମାନେ ନିଜ ଦେଶର ଅନ୍ୟ ଧର୍ମକୁ ଅବମାନନା କରିଥାନ୍ତି। ଏପରିକି ଅଳ୍ପ
କେତେଜଣ ଅପରାଧୀଙ୍କ ଉଦାହରଣ ଦେଇ ସମଗ୍ର ଗୋଷ୍ଠୀକୁ ଏହାଦ୍ବାରା ଆକ୍ରମଣ କରାଯାଉଛି।
୩. ମୁସଲମାନମାନେ
କୌଶଳରେ ଦେଶର ସମ୍ପତ୍ତିକୁ ଅକ୍ତିଆର କରିବା ଲାଗି ଚେଷ୍ଟା କରୁଛନ୍ତି। ସେମାନେ ବାହାର ଦେଶର।
୪. ମୁସଲମାନମାନେ “ଆମ
ଦେଶରେ ନିଜର ସଂଖ୍ୟା ଅଧିକ କରିବାକୁ ଚାହୁଁଛନ୍ତି” ଓ ନିଜର ଶରୀୟା ଆଇନକୁ ଲାଗୁ କରିବାକୁ
ଚାହୁଁଛନ୍ତି।
୫. ମୁସଲମାନମାନେ
ଉଗ୍ରପନ୍ଥୀ ଓ ସେମାନଙ୍କ ଠାରୁ ଦେଶ ପ୍ରତି ଅସୁରକ୍ଷା ରହିଛି।
ନିଜ ଦେଶ ଭିତରେ ନିଜ ଦେଶର ମୁସଲମାନ ଦେଶବାସୀ ବିଶ୍ଵର ଅନେକ
ଦେଶରେ “ଦେଶଦ୍ରୋହୀ”, “ବାହାରିଆ”, “ଇମିଗ୍ରାଣ୍ଟ”
ଓ “ଦ୍ଵିତୀୟ ଶ୍ରେଣୀ ନାଗରିକ” ଇତ୍ୟାଦିର ଆଖ୍ୟା ପାଉଛନ୍ତି। ଖ୍ରୀଷ୍ଟିୟାନ, ହିନ୍ଦୁ, ବୌଦ୍ଧ ଏ ସମସ୍ତ ଦେଶରେ ନିଜକୁ
ମୂଳନୀବାସୀ, ଦେଶର ପ୍ରଥମ ଶ୍ରେଣୀ ନାଗରିକ ଇତ୍ୟାଦି ଭାବରେ ଭାବୁଛନ୍ତି ବା
ସେଭଳି ମାନସିକତା ସଂଗଠିତ ଭାବରେ ସୃଷ୍ଟି କରାଯାଉଛି।
ମୋର ପଢିବା ଭିତରେ ମୁଁ ପାଉଛି ଯେ
ଭାରତ ଭଳି ଆମେରିକା, ୟୁରୋପର ଅନେକ ଦେଶ ଓ ଏସିଆର ଅନେକ ଦେଶରେ
ଇସଲାମକୁ ନେଇ ସମାନ ମନ୍ତବ୍ୟ ରହିଛି। ତେଣୁ ଏହାକୁ ତିଆରି କରାଯାଉନଥିଲେ ସବୁଠାରେ ସମାନ ଭାବନା
ଆସିବ ନାହିଁ।
ଆମେ ଧୀରେ ଧୀରେ ଅତି
ସଙ୍କୁଚିତ, କଳହ ଓ ଧର୍ମ ନାମରେ ଆକ୍ରମଣକାରୀର
ମାନସିକତା ରହିଥିବା ପୃଥିବୀ ମଧ୍ୟରେ ଆତଯାତ ହେଉଛୁ। ଏଠାରେ କିଏ କେଉଁ କାରଣରୁ ଆକ୍ରମିତ ହେବ
ତାହା ଅନୁମାନ କରିବା କଠିନ।
ଦେବ ରଞ୍ଜନ
No comments:
Post a Comment