Sunday, September 14, 2025

ପ୍ରତି ପାଲେଷ୍ଟନୀଙ୍କ ଦେହରୁ ରକ୍ତ ଝରୁଛି

  

ଦେବ ରଞ୍ଜନ


* ଗଲା ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ଦ୍ଵାରା ୬୮୦୦୦ ପାଲେଷ୍ଟନୀଙ୍କୁ ହତ୍ୟା କରାଗଲାଣି। ସେମାନଙ୍କ ମଧ୍ୟରେ ୧୮,୪୩୦ ଜଣ ଶିଶୁ ଅଛନ୍ତି। ଏବେ ବି ୧୪,୨୦୦ ଲୋକ ନିରୁଦ୍ଦିଷ୍ଟ ଅଛନ୍ତି।

 ** ଦିନେ ଇହୁଦୀମାନେ ନାଜି ଦ୍ଵାରା ଦମନର ଶିକାର ହେଉଥିଲେ। ଏବେ ସେମାନେ ପାଲେଷ୍ଟାଇନ ଉପରେ ସେହି ଦମନଲୀଳା ଚଳାଇଛନ୍ତି ଯାହା ସେମାନେ ନାଜୀ ଦ୍ଵାରା ଦିନେ ଭୋଗିଥିଲେ।

 ***୧୯୩୦ ଦଶକରେ ପାଲେଷ୍ଟାଇନର ସମୁଦାୟ ଭୂଭାଗ ଥିଲା ୨୭୦୦୦ ବର୍ଗ କିଲୋମିଟର। ୨୦୨୪ ମସିହା ବେଳକୁ ପାଲେଷ୍ଟାଇନ ଭାଗରେ ମାତ୍ର ୬୦୦୦ ବର୍ଗ କିଲୋମିଟର ରହିଛି ଓ ତାହାକୁ ମଧ୍ୟ ନୂତନ ଇସ୍ରାଏଲ ରାଷ୍ଟ୍ର ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି।

**** ଇସ୍ରାଏଲର ହୟଫା ବନ୍ଦରକୁ ଆଡନୀ କିଣିବା ପରେ ଟ୍ରମ୍ଫ ସରକାରଙ୍କ ବନ୍ଦର କରିଡର ଯୋଜନାରେ କମ୍ପାନୀ ଏବେ ପ୍ରମୁଖ ଭୂମିକା ନେଉଛି।

 

       କୌଣସି ଏକ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଏହାର ମୂଳନିବାସୀଙ୍କୁ ଦେଶାନ୍ତର କରାଇବା କୌଣସି ସଭ୍ୟତାର ଲକ୍ଷଣ ନୁହେଁ। ଏହା ଆଦୌ ଗଣତନ୍ତ୍ରର ମଧ୍ୟ ଲକ୍ଷଣ ନୁହେଁ। ପାଲେଷ୍ଟାଇନ ଭୂଖଣ୍ଡରେ ଆଜି ଚାଲିଥିବା ଗଣହତ୍ୟା ଓ ଦମନଲୀଳା ପଛରେ ରହିଛି ଏହି ଭୂଖଣ୍ଡକୁ ଅକ୍ତିଆର କରିବାର ଉଦ୍ଦେଶ୍ୟ। ଇସ୍ରାଏଲର ଏହି ହୀନ ଉଦ୍ୟମ ପଛରେ ରହିଛି ଆମେରିକା ଓ ୟୁରୋପର ତଥାକଥିତ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ସମର୍ଥନ। ଗଣତନ୍ତ୍ର କଣ କେବଳ ନିଜ ଦେଶ ମଧ୍ୟରେ ନିର୍ବାଚନ ଭିତରେ ସୀମିତଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ସାର୍ବଭୌମତ୍ଵକୁ ଧ୍ଵଂସ କରିବା କେଉଁ ଗଣତନ୍ତ୍ରର ଲକ୍ଷଣ ହୋଇପାରେ?

              ଅକ୍ଟୋବର ୦୭୨୦୨୩ରେ ହମାସ ଦ୍ଵାରା ଇସ୍ରାଏଲ ଉପରେ ଆକ୍ରମଣ ବର୍ବରତାପୂର୍ଣ୍ଣ ଥିଲା। ଏଥିରେ ୧୩୦୦ ଇସ୍ରାଏଲି ନିହତ ହୋଇଥିଲେ। କେତେକ ଇସ୍ରାଏଲିଙ୍କୁ ପଣ୍ୟବନ୍ଦୀ କରିନିଆଯାଇଥିଲା। ସେ ମଧ୍ୟରୁ ବେଶ କେତେଜଣଙ୍କୁ ଛାଡି ଦିଆଗଲାଣି। ଏବେ ବି କେତେକ ଇସ୍ରାଏଲବାସୀ ପଣ୍ୟବନ୍ଦୀ ଭାବରେ ହମାସ ଅଧୀନରେ ରହିଛନ୍ତି।

              ହମାସର ଏହିଭଳି ଆକ୍ରମଣ ଯେମିତି ଉଗ୍ରବାଦୀ ସଂଗଠନର କାର୍ଯ୍ୟ ସେହିଭଳି ଇସ୍ରାଏଲି ସରକାରୀ ସେନାବାହିନୀ ଦ୍ଵାରା ଚାଲିଥିବା ଗଣହତ୍ୟାକୁ ଇସ୍ରାଏଲି ଉଗ୍ରବାଦ କୁହାଯିବ। ଗଲା ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ଦ୍ଵାରା ୬୮୦୦୦ ପାଲେଷ୍ଟନୀଙ୍କୁ ହତ୍ୟା କରାଗଲାଣି। କେହି କେହି ଏହାକୁ ୬ ଲକ୍ଷ ମଧ୍ୟ କହୁଛନ୍ତି। ସେମାନଙ୍କ ମଧ୍ୟରେ ୧୮,୪୩୦ ଜଣ ଶିଶୁ ଅଛନ୍ତି। ଏହି ସମୟ ମଧ୍ୟରେ ୧ ଲକ୍ଷ ୧୧ ହଜାର ଲୋକ ଆହତ ହୋଇଛନ୍ତି। ଏବେ ବି ୧୪,୨୦୦ ଲୋକ ନିରୁଦ୍ଦିଷ୍ଟ ଅଛନ୍ତି। ଏହା କେବଳ ଗଲା ଦୁଇ ବର୍ଷର ସଂଖ୍ୟା।

             

ଇହୂଦୀଙ୍କ ସ୍ଥାନାନ୍ତର

               

              ଆଜି ଯେଉଁମାନଙ୍କୁ ଇହୁଦୀ କୁହାଯାଉଛି ସେମାନେ ୟୁରୋପରେ ଜୀଉ ଓ ଏସିଆରେ ବିଶେଷ କରି ହିନ୍ଦୀଉର୍ଦ୍ଦୁ ଓ ଆରବିକ ଭାଷାରେ ଇହୁଦୀ ଭାବରେ ପରିଚିତ। ଆଜକୁ ଦୁଇ ହଜାର ବର୍ଷ ତଳେ ପାଲେଷ୍ଟାଇନ ଅଞ୍ଚଳରେ ଏହି ଇହୁଦୀଙ୍କ ବେଶ ଅଧିକ ଥିଲା। ବାଇବେଲର ନିୟୁ ଟେଷ୍ଟାମେଣ୍ଟର କାହାଣୀ ଅନୁସାରେ ଯୀଶୁଙ୍କୁ ଶୂଳୀରେ ଚଢାଇବା ପଛରେ ଇହୁଦୀଙ୍କ ହାତ ଥିଲା ବୋଲି କାହାଣୀ ରହିଛି। ଏହାକୁ ମୌଳବାଦୀ ଖ୍ରୀଷ୍ଟିୟାନମାନେ ବିଶ୍ଵାସ କରୁଥିଲେ। ଆଜିକୁ ଦୁଇ ହଜାର ବର୍ଷ ତଳେ ଜେରୁଜେଲମ ଅଞ୍ଚଳରେ ଇହୁଦୀଙ୍କର ଗଣହତ୍ୟା ଏହି କାରଣରୁ ହୋଇଥିଲାଅନେକ ଇହୁଦୀ ସେହି ସମୟରେ ପୂର୍ବ ୟୁରୋପର ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ। ଏକ ବଡ ସଂଖ୍ଯାରେ ଇହୁଦୀ ଆଜିର ରୁଷିଆ ଅଞ୍ଚଳକୁ ଯାଇଥିଲେ। ଏହା ଏକ ଶହରୁ ଦୁଇ ଶହ ଶତାବ୍ଦୀ ସମୟର କଥା।

              ଇହୁଦୀମାନେ ଏହାପରେ ବିକ୍ଷିପ୍ତ ଭାବରେ ୟୁରୋପ ଓ ଏସିଆର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସେମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନଥିଲେ କି ଇସଲାମ ଧର୍ମକୁ ମାନୁନଥିଲେ। ରୁଷିଆରେ ଦ୍ଵିତୀୟ ଜାରଙ୍କ ହତ୍ୟା (୧୮୮୧) ପରେ ଇହୂଦୀଙ୍କୁ ହତ୍ୟା କରିବା ପୁଣି ଥରେ ଆରମ୍ଭ ହୋଇଥିଲା  ଇହୁଦୀମାନେ ପୁଣି ରୁଷିଆ ଛାଡି ବିଶ୍ଵର ଅନ୍ୟ ପ୍ରାନ୍ତକୁ ଯିବାରେ ଲାଗିଲେ। ସେଥିରୁ କେତେକ ପାଲେଷ୍ଟାଇନ ଆସିଥିଲେ। ଏହିଠାରୁ ପାଲେଷ୍ଟାଇନ ଅଞ୍ଚଳରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନ ଇହୁଦୀଙ୍କୁ ଏକାଠି କରିବା ଆରମ୍ଭ କରିଥିଲା। ହିଟଲରଙ୍କ ଗଣହତ୍ୟା ଏହାକୁ ଆହୁରି ମଜଭୁତ କରିଥିଲା। ଦୁଇ ହଜାର ବର୍ଷ ତଳେ ଛାଡି ଯାଇଥିବା ଅଞ୍ଚଳକୁ ଇହୁଦୀମାନେ ପୁଣି ଥରେ ଅକ୍ତିଆର କରିବାର ସ୍ଵପ୍ନ ଏହିଭଳି ଦେଖିବା ଓ ପାଲେଷ୍ଟାଇନ ଅଞ୍ଚଳକୁ କବଜା କରିବା ଲାଗି ଯୁଦ୍ଧର ତାଣ୍ଡବଲୀଳା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ ?

 

ନାଜୀ ଆକ୍ରମଣ ଓ ଇହୁଦୀ ଗଣହତ୍ୟା

 

              ଜର୍ମାନୀରେ ୧୯୨୦ ଦଶକରେପ୍ରଥମ ବିଶ୍ଵଯୁଦ୍ଧ ପରେହିଟଲରଙ୍କ ନାଜି ପାର୍ଟିର ଗଠନ ହୋଇଥିଲା। ସେ ସମୟର ଅର୍ଥନୈତିକ ସଙ୍କଟ ବା ଗ୍ରେଟ ଡିପ୍ରେସନ ହେତୁ ସମଗ୍ର ୟୁରୋପରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ହିଟଲର ପ୍ରଚାର କରିଥିଲେ ଯେ ନାଜୀମାନଙ୍କ ଅଧିକାରକୁ ଇହୁଦୀ ବା ଜୀଉମାନେ ଛଡାଇ ନେଉଛନ୍ତି ଏହିଥିରୁ ଦେଶବ୍ୟାପୀ ଇହୁଦୀମାନଙ୍କର ବିରୁଦ୍ଧରେ ଘୃଣା ମାନସିକତା ତିଆରି ହୋଇଥିଲା ଏହାଦ୍ବାରା ହିଟଲରଙ୍କ ନାଜି ପାର୍ଟିର ବିଜୟ ୧୯୩୩ ମସିହାରେ ସମ୍ଭବ ହୋଇପାରିଲା। ଭାରତରେ ଦକ୍ଷିଣପନ୍ଥୀ ଦଳମାନଙ୍କର ଆଦର୍ଶ ହେଉଛି ହିଟଲରଙ୍କ ନାଜି ପାର୍ଟି। ଧର୍ମ ନାମରେ ଘୃଣାର ପ୍ରଚାର ସେମାନେ ହିଟଲରଙ୍କ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ହିଟଲର ସେମାନଙ୍କ ଆଦର୍ଶ।  

              ସେ ଯାହାହେଉଇହୁଦୀ ବିରୋଧୀ ଘୃଣା ମାନସିକତା ନାଜି ସମୟରେ ପୂର୍ବ ୟୁରୋପରେ ସମ୍ପ୍ରସାରିତ ହୋଇଥିଲା। ପାଖାପାଖି ୬୦ ଲକ୍ଷ ଇହୂଦୀଙ୍କୁ ନାଜି ପାର୍ଟି ଦ୍ଵାରା ହତ୍ୟା କରାଯାଇଥିଲା। ଏହାକୁ ଇତିହାସରେ ହୋଲୋକଷ୍ଟ (ସଂପୂର୍ଣ୍ଣ ନିଶ୍ଚିହ୍ନ) କୁହାଯାଉଛି। ତାହା ଥିଲା ବିଶ୍ଵ ଇତିହାସର ସବୁଠାରୁ ଦୀର୍ଘ ଓ ସଂଖ୍ୟା ଦ୍ରୁଷ୍ଟିରୁ ସର୍ବାଧିକ ଗଣହତ୍ୟା। ଏହି ଗଣହତ୍ୟା ଜର୍ମାନୀପୋଲାଣ୍ଡ ଓ ରୁଷିଆରେ ଚାଲିଥିଲା। ବିଶ୍ଵବାସୀଙ୍କୁ ଏହା ସ୍ତମ୍ବିଭୂତ କରିଥିଲା।

       ଇହୁଦୀମାନଙ୍କ ଗଣହତ୍ୟା ଚାଲିଥିବା ସମୟ ଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ (୧୯୩୯ – ୧୯୪୫) । ଏହି ସମୟ ମଧ୍ୟ ଥିଲା ଏସୀୟ ମହାଦେଶରେ ଉପନିବେଶବାଦର ସମୟ। ପାଲେଷ୍ଟାଇନ ଅଞ୍ଚଳ ଇଂଲଣ୍ଡର ଉପନିବେଶ ଥିଲା ଓ ଏହାର ପଡୋଶୀ ଦେଶ ଲେବାନନସିରିଆ ଇତ୍ୟାଦି ଫ୍ରାନ୍ସର ଉପନିବେଶ ଥିଲେ। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଇଂଲଣ୍ଡ ସରକାର ଜାହାଜରେ ୟୁରୋପରୁ ଅନେକ ଇହୁଦୀଙ୍କୁ ଆଣି ପାଲେଷ୍ଟାଇନ ଅଞ୍ଚଳରେ ଛାଡିଥିଲା। ଧନୀ ଇହୁଦୀମାନେ କିନ୍ତୁ ଆମେରିକା ଚାଲିଯାଇଥିଲେ। ସେ ସମୟରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନକୁ ସାକାର କରିବା ଲାଗି ଇହୁଦୀମାନେ ତତ୍ପର ହୋଇଉଠିଥିଲେ। ହୁଏତ ନାଜୀ ହଲୋକଷ୍ଟ ଇତିହାସରେ ହୋଇନଥିଲେ ପାଲେଷ୍ଟାଇନ ବିବାଦ ଉଠିନଥାନ୍ତା। ପ୍ରବାସୀ ଇହୁଦୀମାନେ ଏହାପରେ ପାଲେଷ୍ଟାଇନ ଭୂଖଣ୍ଡରେ ନିଜର ଆଧିପତ୍ୟ ଜାହିର କରିବା ଆରମ୍ଭ କରିଥିଲେ।           

 

ପାଲେଷ୍ଟାଇନ ପ୍ରତି ଧୋକ୍କାବାଜୀ

 

              ୧୯୩୦ ଦଶକରେ ପାଲେଷ୍ଟାଇନ ଭୂଖଣ୍ଡରେ ବସବାସ କରୁଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ମୁସଲମାନ ଥିଲେ। ସେମାନଙ୍କ ଭାଷା ଥିଲା ଆରବିକ ଓ ବୃତ୍ତି ଥିଲା କୃଷି ଓ ବ୍ୟବସାୟ। ସେହି ସମୟରେ ମାତ୍ର ଏକ ପ୍ରତିଶତ ଇହୁଦୀ ଥିଲେ। ସେମାନଙ୍କ ଧର୍ମ ଥିଲା ଜୁଡାଇଜିମ। ଭାଷା ଥିଲା ହିବୃ। ବାକି ଖ୍ରୀଷ୍ଟିୟାନ ଥିଲେ। ସେତେବେଳେ ଇସ୍ରାଏଲ ରାଷ୍ଟ୍ର ଗଠନ ହୋଇନଥିଲା। ପାଲେଷ୍ଟାଇନ କହିଲେ ତେଲ ଆଭିଭଗାଜାୱେଷ୍ଟ ବ୍ଯାଙ୍କଜେରୁଜେଲମ ଓ ରାମଲ୍ଲାଃ ଇତ୍ୟାଦି ଅଞ୍ଚଳକୁ ବୁଝାଉଥିଲା।

              ତେବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପାଲେଷ୍ଟାଇନ ଅଞ୍ଚଳରେ ଇହୂଦୀଙ୍କ ସଂଖ୍ୟା ବଢିବାରେ ଲାଗିଲା। ୧୯୪୮ ବେଳକୁ ସମୁଦାୟ ଇହୁଦୀଙ୍କ ସଂଖ୍ୟା ୧୯୩୦ରେ ଯେଉଁଠି ଏକ ପ୍ରତିଶତ ଥିଲା ତାହା ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଞ୍ଚିଯାଇଥିଲା। ପାଲେଷ୍ଟାଇନ ଅଞ୍ଚଳରେ ଇହୂଦୀଙ୍କ ପ୍ରବେଶକୁ ସମଗ୍ର ଆରବ ଦେଶମାନେ ପ୍ରତିବାଦ କରିଥିଲେ। କିନ୍ତୁ ନୂତନ ଗଠିତ ଜାତିସଂଘ ଏହାକୁ ଅସ୍ଵୀକାର କରିଥିଲା। ୧୯୪୮ ମସିହାରେ ଜାତିସଂଘ ତରଫରୁ ଅତି ତରବାରିଆ ଭାବରେ ନୁତନ ଇସ୍ରାଏଲ ରାଷ୍ଟ୍ରକୁ ସ୍ଵାଧୀନ ରାଷ୍ଟ୍ରର ମର୍ଯ୍ୟାଦା ଦିଆଯାଇଥିଲା। ସେହି ବର୍ଷ ଜାତିସଂଘ ତରଫରୁ ପାଲେଷ୍ଟାଇନ ବିଭାଜନ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଦିଆଯାଇଥିଲା।

              ଇହୂଦୀଙ୍କୁ ଯେପରି ଆନ୍ତର୍ଜାତିକ ସମର୍ଥନ ମିଳିପାରିବ ସେଥିଲାଗି  ସମଗ୍ର ପାଲେଷ୍ଟାଇନକୁ ଦୁଇ ଭାଗରେଇହୁଦୀ ରାଷ୍ଟ୍ର ଓ ଆରବିକ ରାଷ୍ଟ୍ରବିଭାଜନ କରି ନୂତନ ମ୍ୟାପ ୧୯୪୮ ରେ ପ୍ରସ୍ତୁତ ହୋଇଥିଲା। ଅଥଚ ଆଜି ବି ମୂଳ ପାଲେଷ୍ଟାଇନକୁ ସଂପୂର୍ଣ୍ଣ ରାଷ୍ଟ୍ରର ମାନ୍ୟତା ଜାତିସଂଘ ତରଫରୁ ଦିଆଯାଉନାହିଁ।

              ୧୯୩୦ ଦଶକରେ ପାଲେଷ୍ଟାଇନର ସମୁଦାୟ ଭୂଭାଗ ଥିଲା ୨୭୦୦୦ ବର୍ଗ କିଲୋମିଟର। ଏଥିରେ ସମୁଦାୟ ଇହୁଦୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ଏକ ପ୍ରତିଶତ ଥିଲା। କିନ୍ତୁ ୧୯୪୮ ମସିହାର ବିଭାଜନ ପରେ ପାଲେଷ୍ଟାଇନର ଭୂଭାଗ ୨୭୦୦୦ ବର୍ଗ କିଲୋମିଟରରୁ ଖସି ଆସି ୧୫୦୦୦ ବର୍ଗ କିଲୋମିଟରରେ ପହଞ୍ଚିଥିଲା। ବାକି ୧୨୦୦୦ ବର୍ଗ କିଲୋମିଟରରେ ଇସ୍ରାଏଲ ରାଷ୍ଟ୍ର ତିଆରି ହୋଇଥିଲା। ୨୦୨୪ ମସିହା ବେଳକୁ ପାଲେଷ୍ଟାଇନର ଅନେକ ଭାଗକୁ ଇସ୍ରାଏଲ ଅକ୍ତିଆର କରିସାରିଲାଣି। ଏବେ ପାଲେଷ୍ଟାଇନ ଭାଗରେ ମାତ୍ର ୬୦୦୦ ବର୍ଗ କିଲୋମିଟର ରହିଛି ଓ ତାହାକୁ ମଧ୍ୟ ଇସ୍ରାଏଲ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି।

              ଇସ୍ରାଏଲ ଏବେ ଗାଜାକୁ ସଂପୂର୍ଣ୍ଣ ଅଧିକାର କରିବା ଜାରି ରଖିଛି। ପୂର୍ବରୁ ଜେରୁଜେଲମ ଅକ୍ତିଆର କରିସାରିଥିଲା। ଏବେ ୱେଷ୍ଟ ବ୍ଯାଙ୍କ ଅଞ୍ଚଳରେ ରହିଥିବା ପାଲେଷ୍ଟାଇନଙ୍କୁ ପଡୋଶୀ ଲେବାନନ ଓ ଶିରିଆ ଅଞ୍ଚଳକୁ ଚାଲିଯିବା ଲାଗି ବାଧ୍ୟ କରାଯାଉଛି। ଇହୁଦୀଙ୍କ ପ୍ରତି ନାଜିଙ୍କର ବ୍ୟବହାର ଯାହା ରହିଥିଲା ତାହାର ପୁନରାବୃତ୍ତି ଇହୁଦୀଙ୍କ ଦ୍ଵାରା ପାଲେଷ୍ଟାଇନବାସୀଙ୍କ  ଉପରେ କରାଯାଉଛି।

 

ପାଲେଷ୍ଟନୀଙ୍କ ବିରୋଧ

 

              ଜାତିସଂଘର ବିଭାଜନ ମ୍ୟାପକୁ ପାଲେଷ୍ଟାଇନବାସୀ ସେ ସମୟରେ ବି ବିରୋଧ କରିଥିଲେ , ଆଜି ବି କରୁଛନ୍ତି। ଏହି ବିରୋଧ ମଧ୍ୟରୁ ଷାଠିଏ ଦଶକରେ ‘ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ’ ବା ପିଏଲଓ ସୃଷ୍ଟି ହୋଇଥିଲା। ପାଲେଷ୍ଟାଇନ ଭୂମିରୁ ଇସ୍ରାଏଲିମାନଙ୍କୁ ସଂପୂର୍ଣ୍ଣ ବହିଷ୍କାର କରିବାର ସ୍ଲୋଗାନ ଷାଠିଏ ଦଶକରେ ପିଏଲଓ ଦ୍ଵାରା ଦିଆଯାଇଥିଲା। ୧୯୬୭ ମସିହା ପରଠାରୁ ପିଏଲଓର ପ୍ରତିବାଦଯୁଦ୍ଧ ଓ ଆକ୍ରମଣ ତଥା ଇସ୍ରାଏଲ ସରକାରଙ୍କ ସେନାବାହିନୀ ଦ୍ଵାରା ଦମନ ଚାଲିଆସିଛି।  

              କିଛି ବର୍ଷ ଲାଗି ଆମେରିକା ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ସମୟରେ (୧୯୯୩) ପିଏଲଓ ଓ ଇସ୍ରାଏଲ ଶାନ୍ତି ଚୁକ୍ତି କରାଯାଇଥିଲା। ଇସ୍ରାଏଲକୁ କିଛି ଭୂଖଣ୍ଡ ଦେବା ଲାଗି ପାଲେଷ୍ଟାଇନର ପିଏଲଓ କର୍ମକର୍ତ୍ତା ରାଜିହୋଇଥିଲେ। କିନ୍ତୁ ଏହା ସମସ୍ତ ପାଲେଷ୍ଟାଇନବାସୀଙ୍କୁ ଗ୍ରହଣ ହୋଇନଥିଲା। ପାଲେଷ୍ଟାଇନବାସୀଙ୍କୁ ପିଏଲଓ ଧୋକକା ଦେଇଛି ବୋଲି ଅଭିଯୋଗ ଆଣି ନବେ ଦଶକରେ ହମାସ ପାର୍ଟି ପାଲେଷ୍ଟାଇନରେ ସକ୍ରିୟ ହେବାରେ ଲାଗିଲା। ସେମାନେ ଇସ୍ରାଏଲକୁ ଇଞ୍ଚେ ବି ଜମି ଦେବେ ନାହିଁ ବୋଲି ଆନ୍ଦୋଳନ ଆରମ୍ଭ କରିଥିଲେ। ଏଥିରେ କ୍ରମଶଃ ପିଏଲଓ ଦୁର୍ବଳ ହେବାରେ ଲାଗିଲା ଓ ହାମାସର ଉତ୍ଥାନ ହେବାରେ ଲାଗିଥିଲା।  

              ୨୦୦୬ ମସିହାରେ ପାଲେଷ୍ଟାଇନ ବିଧାନସଭା କାଉନସିଲ ନିର୍ବାଚନରେ ପିଏଲଓ ସମର୍ଥିତ ଫତାହ ପାର୍ଟିକୁ ପରାସ୍ତ କରି ହମାସ କ୍ଷମତାକୁ ଆସିଥିଲା। ଗାଜା ଅଞ୍ଚଳରୁ ହମାସ ଅଧିକ ସିଟ ଦଖଲ କରିଥିଲା। ହମାସ ନିଜର ଇସ୍ରାଏଲି ବିରୋଧୀ ଉଗ୍ରମତ ପାଇଁ ପ୍ରସିଦ୍ଧ ହମାସ ଦ୍ଵାରା ନିର୍ବାଚନରେ ଜିତିବା ଇସ୍ରାଏଲ ସରକାରଙ୍କ ଲାଗି ଚିନ୍ତାର ବିଷୟ ଥିଲା। ସେହିଦିନ ଠାରୁ ଇସ୍ରାଏଲ ସରକାର ଗାଜାର ଆଭ୍ଯନ୍ତରୀଣ ବ୍ୟାପାରରେ ବାରମ୍ବାର ହସ୍ତକ୍ଷେପ କରୁଥିଲେ। ଆଦୌ ହମାସକୁ କାର୍ଯ୍ୟ କରିବାର ସୁଯୋଗ ଦେଲେ ନାହିଁ। ହମାସର ଅନେକ ନିଷ୍ପତ୍ତି (କୃଷିବ୍ୟବସାୟ ଓ ସୁରକ୍ଷା ସମ୍ବନ୍ଧିତ)କୁ ଇସ୍ରାଏଲ ବିରୋଧ କରିଆସିଛି।

              ହମାସକୁ ଗାଜାରୁ ବହିଷ୍କାର କରିବା ଲାଗି ୨୦୧୪ ରେ ଇସ୍ରାଏଲ ସରକାରଙ୍କ ନିର୍ଦ୍ଦେଶରେ ଏହାର ସେନା ସମଗ୍ର ଗାଜାକୁ ଘେରାଓ କରିରଖିଥିଲା। ଏହାର ବାସିନ୍ଦାଙ୍କୁ ୱେଷ୍ଟବ୍ଯାଙ୍କ ଓ ଜେରୁଜେଲମ ଯିବାକୁ ବାରଣ କରାଯାଉଥିଲା। ଏହି ଅଞ୍ଚଳକୁ ଦୀର୍ଘ ଦିନ ପାଣିଔଷଦ ଓ ଖାଦ୍ଯ ବନ୍ଦ କରିଦେଇଥିଲା। ଏହି ଅମାନବିକ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଲାଗି ହମାସ ପାଲେଷ୍ଟାଇନ ଯୁବକମାନଙ୍କୁ ଏକାଠି କରିବାରେ ଲାଗିଥିଲା। ହମାସ ଭଳି ଏକ ରାଜନୈତିକ ଦଳ ପରେ ଏକ ଅସ୍ତ୍ରଧାରୀ ସଂଗଠନରେ ପରିଣତ ହୋଇଥିଲା। ଇସ୍ରାଏଲ ସରକାରଙ୍କ ଅମାନବୀୟ ଅବରୋଧ ଓ ପାଲେଷ୍ଟାଇନର ସାର୍ବଭୌମତ୍ଵ ଉପରେ ବାରମ୍ବାର ହସ୍ତକ୍ଷେପର ପ୍ରତିବାଦରେ ଅକ୍ଟୋବର ୨୦୨୩ ରେ ଇସ୍ରାଏଲ ଅଞ୍ଚଳରେ ଅତର୍କିତ ଆକ୍ରମଣ ହମାସ ଦ୍ଵାରା ହୋଇଥିଲା।

              ହୁଏତ ଦିନେ ଇହୁଦୀମାନେ ନାଜି ଦ୍ଵାରା ଦମନର ଶିକାର ହେଉଥିଲେ। ସେମାନଙ୍କ ପ୍ରତି ସମଗ୍ର ବିଶ୍ବରେ ସହାନୁଭୁତି ପ୍ରକାଶ ପାଇଥିଲା। ମାତ୍ର ଚାଳିଶ କି ପଚାଶ ବର୍ଷ ମଧ୍ୟରେ ଇହୁଦୀମାନେ ସମ୍ପୂର୍ଣ ଭାବରେ ନିଜର ଇତିହାସକୁ ଭୁଲିଗଲେ। ଏବେ ସେମାନେ ପାଲେଷ୍ଟାଇନ ଉପରେ ସେହି ଦମନଲୀଳା ଚଳାଇଛନ୍ତି ଯାହା ସେମାନେ ନାଜୀ ଦ୍ଵାରା ଦିନେ ଭୋଗିଥିଲେ। ଇସ୍ରାଏଲର ଏହି ହୀନ ଉଦ୍ୟମ ପଛରେ ଆମେରିକାୟୁରୋପର କିଛି ଦେଶ ରହିଛନ୍ତି। ସେମାନେ ଇସଲାମକୁ ଘୃଣା କରନ୍ତି। ଇସ୍ରାଏଲ ପ୍ରତି ଭାରତ ସରକାରଙ୍କ ସମର୍ଥନର ଏହା ମଧ୍ୟ କାରଣ। ଏତଦବ୍ଯତୀତଇସ୍ରାଏଲରେ ଆଦାନୀ କମ୍ପାନୀର ପୁଞ୍ଜିନିବେଶ ବିଶେଷକରି ହାଇଫା ବନ୍ଦରର ଟେଣ୍ଡର ଅକ୍ତିଆର କରିବା ପରେ ଏହାକୁ ସୁରକ୍ଷା ଦେବା ଅନ୍ଯତମ କାରଣ। ଇସ୍ରାଏଲର ହାଇଫା ବନ୍ଦରକୁ ଆଦାନୀ କମ୍ପାନୀ ୩୬ ପ୍ରତିଶତ ଅଧିକ ମୂଲ୍ୟରେ (ଇସ୍ରାଏଲ ସରକାର ଯେତିକି ଆଶା କରିଥିଲେ ତାହାଠାରୁ ଅଧିକ) ଟେଣ୍ଡର ନେବା ପଛରେ ହୁଏତ ବିରାଟ ବ୍ଯବସାୟିକ ସ୍ଵାର୍ଥ ରହିଛି।

 

ପାଲେଷ୍ଟାଇନ ଭୂଖଣ୍ଡରେ ଇସ୍ରାଏଲର ଦମନଲୀଳା

        

              ବିଗତ ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନାର ଡ୍ରୋନ ଓ ମିସାଇଲ ଆକ୍ରମଣ ହେତୁ ୭୦ ପ୍ରତିଶତ କୋଠାଘର ଭାଙ୍ଗି ଚୁରମାର ହୋଇଯାଇଛି। ଏବେ ଆକ୍ରମଣ ହସ୍ପିଟାଲସ୍କୁଲଆମ୍ବୁଲାନ୍ସ ଓ ଶରଣାର୍ଥୀ ଶିବିର ଉପରେ ହେଉଛି। ଗଲା କିଛି ଦିନ ତଳେ ଏକ ଡ୍ରୋନ ଆକ୍ରମଣରେ ତିନି ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲା। ସେମାନଙ୍କ ଭୁଲ ଥିଲା ଯେ ସେମାନେ ଦୁନିଆକୁ ଇସ୍ରାଏଲି ସେନାର ନରସଂହାର ସମ୍ପର୍କରେ ଜଣାଉଥିଲେ। ସମଗ୍ର ପାଲେଷ୍ଟାଇନ ଭୂଖଣ୍ଡରୁ ପାଲେଷ୍ଟାଇନମାନଙ୍କୁ ବିତାଡିତ କରି ବିଦେଶ ରାଷ୍ଟ୍ରକୁ ପଠାଇଦେବା ଲାଗି ଇସ୍ରାଏଲ ଓ ଏହାର ମିତ୍ର ରାଷ୍ଟ୍ର ଉଦ୍ୟମ ଜାରି ରଖିଛନ୍ତି।

              ଆଜିର ଦିନରେ ଗାଜାକୁ ଘେରାବନ୍ଦୀ କରିବା ହେତୁ ୫ ଲକ୍ଷ ଶିଶୁ ମୃତ୍ୟୁର ନିକଟବର୍ତ୍ତୀ୧୧ ଲକ୍ଷ ଲୋକ ଦିନକୁ ଥରେ ବି ଖାଦ୍ଯ ପାଉନାହାନ୍ତି। ଗାଜାକୁ ସଂଯୋଗ କରୁଥିବା ରାସ୍ତା ଓ ପାଣିକୁ ବନ୍ଦ କରିଦିଆଯାଇଛି। ଏବେ ବହୁ କଷ୍ଟରେ ଯେତିକି ଟ୍ରକ ପହଞ୍ଚିପାରୁଛି ସେଥିରୁ ଖାଦ୍ୟ ନେବା ଲାଗି ଦଳାଚକଟା ସୃଷ୍ଟି ହୋଇଯାଉଛି। ପିଲାମାନେ ଟ୍ରକର ଡାଲାକୁ ଚାଟି ନିଜର ଖାଦ୍ଯ ଅଭାବ ମେଣ୍ଟାଇବାର ଚେଷ୍ଟା କରୁଛନ୍ତି

              ଜଣେ ପ୍ରତ୍ଯକ୍ଷଦର୍ଶୀ ସ୍ଥିତିକୁ ବର୍ଣ୍ଣନା କରି ଲେଖିଛନ୍ତି“ଟ୍ରକ ଗୋଟେ ଚାଲିଗଲାସେଟା ଖାଲି ଥିଲା । ଟ୍ରକ ଡାଲାରେ ପଡ଼ିଥିଲା ପତଳା ଅଟା ଗୁଣ୍ତର ଏକ ଆସ୍ତରଣ ଖାଲି ଗୁଣ୍ତ । ସେମାନେ ଥିଲେ ପଞ୍ଝାଏ ପିଲା । ସେମାନେ ଧାଇଁଲେ ଓ ଟ୍ରକ ଉପରକୁ ଚଢ଼ିଗଲେ ଟ୍ରକ ଡାଲାରେ ପିଲାମାନେ ଆଣ୍ଠେଇ ପଡ଼ିଲେସତେ ଯେମିତି କେଉଁ ବଳିବେଦୀ ସାମନାରେ ଏବଂ ରାମ୍ପିବା ଆରମ୍ଭ କରିଦେଲେ । ଜଣକ ପାଖରେ ଥିଲା ଖଣ୍ତେ ଭଙ୍ଗା ଢାଙ୍କୁଣୀ ଆଉ ଜଣକ ପାଖରେ ଖଣ୍ତେ କାର୍ଡ଼ବୋର୍ଡ଼  କିନ୍ତୁ ବାକିତକବାକିତକ ନିଜ ହାତରେ ରାମ୍ପିଲେ କିଏ ବା ଜିଭରେ ସେମାନେ ଚାଟି ଚାଲିଲେ“ (ଗାଜାରେ ଶୁକ୍ରବାର’ କବିତାକବି: ଡ. ଏଜ୍ଜିଦୀନ)

 

ଇସ୍ରାଏଲ – ଆଡନୀ – ବିଜେପି ସମ୍ବନ୍ଧ:

            ପାଲେଷ୍ଟାଇନ ସଙ୍କ୍ରାନ୍ତରେ ଭାରତ ସରକାର ଅନେକ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲକୁ ବିରୋଧ କରୁନଥିଲେ ମଧ୍ୟ ପାଲେଷ୍ଟାଇନର ସ୍ଵତନ୍ତ୍ର ରାଷ୍ଟ୍ରର ଦାବିକୁ ଯଥାର୍ଥ କହିଆସୁଥିଲା। ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାର ଇସ୍ରାଏଲକୁ ସଂପୂର୍ଣ୍ଣ ସମର୍ଥନ ଦେବା ଆରମ୍ଭ କରିଦେଲେ। କିଛି ବର୍ଷ କାଳ ମୋତେ ଲାଗୁଥିଲା ଯେ ଏହା ଇସଲାମକୁ ଘୃଣା କରିବା ବା ଇସଲାମଫୋବିଆ କାରଣରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି। ବିଜେପିର ଇସଲାମକୁ ଘୃଣା କରିବା ଆମେରିକାର ଟ୍ରମ୍ଫ ଓ ଇସ୍ରାଏଲର ନେତ୍ଯାନ୍ୟୁହଙ୍କ ଦ୍ଵାରା କରାଯାଉଥିବା ଘୃଣା ଭଳି ସମାନ। ଦୀର୍ଘ ବର୍ଷ ପରେ ସ୍ପଷ୍ଟ ହେଉଛୁ ଯେ ଏହା ବ୍ଯବସାୟିକ ମଧ୍ୟ। ଭାରତର ପ୍ରମୁଖ କମ୍ପାନୀ ଅଦାନୀ ଗୃପ ଇସ୍ରାଏଲର ହୟଫା ବନ୍ଦର ଇସ୍ରାଏଲି କମ୍ପାନୀ ଗୋଡୋଟ ସହିତ ମିଳିତ ଉଦ୍ଯୋଗରେ କିଣିଛି ଯେଉଁଥିରେ ଆଡନୀର ୭୦ ପ୍ରତିଶତ ସେୟାର ରହିଛି। (https://www.adaniports.com/newsroom/media-releases/adani-and-gadot-win-tender-to-privatise-israels-haifa-port) ବ୍ଯବସାୟିକ ସ୍ଵାର୍ଥ କେବଳ ଏତିକିରେ ସୀମିତ ନୁହେଁ। ଟ୍ରମ୍ଫ ସରକାରଙ୍କ ବନ୍ଦର କରିଡରର ଯୋଜନା (India – Middle East – Europe Corridor) ଆଡନୀର ମୁନ୍ଦ୍ରା (ଗୁଜୁରାଟ) ବନ୍ଦରରୁ ଆରମ୍ଭ ହୋଇ ଇସ୍ରାଏଲର ହୟଫା ବନ୍ଦର ସହିତ ଗ୍ରୀସର ଏକ ବନ୍ଦରକୁ ଛୁଉଁଛି। (https://www.nationalheraldindia.com/international/it-is-official-economic-corridor-with-adani-as-major-player-on-the-table-for-modi-trump-talk ) ନିଜର ବ୍ଯବସାୟିକ ସ୍ଵାର୍ଥର ସୁରକ୍ଷା ଲାଗି କୌଣସି ଗଣହତ୍ୟାକୁ ସମର୍ଥନ କରିବା ନିଜେ ଗଣହତ୍ୟାରେ ସାମିଲ ହେବା ସହିତ ସମାନ। ଇସ୍ରାଏଲର ଡ୍ରୋନ ଓ ଯୁଦ୍ଧାସ୍ତ୍ର (ଟ୍ରେନିଂ ମଧ୍ୟ) ଆଜି ମଧ୍ୟ ଭାରତରେ ଆଦିବାସୀଙ୍କୁ ଦମନ କରିବା ଲାଗି ଭାରତ ସରକାର ବ୍ୟବହାର କରୁଛନ୍ତି। ଏହା କି ପ୍ରକାରର ଜାତୀୟତା? ଏବେ ସେହି ସମସ୍ତ ଅଞ୍ଚଳରେ ହଜାର ହଜାର ଗଛ କାଟିଦିଆଯାଉଛି। ସେହି ସମସ୍ତ ଜଙ୍ଗଲ ଜମିକୁ ଆଡନୀ କମ୍ପାନୀକୁ ଦିଆଯିବା ଲାଗି ସ୍ଥିର ହୋଇଛି। ମହାରାଷ୍ଟ୍ରର ଗଡଚିରୋଲି ଅଞ୍ଚଳରେ ଆଡନୀର ପ୍ରବେଶରୁ ଏହା ସ୍ପଷ୍ଟ ହୋଇଛି। ଇସ୍ରାଏଲ – ଆଡନୀ – ବିଜେପି – ଟ୍ରମ୍ଫ ଏକ ଅଦ୍ଭୁତ ଯୋଗସୂତ୍ରରେ ଯୋଡି ହୋଇଯାଇଛନ୍ତି। ଭାରତର ଅନେକ ଭୂଖଣ୍ଡକୁ ଏବେ ଏକର ପିଛା ମାତ୍ର ଏକ ଟଙ୍କା ବିନିମୟରେ ଆଡନୀକୁ ଦିଆଯାଉଛି।           

              ପାଲେଷ୍ଟାଇନ ଉପରେ ଚାଲିଥିବା ଦମନଲୀଳା ଅତି ଘୃଣ୍ୟ ଓ ଅମାନବୀୟ ସ୍ତରକୁ ପହଞ୍ଚିସାରିଛି। ଲକ୍ଷ ଲକ୍ଷ ଶିଶୁଙ୍କୁ ଭୋକିଲା ଛାଡିବା, ଘର ଗୁଡିକୁ ବୋମାରେ ଧ୍ଵଂସ କରିଦେବା, ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ବାସସ୍ଥାନ ଛାଡି ଯିବା ଲାଗି ବାଧ୍ୟ କରିବା ଇତ୍ୟାଦି ଘଟଣା କଦାପି ସଭ୍ୟ ମଣିଷର ଚିନ୍ତାଧାରା ନୁହେଁ। ସମଗ୍ର ବିଶ୍ଵବାସୀ ଆଜି ଏହାର ନିନ୍ଦା ଆନ୍ତରିକତାର ସହିତ କରିବା ଜରୁରୀ। ନଚେତ ବିଶ୍ଵ ପୁଣି ଏକ ହଲୋକଷ୍ଟର ସାମ୍ନା କରିବ।

 

 ଲେଖା ଠିକ ଲାଗିଲେ ଅନ୍ୟମାନଙ୍କୁ ପଠାଇବେ, ବିଭିନ୍ନ ଗୃପରେ ଦେବେ ଓ ଅନ୍ୟତ୍ର ଛାପିପାରିବେ 

 

 

 

 

·       

 


Friday, September 12, 2025

ଚନ୍ଦ୍ରଗ୍ରହଣ ଓ ପାକତ୍ୟାଗ ମିଥ

 


ଦେବ ରଞ୍ଜନ


ଧର୍ମ ବ୍ୟକ୍ତିର ନିଜସ୍ଵ ବିଶ୍ଵାସ। ଏହା ଗୋଷ୍ଠୀଗତ ବିଶ୍ଵାସ ନୁହେଁ ଅର୍ଥାତ କୌଣସି ଏକ ଅଞ୍ଚଳର ସମସ୍ତ ମଣିଷ ସେହି ସମାନ ଧର୍ମ ଓ ଆଚରଣକୁ ଯେ ବିଶ୍ଵାସ କରିବେ ତାହା ନୁହେଁ। ହେଲେ ଏହାକୁ ଆମ ସମାଜର ବେଶ କେତେକ ଲୋକ ସ୍ଵୀକାର କରିବା ଲାଗି ରାଜି ନୁହନ୍ତି। ଏହାର ସତ୍ୟତାକୁ ପ୍ରଶ୍ନ କରାଗଲେ ସେମାନେ ଆକ୍ରାମକ ହୋଇଉଠୁଛନ୍ତି। ସେମାନେ ଭୟ କରୁଛନ୍ତି । ସେମାନେ ଚାହାଁନ୍ତି ଯେ ସମାଜରେ ଅଧିକ ଲୋକ ଏହାକୁ ପ୍ରଶ୍ନ ନକରନ୍ତୁ। 


ହଁ, ମୁଁ ଚନ୍ଦ୍ର ଗ୍ରହଣ ସଙ୍କ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରତିକ୍ରିୟା ସମ୍ପର୍କରେ ଏଠାରେ ଉତ୍ଥାପନ କରୁଛି। ଚନ୍ଦ୍ରଗ୍ରହଣ ସମ୍ପର୍କରେ ଭିନ୍ନମତ ରଖୁଥିବା ବ୍ୟକ୍ତିଙ୍କ ପ୍ରତି ହିନ୍ଦୁ ରୁଢିବାଦୀଙ୍କ ପ୍ରତିକ୍ରିୟା ସମସ୍ତ ଶୋଭନୀୟତାକୁ ଅତିକ୍ରମ କରୁଛି। କାହିଁକି ଏତେ ଘୃଣା? କାହିଁକି ଏ ଅହଂକାର? ଯଦି ତର୍କ ତୁମ ସପକ୍ଷରେ ଅଛି ତେବେ ତାହାର ଠୋସ ଯୁକ୍ତି ଉପସ୍ଥାପନ କର। ନିଶ୍ଚିତ ତାହାକୁ ଗ୍ରହଣ କରାଯିବ। 


ଚନ୍ଦ୍ର ପୃଷ୍ଠରେ ମଣିଷ:

 ଚନ୍ଦ୍ରରେ ମଣିଷ ଯେବେ ପହଞ୍ଚିଲା (ଆମେରିକାର ନେଲ ଆର୍ମଷ୍ଟ୍ରଙ୍ଗ, ୧୯୬୯ ମସିହାରେ) ସେବେଠାରୁ ଏହା ଆଉ “ମହାପୁରୁ” ହୋଇରହିଲା କି? ସେହି ବ୍ୟକ୍ତି ଏ ଭିତରେ ମରିବା ( ଆର୍ମଷ୍ଟ୍ରଙ୍ଗଙ୍କ ମୃତ୍ୟୁ ୨୦୧୨ ମସିହାରେ) ୧୩ ବର୍ଷ ହୋଇଗଲାଣି। ନା ସେ ନର୍କକୁ ଗଲେ ନା ତାଙ୍କ ଦେଶ ଆମେରିକାର କିଛି କ୍ଷତି ହେଲା? ୨୦୨୩ ମସିହାରେ ମେସିନ ଚାଳିତ ଯାନ ପଠାଇ ଚନ୍ଦ୍ରଙ୍କ ଫୋଟୋ ଭାରତ ଆଣିଲା। ଏହା ବିଜେପିର ଶାସନ ସମୟରେ ହୋଇଛି। ଏହାପରେ ଆମେ ବିଶ୍ଵାସ କରିବା କି ଯେ ଚନ୍ଦ୍ର ଗ୍ରହଣ ସମୟରେ ରାହୁ ଓ କେତୁ ଚନ୍ଦ୍ରକୁ ଗ୍ରାସ କରିଥାନ୍ତି? 


ରାହୁ ଓ କେତୁ କଳ୍ପିତ ଗ୍ରହ: 

ହିନ୍ଦୁ ଧର୍ମଗ୍ରନ୍ଥର ମତ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଦୁଇ ଅଭିଶପ୍ତ ଗ୍ରହ ରାହୁ ଓ କେତୁଙ୍କ ଚାଲାକିକୁ ଚନ୍ଦ୍ର ପ୍ରକଟିତ କରିଦେଇଥିବା ହେତୁ (ଅମୃତ ନପାଇବା କାରଣରୁ) ସେହି ରାଗରେ ସେମାନେ କିଛି ସମୟ ଲାଗି ଚନ୍ଦ୍ରଙ୍କୁ ଗ୍ରାସ କରନ୍ତି। ମାତ୍ର ବାସ୍ତବରେ ରାହୁ ଓ କେତୁ ବୋଲି କୌଣସି ଗ୍ରହ ବା ମହାଜାଗତିକ ବସ୍ତୁ ମହାକାଶରେ ନାହାନ୍ତି। ଏହା ଭାରତୀୟ ଜ୍ୟୋତିର୍ବିଜ୍ଞାନରେ କଲ୍ପିତ ନବଗ୍ରହ ମଧ୍ୟରୁ ଦୁଇ କାଳ୍ପନିକ ଗ୍ରହ। ସେହି ନବଗ୍ରହ ହେଲା ସୂର୍ଯ୍ୟ, ପୃଥିବୀ, ଚନ୍ଦ୍ର, ମଙ୍ଗଳ, ବୁଧ, ଶୁକ୍ର, ବୃହଷ୍ପତ୍ତି, ଶନି, ରାହୁ ଓ କେତୁ। ଏହା ବେଦାଙ୍ଗ ଜ୍ଯୋତିଷରେ ଉଲ୍ଲେଖ ରହିଛି। କିନ୍ତୁ ଭାରତରେ ଆର୍ଯ୍ୟଭଟ୍ଟ ଆସିବା ପରେ (ଚତୁର୍ଥ ଶତାବ୍ଦୀ) ଏ ସମ୍ପର୍କରେ ଆଲୋଚନା ନାହିଁ। ଆଧୁନିକ ଜ୍ୟୋତିର୍ବିଜ୍ଞାନ ଟେଲିସ୍କୋପ ଉପରେ ନିର୍ଭର କରି ତଥ୍ୟ ପ୍ରକାଶ କରୁଛି ଯେ ସୂର୍ଯ୍ୟଙ୍କ ଚାରିପାଖରେ ଆଠଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି।  ଏ ଭିତରେ କେଉଁଠି ବି ରାହୁ ଓ କେତୁ ଦେଖାଯାଉନାହାନ୍ତି। 


ଚନ୍ଦ୍ର ଗ୍ରହଣର କାରଣ: 

ଆମେ ପାଠ୍ୟ ପୁସ୍ତକରେ ଭୁଲ ପଢିଥିଲେ ଯେ ଚନ୍ଦ୍ର ପୃଥିବୀ ଚାରିପାଖରେ ସଂପୂର୍ଣ୍ଣ ଗୋଲାକାର ପଥରେ ଓ ସମାନ ପୃଷ୍ଠରେ ପ୍ରଦକ୍ଷିଣ କରିଥାଏ। ଯଦି ତାହା ହୋଇଥାନ୍ତା ତେବେ ପ୍ରତି ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ହୋଇଥାନ୍ତା। କେପଲରଙ୍କ ମତ ଅନୁସାରେ, ଚନ୍ଦ୍ର ପୃଥିବୀ ଚାରିପାଖରେ ଘୂରୁଥିବା ପଥ ସାମାନ୍ଯ ଚେପଟା। କେତେବେଳେ ଏହା ପୃଥିବୀର ନିକଟ ହୁଏ ତ ପୁଣି କେତେବେଳେ ଦୂର। ପୃଥିବୀର ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥିବା ପଥ ଓ ଚନ୍ଦ୍ର ପୃଥିବୀ ଚାରିପାଖରେ ପ୍ରଦକ୍ଷିଣ କରୁଥିବା ପଥ ମଧ୍ୟରେ ୫ ଡିଗ୍ରୀର କୋଣ ରହିଛି। ତେଣୁ ସବୁ ପୂର୍ଣମୀରେ ଚନ୍ଦ୍ରଗ୍ରହଣ ହୋଇନଥାଏ। 


କ୍ଵଚିତ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ରର ମଝିରେ ପୃଥିବୀ ଆସିବା ଦ୍ଵାରା ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡେ। ତେଣୁ ପୃଥିବୀର ଏକ ଭାଗ ଚନ୍ଦ୍ର ଗ୍ରହଣ ଦେଖିପାରୁଥିଲେ ଅନ୍ୟ ଭାଗ ବା ସୂର୍ଯ୍ୟଙ୍କ ପଟକୁ ରହୁଥିବା ଭାଗ ଚନ୍ଦ୍ରଗ୍ରହଣ ଦେଖିପାରନ୍ତି ନାହିଁ। ଏସିଆ ମହାଦେଶରେ ଦେଖାଯାଉଥିବା ଚନ୍ଦ୍ର ଗ୍ରହଣ ଆମେରିକାବାସୀଙ୍କୁ ଦେଖାଯିବ ନାହିଁ। କେବେ ଏହା ଆଂଶିକ ଚନ୍ଦ୍ର ଗ୍ରହଣ ହୁଏ ତ କେବେ ପୂର୍ଣ୍ଣ ଗ୍ରହଣ। ଏହାର ପଥ ୫ ଡିଗ୍ରୀ କୋଣ କରୁଥିବା ହେତୁ ଏପରି ହୋଇଥାଏ। 


ଜୀବାଣୁ ଓ ରୋଗର ଭୟ : 

ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ହାରାହାରି ଦୂରତା ୩,୮୪,୦୦୦ କିଲୋମିଟର। ଏହା କେବେ ଅଧିକ ହୁଏ ତ ପୁଣି କେବେ ନିକଟ। ଜୀବାଣୁମାନେ ଏତେ ଦୂରତା ଅତିକ୍ରମ କରି ଆସିବା ସହଜ କି? ପୁଣି ଯେଉଁ ଚନ୍ଦ୍ରରେ ଜୀବନ ନାହିଁ ବୋଲି ବୈଜ୍ଞାନିକମାନେ ଦେଖିଲେ ସେଠାରେ ଜୀବାଣୁମାନେ ବଞ୍ଚିବେ କେମିତି? ପାକତ୍ୟାଗ ଏକ ମିଥ୍ୟା ଅବଧାରଣା ଯାହାର ବାସ୍ତବ ତଥ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।

 

ହିନ୍ଦୁ ଧର୍ମଗ୍ରନ୍ଥରେ ପାକତ୍ୟାଗ :

 ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ଯ ନଖାଇବା ଲାଗି ଅନେକ ହିନ୍ଦୁ ଧର୍ମ ଗ୍ରନ୍ଥରେ ପ୍ରକାଶିତ ବୋଲି ଜଣେ ମଣିଷ ମୋ ସହିତ ଯୁକ୍ତି କରିଥିଲେ। ସେ ଏ ସମ୍ପର୍କରେ ଠୋସ କିଛି କହିତ ପାରିଲେ ନାହିଁ କିନ୍ତୁ ଏହା ମୋତେ ଅନୁସନ୍ଧାନ ପାଇଁ ବାଧ୍ୟ କରିଥିଲା। ଚନ୍ଦ୍ର ଗ୍ରହଣ ସମ୍ପର୍କରେ ବେଦ ଓ ଉପନିଷେଦରେ ଉଲ୍ଲେଖ ରହିଛି, କିନ୍ତୁ, ଏ ସମୟରେ ଯେ ପାକତ୍ୟାଗ କରାଯିବ ବା ଏହା ଅଶୁଭ ସମୟ ସେ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଅର୍ଥାତ ସେମାନେ ଏହାକୁ ବିଶ୍ଵାସ କରିନାହାନ୍ତି।


ମହାଭାରତରେ ଜୟଦ୍ରଥ ବଧ ଉକ୍ତ ଚନ୍ଦ୍ର ଗ୍ରହଣ ସମୟରେ ହୋଇଥିବା ଦର୍ଶାଯାଇଛି କିନ୍ତୁ ଏଥିରେ ପାକତ୍ୟାଗ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଭଗବତ ଗୀତାରେ ମଧ୍ୟ ନୁହେଁ। ଅଠର ପୁରାଣ ପ୍ରସ୍ତୁତ ହୋଇଛି କିନ୍ତୁ ସେଥିରୁ କେବଳ ଗରୁଡ ପୁରାଣ ବ୍ଯତୀତ ଅନ୍ୟ କୌଣସି ପୁରାଣରେ ପାକତ୍ୟାଗ ସମ୍ପର୍କରେ ଉଲ୍ଲେଖ ନାହିଁ। ଏପରିକି ପୁରୁଷୋତ୍ତମ ପୁରୀରେ ଲିଖିତ ବ୍ରହ୍ମପୁରାଣରେ ମଧ୍ୟ ପାକତ୍ୟାଗ ସମ୍ପର୍କରେ ଉଲ୍ଲେଖ ନାହିଁ। ଏହା ଜାଣିବା ଆବଶ୍ୟକ ଯେ ପୁରାଣର ଲିଖନ ଅନେକ ଆଞ୍ଚଳିକ। 


ଗରୁଡ ପୁରାଣରେ ଉଲ୍ଲଖିତ: 

ହିନ୍ଦୁ ଧର୍ମଗ୍ରନ୍ଥର ପୁରାଣ ଲିଖନର ସମୟ ଅଲଗା ଅଲଗା ଓ ଭୌଗଳିକ ସ୍ଥାନ ମଧ୍ୟ ଅଲଗା। ପୁରାଣ ଲିଖନ ପଞ୍ଚମ ଶତାବ୍ଦୀରେ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇ ଅଷ୍ଟାଦଶ ଶତାବ୍ଦୀରେ ଶେଷ ହେଲା। ଗରୁଡ ପୁରାଣ ନବମ ରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ବିହାରର ମିଥିଳା ଅଞ୍ଚଳରେ ଲିଖିତ ହୋଇଛି। ଗରୁଡ ପୁରାଣରେ ମଣିଷର ଜନ୍ମ ଓ ମୃତ୍ୟୁ ସମୟରେ ବ୍ରାହ୍ମଣ ଦ୍ଵାରା ବିଭିନ୍ନ କ୍ରିୟାକର୍ମ କରାଯିବାର ଯେଉଁ ବର୍ଣ୍ଣନା ରହିଛି ଓ ପିତୃପକ୍ଷର କଥା ଉଲ୍ଲେଖ ରହିଛି ସେଠାରେ ପାକତ୍ୟାଗର କଥା ରହିଛି।  


ଗରୁଡ ପୁରାଣରେ ମହାପାତକ:

 ଚନ୍ଦ୍ର ଗ୍ରହଣ ସମୟରେ ବ୍ରାହ୍ମଣକୁ ଗୋଦାନ କଲେ ଅନେକ ପୂଣ୍ୟ ହୁଏ ଓ ନକଲେ ନର୍କପ୍ରାପ୍ତି ହୁଏ ବୋଲି ଗରୁଡ ପୁରାଣରେ ରହିଛି। ଏହା ଅନ୍ଯତମ ମହାପାତକ। ଅଠର ପୁରାଣରେ ଶହେ ପ୍ରକାରର ନର୍କ ଯନ୍ତ୍ରଣା ଓ ସେଥିରୁ ମୁକ୍ତି ଲାଗି ବ୍ରାହ୍ମଣକୁ ଚବିଶ ପ୍ରକାରର ଦାନର କଥା ରହିଛି। ଆମ ସମାଜ ଏହା ଚିନ୍ତା କରିବା ଆବଶ୍ୟକ ଯେ ପୁରାଣର ବର୍ଣ୍ଣନାକୁ ଗର୍ବର ସହିତ ପାଳନ କରିବା ଦ୍ଵାରା ପୁଣି ସେହି ଅନ୍ଧଗଳି ମଧ୍ୟକୁ ସମଗ୍ର ସମାଜକୁ ଠେଲି ଦିଆଯାଉନାହିଁ ତ ଯେଉଁଠି ନାରୀ, ବୟସ୍କ, ଶିଶୁ, ଦଳିତ ଓ ତୃତୀୟ ଲିଙ୍ଗର ମଣିଷ ସବୁଠାରୁ ଅସୁରକ୍ଷିତ? ଆମେ ଜାତିପ୍ରଥା ନାମରେ ଅଧିକ ଘୃଣା ଓ ହିଂସା ଠାରୁ ଏ ସମାଜକୁ ରକ୍ଷା କରିବା କି ପୁରାଣ ନାମରେ ଅନେକ ଅବୈଜ୍ଞାନିକ ଓ ଅମାନବୀୟ ଚିନ୍ତାଧାରାକୁ ପ୍ରଶ୍ରୟ ଦେବା? 

  

ରୋଗ ଉପାଖ୍ୟାନ:

 ଆଜି ପର୍ଯ୍ୟନ୍ତ ଏଭଳି କୌଣସି ବେମାରର କାରଣ କୁହାଯାଇନାହିଁ ଯେ ଚନ୍ଦ୍ର ଗ୍ରହଣ ସମୟରେ ଖାଇବା ହେତୁ ହୋଇଛି। ଆଜିପର୍ଯ୍ୟନ୍ତ ମେଡିକାଲ ବିଜ୍ଞାନ ସେଭଳି କୌଣସି ରୋଗ ବା ରୋଗୀ ପାଇନାହିଁ। ଯଦି ଚନ୍ଦ୍ର ଗ୍ରହଣ ସମୟରେ ଖାଇବା ଦ୍ଵାରା ରୋଗ ହେଉଥାନ୍ତା ତେବେ ଦେଶର ୮ ପ୍ରତିଶତ ଆଦିବାସୀ, ୧୫ ପ୍ରତିଶତ ମୁସଲମାନ, ୩ ପ୍ରତିଶତ ଖ୍ରୀଷ୍ଟିୟାନ, ୨ ପ୍ରତିଶତ ଶିଖ, ୨ ପ୍ରତିଶତ ବୌଦ୍ଧ ଓ ଜୈନ ଅର୍ଥାତ  ୩୦ ପ୍ରତିଶତ ଲୋକ ଏହାଦ୍ବାରା ବେମାର ହୋଇଥାନ୍ତେ । ନା ଆଦିବାସୀ ନା ଅଣହିନ୍ଦୁ କୌଣସି ଧର୍ମଗ୍ରନ୍ଥରେ ପାକତ୍ୟାଗ ସମ୍ପର୍କରେ ସାମାନ୍ଯ କୌଣସି ସୂଚନା ବା ଧାର୍ମିକ ନିର୍ଦ୍ଦେଶ ରହିଛି।

 

ପୁରାଣର ସୁରକ୍ଷାକର୍ତ୍ତାଙ୍କୁ ପ୍ରଶ୍ନ:

 ଆଜି ଅନ୍ଧବିଶ୍ଵାସୀମାନେ ଗରୁଡ ପୁରାଣର କଥା ଅନୁସାରେ ପାକତ୍ୟାଗକୁ ସମଗ୍ର ସମାଜ ଉପରେ ଲଦିଦେବା ଲାଗି ହିଂସ୍ରକ ହୋଇଉଠିଛନ୍ତି। ପୁରାଣ ଅନୁସାରେ ବ୍ରାହ୍ମଣ କୃଷି କର୍ମ କରିପାରିବ। ବେଦରେ ମନ୍ଦିରରେ ଯେ ଭଗବାନ ରୁହନ୍ତି ତାହାର କୌଣସି ଉଲ୍ଲେଖ ନାହିଁ। ଏହାସତ୍ବେ ମନ୍ଦିରରେ ବ୍ରାହ୍ମଣଙ୍କ ଲାଗି ଶହେ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାହିଁକି?  ଯେ କେହି ପୂଜକ‌ ହୋଇପାରିବ। ସନାତନ ଧର୍ମ ନାମରେ ଏତେ ମନ୍ଦିର କାହିଁକି ନିର୍ମାଣ କରାଯାଉଛି?


 ଏହା କେବଳ ଯୁକ୍ତି ଲାଗି ଲେଖୁଛି। ଗଣତନ୍ତ୍ର ବ୍ୟବସ୍ଥାକୁ ସୁଦୃଢ କରାଯିବା ଆବଶ୍ୟକ। ସମ୍ବିଧାନର ଧାରା ୧୫ ରେ ସମସ୍ତ ପ୍ରକାରର ଉଚ୍ଚ ନିଚ୍ଚ ବ୍ୟବହାରକୁ ବିରୋଧ କରାଯିବା ଓ ଧାରା ୧୯ ରେ ବାକ ସ୍ଵାଧୀନତାର ଅଧିକାର ଉଲ୍ଲେଖ ରହିଥିଲେ  ବି କୌଣସି ସରକାର ଏହାକୁ ସମ୍ମାନ ଦେଇ କାର୍ଯ୍ୟ କରୁନାହାନ୍ତି। ସେ ଦିଗରେ ଆମେ ଆମର ସ୍ଵରକୁ ଦୃଢ କରିବା ଜରୁରୀ ।  


 ରାଜନୈତିକ ହିଂସା: 

ଆଜି ପାକତ୍ୟାଗ ଲାଗି ବାଧ୍ୟ କରାଯିବା ଏକ ରାଜନୈତିକ କାର୍ଯ୍ୟ ହୋଇଯାଇଛି। ପାକତ୍ୟାଗ ଏକ ଅନ୍ଧବିଶ୍ଵାସ। ଏହା କହୁଥିବା ବ୍ୟକ୍ତି ପ୍ରତି ଅପଶବ୍ଦ ବ୍ୟବହାର କରାଯାଉଛି, ଆକ୍ରମଣ ମଧ୍ୟ କରାଯାଉଛି। ଏଭଳି କରିବା ଆଇନତଃ ଅପରାଧ। ବିଡମ୍ବନା ଯେ ହିନ୍ଦୁ ଧର୍ମ ନାମରେ ରାଜନୀତି କରୁଥିବା ବ୍ୟକ୍ତି ଏହି ଅନ୍ଧବିଶ୍ଵାସ ମଧ୍ୟରୁ ଜନ୍ମିତ ସଂଗଠନ ମଧ୍ୟରୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ବୈଜ୍ଞାନିକ ଚିନ୍ତାଧାରା ନାହିଁ। ସେଥିଲାଗି ଧର୍ମ ଗ୍ରନ୍ଥକୁ ପ୍ରଶ୍ନ କରିବା ସେମାନଙ୍କୁ ଅସହ୍ୟ ହେଉଛି। ସେମାନେ କେତେବେଳେ ସରକାରୀ ଶକ୍ତିକୁ ନିଜ ଲାଗି ପ୍ରୟୋଗ କରୁଛନ୍ତି ତ ପୁଣି ଅର୍ଥ ବଳରେ ଏକ ଯୁବ ବାହିନୀ ତିଆରି କରି ଧର୍ମ ନାମରେ ଆକ୍ରମଣକୁ ପ୍ରଶ୍ରୟ ଦେଉଛନ୍ତି। ସେମାନେ ଧର୍ମ ନାମରେ ଆଇନକୁ ହାତକୁ ନେଉଛନ୍ତି।  


ଚନ୍ଦ୍ର ଗ୍ରହଣ କ୍ଷେତ୍ରରେ ଆମେ ହିନ୍ଦୁ ମୌଳବାଦୀ ରାଜନୈତିକ ଦଳ ମଧ୍ୟରେ ଯାହା ଦେଖୁଛେ ଅନ୍ୟ ପର୍ବ ପର୍ବାଣିରେ ଖ୍ରୀଷ୍ଟିୟାନ ଓ ମୁସଲମାନ ମୌଳବାଦୀଙ୍କ ବ୍ୟବହାର ସମାନ ଦେଖୁଛେ। ଏହା କଦାପି ଆମକୁ ସମାଜବାଦ ଓ ବୈଜ୍ଞାନିକ ମନୋଭାବ ଆଡକୁ ନେଇଯିବ ନାହିଁ। ଏହା ଗଣତନ୍ତ୍ରକୁ ଧ୍ଵଂସ କରିବା ଲାଗି ଉଦ୍ଦିଷ୍ଟ। ଧାର୍ମିକ ଅନ୍ଧବିଶ୍ଵାସ ମୁକ୍ତ ସମାଜ ପାଇଁ ଆମର ଉଦ୍ୟମ ଜାରି ରହୁ।    



ଲେଖା ଠିକ ଲାଗିଲେ ଅନ୍ୟମାନଙ୍କୁ ପଠାଇବେ, ବିଭିନ୍ନ ଗୃପରେ ଦେବେ ଓ ଅନ୍ୟତ୍ର ଛାପିପରିବେ ମଧ୍ୟ। 

Tuesday, August 26, 2025

ହୀରାକୁଦ ଜଳଭଣ୍ଡାର ପ୍ରତି ନୂଆ ବିପଦ

 



ଦେବ ରଞ୍ଜନ

                         ପଚାଶ ଦଶକରେ ମହାନଦୀ ଉପରେ ନିର୍ମିତ ଏସିଆର ବୃହତ ଜଳଭଣ୍ଡାର ହୀରାକୁଦ ପ୍ରତି କିଛି ବର୍ଷ ହେଲା ନୂଆ ବିପଦ ଆସି ଠିଆ ହୋଇଛି। ହୀରାକୁଦ ଜଳଭଣ୍ଡାରର ମାଟି ଓ ପାଣିରେ ଅତ୍ୟଧିକ ମାତ୍ରାରେ ସୀସା ( ଲିଡ), କ୍ରୋମିୟମ, ତମ୍ବା (କପର) ଓ ଦସ୍ତା (ଜିଙ୍କ) ଆଦି ଧାତବ୍ୟ ଦ୍ରବ୍ଯ ରହିଥିବା ୨୦୨୩ ମସିହାରେ ପ୍ରକାଶିତ ପ୍ରବନ୍ଧ ଦାବି କରୁଛି।

                        ତାମିଲନାଡୁର କୋଏମ୍ବାଟୁରର ସଲିମଅଲି ସେଣ୍ଟର ଫର ଅର୍ନିଥୋଲୋଜି ଏଣ୍ଡ ନ୍ଯାଚୁରାଲ ହିଷ୍ଟ୍ରି, ଭୁବନେଶ୍ବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ରାସୟନିକ ବିଭାଗ ଓ ମେଘାଳୟ ସ୍ଥିତ ପରିବେଶ ବିଶ୍ୱବିଦ୍ୟାଳୟର ବାୟୋଲୋଜି ବିଭାଗ ଇତ୍ୟାଦି ସଂସ୍ଥାର ମିଳିତ ଉଦ୍ୟମରେ ଜଳଭଣ୍ଡାରର ପାଣି ଓ ମାଟିକୁ ନେଇ ଯେଉଁ ପରୀକ୍ଷା କରାଯାଇଥିଲା ତାହାର ଫଳାଫଳ ହିଁ ଉପରୋକ୍ତ ତଥ୍ୟକୁ ଦର୍ଶାଉଛି। (୧) ଏ ଭିତରେ ଉକ୍ତ ପ୍ରବନ୍ଧ ପ୍ରକାଶ ପାଇବା ବର୍ଷକରୁ ଅଧିକ ହୋଇଯାଇଥିଲେ ମଧ୍ୟ ଏହାକୁ ନେଇ ମିଡିଆରେ ନା କୌଣସି ଚର୍ଚ୍ଚା ହେଉଛି ନା ସରକାରୀ ସ୍ତରରେ ଏହାକୁ ନେଇ ସେଭଳି କିଛି ବ୍ୟସ୍ତତା ପ୍ରକାଶ ପାଉଛି।  

                        ସରକାର କଣ ଧରିନେଇଛନ୍ତି ଯେ ଉକ୍ତ ପ୍ରବନ୍ଧରେ ପ୍ରକାଶିତ ତଥ୍ୟ ସତ୍ୟ ଆଧାରିତ ନୁହେଁ? ନା ଏହି ବିଶାଳ ଜଳଭଣ୍ଡାରର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସରକାରୀ ଶକ୍ତିର ବାହାରେ? କିଏ କହିବ ହୁଏତ ନେହେରୁଙ୍କ “ଆଧୁନିକ ମନ୍ଦିର” ହୀରାକୁଦ ଜଳଭଣ୍ଡାର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟଗତ ବିପଦ ସୃଷ୍ଟି କରିବ?

                        ଏହା ଜାଣିବା କଥା ଯେ ସୀସା, କ୍ରୋମିୟମ, ତମ୍ବା ଓ ଦସ୍ତା ଭଳି ଖଣିଜ ଦ୍ରବ୍ଯ ପ୍ରାକୃତିକ ଝରଣା ବା ନଦୀ ମାଧ୍ୟମରେ ଜଳଭଣ୍ଡାର ମଧ୍ୟକୁ ଆସିନଥାଏ। ଏକ ଲକ୍ଷ ପଚାଶ ହଜାର ଏକର ଅଞ୍ଚଳ ଉପରେ ପ୍ରସ୍ତୁତ ହିରାକୁଦ ଜଳଭଣ୍ଡାର ଚାରିପାଖରେ ରହିଥିବା କମ୍ପାନୀମାନଙ୍କ ନିଜସ୍ଵ ଥର୍ମାଲ ପାୱାର (କୋଇଲାରୁ ଉତ୍ପାଦନ)ର ଆବର୍ଜନା ଓ ଆଲୁମିନିୟମ କମ୍ପାନୀର ଆବର୍ଜନା ଧାତୁ ଡ୍ରସ ହେତୁ ପାଣି ଓ ମାଟିରେ ଉକ୍ତ ଧାତବ ଦ୍ରବ୍ଯ ସଞ୍ଚିତ ହେଉଥିବା ଲାବରେଟରୀ ପରୀକ୍ଷାରୁ ଜଣାପଡୁଛି।

                        ଜଳଭଣ୍ଡାର ନିକଟସ୍ଥ କୃଷି ଜମିରେ କ୍ରୋମିୟମ ଧାତବ ଦ୍ରବ୍ଯର ପ୍ରଭାବ ସ୍ତର (ଥ୍ରେସହୋଲ୍ଡ ଭାଲ୍ଯୁ ଫର ଏଗ୍ରୀକଳ୍ଚରାଲ ସଏଲ ବା ଟିଭିଏଏସ) ନିରାପଦ ସ୍ତର ଠାରୁ ଯଥେଷ୍ଟ ଉପରେ ରହିଛି। ସୀସାର ଟିଭିଏଏସ ସ୍ତର ପ୍ରାୟତଃ ନିରାପଦ ସୀମାକୁ ଛୁଇଁ ସାରିଛି। କୃଷି ଜମିରେ ସୀସାର ଉପସ୍ଥିତି ସର୍ବାଧିକ ୬୦ ମିଉ ଗ୍ରାମ ପ୍ରତି ଏକ ଗ୍ରାମ ମଧ୍ୟରେ ରହିବା କଥା। ହୀରାକୁଦ ମାଟିରେ ସୀସାର ସ୍ତର ବିଭିନ୍ନ ସ୍ଥାନରେ ୪୩.୭୨ ରୁ ୬୦.୩ ମିଉ ଗ୍ରାମ ପ୍ରତି ଏକ ଗ୍ରାମ ମଧ୍ୟରେ ରହିଛି। ଏହା କ୍ରମଶଃ ବଢୁଥିବା ମଧ୍ୟ ଉକ୍ତ ନିବନ୍ଧ ଦର୍ଶାଉଛି।

                        ହୀରାକୁଦ ଜଳଭଣ୍ଡାରରେ ଖଣିଜ ଦ୍ରବ୍ଯର ମାତ୍ରା ବଢୁଥିବାକୁ ନେଇ ୨୦୧୨ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଭାଗ ତରଫରୁ ଏକ ପରୀକ୍ଷା କରାଯାଇ ପ୍ରବନ୍ଧ ପ୍ରକାଶ କରାଯାଇଥିଲା। (୨) ଏଥିରେ କିନ୍ତୁ ଦର୍ଶାଯାଇଥିଲା ଯେ କ୍ରୋମିୟମ ସ୍ତର ୪୧.୫୯ ମିଉ ଗ୍ରାମ ପର ଗ୍ରାମ, ସୀସା ବା ଲିଡ ମାତ୍ରା ୩୨.୦୮ ମିଉ ଗ୍ରାମ ପର ଗ୍ରାମ ରହିଛି। ସେହିଭଳି ଜିଙ୍କ, ଆଇରନ, ତମ୍ବାର ମାତ୍ରା ନିରାପଦ ସ୍ତର ଠାରୁ ନିମ୍ନରେ ରହିଥିବା ଦର୍ଶାଯାଇଥିଲା। ଉକ୍ତ ପ୍ରବନ୍ଧରେ ଜଳଭଣ୍ଡାରରେ ଯଦିଓ ଧାତବ ଦ୍ରବ୍ୟର ମାତ୍ରା ବଢୁଛି ତଥାପି ଏହା ନିରାପଦ ସ୍ତରର ଉର୍ଦ୍ଧ୍ଵକୁ ଯାଇନାହିଁ ବୋଲି ଯୁକ୍ତି କରାଯାଇଥିଲା। ଏହି ଗବେଷଣା କିନ୍ତୁ ହିଣ୍ଡାଲକୋର ଆର୍ଥିକ ସହଯୋଗରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦ୍ଵାରା ହୋଇଥିଲା।

                        ସେ ସମୟରେ ମୃତ ଜୀବମାନଙ୍କ ମାଂସ ଓ ହାଡକୁ ନେଇ ମଧ୍ୟ ପରୀକ୍ଷା କରାଯାଇଥିଲା। ସେଥିରେ ଯେଉଁ ପରିମାଣର ଧାତବ ଦ୍ରବ୍ଯ ମିଳୁଛି ତାହା ଆଗାମୀ ଦିନରେ ବିପଦ ସୃଷ୍ଟିକରିବ ବୋଲି ଚେତାଇ ଦିଆଯାଇଥିଲା। ଏ ଭିତରେ ଆହୁରି ୧୨ ବର୍ଷ ହୋଇଗଲାଣି।ଏବେ ୨୦୨୩ ମସିହାରେ ପ୍ରକାଶିତ ନିବନ୍ଧକୁ ଯଦି ବିଚାରକୁ ନିଆଯିବ ତେବେ ଜଳଭଣ୍ଡାର ତଳର ମାଟି କେତେକ ସ୍ଥାନରେ ଅତ୍ୟଧିକ ଦୂଷିତ ହୋଇସାରିଛି।  ଏହାର ପାଣି ମଧ୍ୟ କ୍ରମଶଃ ଦୂଷିତ ହେବାରେ ଲାଗିଛି।

                        ଏପରିକି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ନିରାପଦ ସ୍ତର ନିରୂପଣ କରିଛି ତାହା ଠାରୁ ଯଥେଷ୍ଟ ଅଧିକ ସ୍ତରର ଧାତବ ଦ୍ରବ୍ଯ (WCTMRC) ହୀରାକୁଦ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ହୀରାକୁଦ ପାଖାପାଖି କୃଷି ଜମି ମଧ୍ୟ କ୍ରମଶଃ ବିଷାକ୍ତ ହେଉଛି। ଜଳସେଚିତ ହେଉଥିବା ଜମିରେ ସୀସା, ତମ୍ବା ଓ କ୍ରୋମିୟମ ଧାତୁ ମିଳିଥିବା ଉକ୍ତ ଗବେଷଣାତ୍ମକ ନିବନ୍ଧ ଯୁକ୍ତି କରୁଛି। ଏହାର କାରଣ ଦ୍ରୁତ ଶିଳ୍ପାୟନ, ସହରୀକରଣ ଓ ବିକାଶମୂଳକ କାର୍ଯ୍ୟ ରହିଛି ବୋଲି ନିବନ୍ଧ ଦର୍ଶାଉଛି। ଏହା କ୍ୟାନସର ସୃଷ୍ଟିକାରକ ଦ୍ରବ୍ଯ ବା କାର୍ସିନୋଜେନିକ ଉତ୍ପାଦକ ପଦାର୍ଥ।

                        ପଶ୍ଚିମ ଓଡିଶାରେ ବରଗଡ ଜିଲ୍ଲା ଓ ନିକଟବର୍ତ୍ତୀ ଅଞ୍ଚଳ ମୁଖ୍ଯତଃ ହୀରାକୁଦ ଜଳଭଣ୍ଡାର ଦ୍ଵାରା ଜଳସେଚିତ ହୋଇଥାଏ। କିନ୍ତୁ ଆଜିର ସମୟରେ ବରଗଡ ଜିଲ୍ଲା ଅନ୍ୟ ଏକ ସଂବେଦନଶୀଳ ପ୍ରସଙ୍ଗରେ ଓଡିଶାରେ ଜଣାଶୁଣା। ଏଠାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯିବା କାରଣରୁ ବରଗଡକୁ କ୍ୟାନସରର ରାଜଧାନୀ ବୋଲି କେହି କେହି କହିବା ଆରମ୍ଭ କରିଛନ୍ତି।

                        ୧୯୫୯ ମସିହାରୁ ୨୦୦୦ ମସିହା ମଧ୍ୟରେ ଦେଶର ଅନେକ ବୃହତ ଆଲୁମିନିୟମ ଓ ଷ୍ଟିଲ କମ୍ପାନୀଙ୍କୁ ପ୍ଳାଣ୍ଟ ଓ କୋଇଲା ତାପଜ କେନ୍ଦ୍ର ହୀରାକୁଦ ଜଳଭଣ୍ଡାର ଚାରିପାର୍ଶ୍ଵରେ ତିଆରି କରିବା ଲାଗି ସରକାର ଅନୁମତି ଦେଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲା ହିଣ୍ଡାଲକୋ ଆଲୁମିନିୟମ ପ୍ଳାଣ୍ଟ ଓ ତାପଜ ବିଦ୍ୟୁତ କେନ୍ଦ୍ର, ବେଦାନ୍ତ  ଆଲୁମିନିୟମ ପ୍ଳାଣ୍ଟ ଓ ତାପଜ ବିଦ୍ୟୁତ କେନ୍ଦ୍ର, ଆଦିତ୍ଯ ବିରଳା ଆଲୁମିନିୟମ ପ୍ଳାଣ୍ଟ ଆଣ୍ଡ ପାୱାର, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଭୂଷଣ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ଇତ୍ୟାଦି। ସମସ୍ତ ପ୍ଳାଣ୍ଟ ଓ ତାପଜ କେନ୍ଦ୍ର ଆଜି ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳୁଛି।

                        ଜଳଭଣ୍ଡାରରୁ ପାଣି ଚାଷୀଙ୍କୁ ଦିଆନଯାଇ କ୍ରମଶଃ କମ୍ପାନୀମାନଙ୍କୁ ଦିଆଯିବା କାରଣରୁ ୨୦୦୫ ମସିହା ପରଠାରୁ ପଶ୍ଚିମ ଓଡିଶାର କୃଷକ ସଂଗଠନମାନେ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଆସୁଛନ୍ତି। କିନ୍ତୁ ବାରମ୍ବାର ସେମାନଙ୍କୁ ସରକାର ମିଛ ପରେ ମିଛ କହିଚାଲିଛନ୍ତି। ଆଜି ପରିଣାମ ହେଉଛି ଯେ ଜଳଭଣ୍ଡାରର ଜଳ ଓ ମାଟି ଧାତବ ଦ୍ରବ୍ଯ ମିଶ୍ରିତ ହେବାରେ ଲାଗିଛି।

                        ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ହଜାର ହଜାର ମତ୍ସଜୀବୀ ଅଭିଯୋଗ କରିଆସୁଛନ୍ତି ଯେ ଜଳଭଣ୍ଡାରରେ ମାଛଙ୍କ ସଂଖ୍ୟା କମିବାରେ ଲାଗିଛି। କେତେକ ମାଛର ବଂଶ ସଂପୂର୍ଣ୍ଣ ଲୋପ ପାଇଗଲାଣି। ଏହାର କାରଣ ଦୂଷିତ ଜଳ ବୋଲି ମିଡିଆରେ ପ୍ରକାଶିତ ମଧ୍ୟ ହୋଇଛିତଥାପି ଏ ସମ୍ପର୍କରେ ସରକାରୀ ଅନୁସନ୍ଧାନ ହେଉନାହିଁ। ସେଭଳି ଅନୁସନ୍ଧାନ ନକରିବା ଲାଗି କିଛି ଚାପ କାମ କରୁଛି?

                        ଦିନେ ସମୟ ଥିଲା ଯେତେବେଳେ ଗଣତନ୍ତ୍ର ପଦ୍ଧତିରେ ନିର୍ବାଚିତ ସରକାରୀ ଦଳ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୂଆଁଇ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରୁଥିଲେ। ଆର୍ଥିକ ସଂସ୍କାର ପରବର୍ତ୍ତୀ ଭାରତରେ ପ୍ରାଇଭେଟ କମ୍ପାନୀମାନେ ଏତେ ଶକ୍ତିଶାଳୀ ହୋଇଯାଇଛନ୍ତି ଯେ ନିର୍ବାଚିତ ସରକାରୀ ଦଳ ଲୋକଙ୍କ ଦାବି ଅପେକ୍ଷା କମ୍ପାନୀର ଆବଶ୍ୟକତାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି।

                        ବୃହତ କମ୍ପାନୀଙ୍କ ଦ୍ଵାରା ହେଉଥିବା ପ୍ରଦୂଷଣ ହେତୁ ଲୋକେ ମୃତ୍ୟୁବରଣ କରୁଥିଲେ ମଧ୍ୟ ଏହାକୁ ଅପରାଧୀକ କାର୍ଯ୍ୟ (ଠିକ ହତ୍ୟା, ଡକାୟତି ଇତ୍ୟାଦି ଅପରାଧ ଭଳି) ଭାବରେ ଏ ପର୍ଯ୍ୟନ୍ତ ଦେଶରେ ନିଆଯାଇନାହିଁ ସେଭଳି ଆଇନ ଏ ପର୍ଯ୍ୟନ୍ତ ଦେଶରେ ପ୍ରଣୟନ ନହେବା ସରକାରୀ ଦଳ ଉପରେ କମ୍ପାନୀମାନଙ୍କ ପ୍ରଭାବକୁ ଦର୍ଶାଉଛି।

                        ହୀରାକୁଦ ଜଳଭଣ୍ଡାର ଜଳ, ମାଟି, କୃଷିଜମିର ମାଟି, ମୃତ ଜୀବଜନ୍ତୁଙ୍କ ହାଡର ଉପଯୁକ୍ତ ପରୀକ୍ଷା ସରକାରୀ ସ୍ତରରେ କରାଯିବା ଆବଶ୍ୟକ। ସାମାଜିକ ସଂଗଠନ ଦ୍ଵାରା ସମସ୍ତ ପ୍ଳାଣ୍ଟର ଚବିଶ ଘଣ୍ଟିଆ ସର୍ଭେକ୍ଷଣର ବ୍ୟବସ୍ଥା କରାଯିବା ଜରୁରୀ। ସୁସ୍ଥ ଜୀବନ ବଞ୍ଚିବା ପାଇଁ ସ୍ଥାନୀୟ ସଂଗଠନମାନଙ୍କର ପ୍ରତିବାଦର ସ୍ଵର ଦୃଢ ହେବା ଆବଶ୍ୟକ।      

ସହାୟକ ଲେଖା:

୧. Assessment of environmental and carcinogenic health hazards from heavy metal contamination in sediments of wetlands୨. Metals in environmental segments at Hirakud of Odisha, India

Mobile: 9437762272

 

Friday, November 22, 2024

ବିଶ୍ବରେ ଧର୍ମଭିତ୍ତିକ ଜାତୀୟତାର ସୃଷ୍ଟି

 ଲେଖା ସଂଖ୍ୟା – 4

        


(ସିଏଏ ଓ ଏନଆରସିକୁ ବିରୋଧ କରି ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଲି, ଜାନୁଆରୀ ୩୦, ୨୦୨୦)

ଇସଲାମ-ଆଡୁ-ଭୟ ବା ଇସଲାମୋଫୋବିଆ ଦେଇ ଧର୍ମ ନାମରେ ସ୍ଵତନ୍ତ୍ର ଜାତୀୟତା ସୃଷ୍ଟି କରାଯାଉଛି। ଏହି ଜାତୀୟତାରେ ଅନ୍ୟ ଧର୍ମାବଲମ୍ବୀଙ୍କର କୌଣସି ସ୍ଥାନ ନାହିଁ ବୋଲି ଯୁକ୍ତି କରାଯାଉଛି। 

ଯେମିତି କି;

ଆମେରିକାର ଉନ୍ନତି କହିଲେ ଖ୍ରୀଷ୍ଟିୟାନ ଆମେରିକୀୟଙ୍କ ବିକାଶକୁ ଟ୍ରମ୍ଫ ବୁଝାଉଛନ୍ତି। ସେ ଆଦୌ  ମୁସଲମାନ- ଆମେରିକାବାସୀକଳା-ଆମେରିକାବାସୀଏସିୟ-ଆମେରିକାବାସୀ ବା ଚୀନ - ଆମେରିକାବାସୀ କି କ୍ୟୁବା - ଆମେରିକାବାସୀଙ୍କ କଥା ସେ କହୁନାହାନ୍ତି। ଖ୍ରୀଷ୍ଟିୟାନ ଆମେରିକାନ ଏହି କଥାକୁ ଗ୍ରହଣ ମଧ୍ୟ କରୁଛନ୍ତି। 

ଭାରତର ବିକାଶ କହିଲେ କେବଳ "ଜୟ ଶ୍ରୀରାମ" କହୁଥିବା ହିନ୍ଦୁଙ୍କର ବିକାଶର କଥା କୁହାଯାଉଛି। ତେଣୁ ତ ସେମାନେ ସମସ୍ତଙ୍କୁ “ଜୟ ଶ୍ରୀରାମ” ଉଚ୍ଚାରଣ କରିବା ଲାଗି କହୁଛନ୍ତି। ସହରୀ ହିନ୍ଦୁ ଉଚ୍ଚଜାତିର ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ପରିବାର ଯୁକ୍ତି କରୁଛନ୍ତି ଯେ ଭାରତ କହିଲେ ହିନ୍ଦୁଙ୍କର ଦେଶ କାରଣ ଏହାର ନାମ "ହିନ୍ଦୁସ୍ତାନ"। 

ସେଥିଲାଗି ମୁସଲମାନ ଓ ଦଳିତଙ୍କ ଉପରେ ଆକ୍ରମଣ ବଢୁଥିଲେ ମଧ୍ୟ କୌଣସି ସଙ୍ଘୀକୁ ଦଣ୍ଡିତ କରାଯାଉନାହିଁ। ଆକ୍ରମଣକାରୀ ସଙ୍ଘ ସଦସ୍ୟମାନଙ୍କ ପ୍ରତି ସରକାର ନରମ ହେଉଛନ୍ତି। 

ବର୍ମା ଓ ଶ୍ରୀଲଙ୍କାର ବିକାଶ କହିଲେ କେବଳ ଥେରବଡ ବୌଦ୍ଧଙ୍କ (Theravada Buddhismବିକାଶକୁ ବୁଝାଉଛି। ଏହି ଥେରବଡ ବୌଦ୍ଧମାନେ ନିଜକୁ ପ୍ରକୃତ ବୌଦ୍ଧାଧର୍ମବଲମ୍ବୀ ବୋଲି ଦାବି କରୁଛନ୍ତି। ସେମାନେ ଶ୍ରୀଲଙ୍କାରେ ମୁସଲମାନ ଶ୍ରୀଲଙ୍କାବାସୀ ବର୍ମାରେ ରୋହିଙ୍ଗିଆଙ୍କୁ ବାହାର ମନେକରି ଆକ୍ରମଣ କରୁଛନ୍ତି। 

 

          ଆଶ୍ଚର୍ଯ୍ୟର ବିଷୟ ଯେ ମୋର ଏହି ଗବେଷଣା ମଧ୍ୟରେ ମୁଁ ପାଇଲି ଯେ ସମସ୍ତ ଦେଶରେ ସମାନ ଭାବରେ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟ ସୃଷ୍ଟି କରାଯାଉଛି। ସବୁଠାରୁ ସମାନ ଯୁକ୍ତି କରାଯାଉଛି ଯେ,

୧. ଇସଲାମ ଏକ ହିଂସ୍ର ଧର୍ମ । ଏହି ଧର୍ମର ଉଗ୍ରବାଦ ସହିତ ସମ୍ପର୍କ ରହିଛି। କୋରାନର ନାମ ଶୁଣିନଥିବା ଲୋକ ବି ଏହିଭଳି ଯୁକ୍ତି କରୁଛନ୍ତି।

୨. ସମସ୍ତ ମୁସଲମାନ ବହୁତ ରକ୍ଷଣଶୀଳକୃରଅଶିକ୍ଷିତ ସେ ସେମାନେ ନିଜ ଦେଶର ଅନ୍ୟ ଧର୍ମକୁ ଅବମାନନା କରିଥାନ୍ତି। ଏପରିକି ଅଳ୍ପ କେତେଜଣ ଅପରାଧୀଙ୍କ ଉଦାହରଣ ଦେଇ ସମଗ୍ର ଗୋଷ୍ଠୀକୁ ଏହାଦ୍ବାରା ଆକ୍ରମଣ କରାଯାଉଛି।

୩. ମୁସଲମାନମାନେ କୌଶଳରେ ଦେଶର ସମ୍ପତ୍ତିକୁ ଅକ୍ତିଆର କରିବା ଲାଗି ଚେଷ୍ଟା କରୁଛନ୍ତି। ସେମାନେ ବାହାର ଦେଶର।

୪. ମୁସଲମାନମାନେ “ଆମ ଦେଶରେ ନିଜର ସଂଖ୍ୟା ଅଧିକ କରିବାକୁ ଚାହୁଁଛନ୍ତି” ଓ ନିଜର ଶରୀୟା ଆଇନକୁ ଲାଗୁ କରିବାକୁ ଚାହୁଁଛନ୍ତି।

୫. ମୁସଲମାନମାନେ ଉଗ୍ରପନ୍ଥୀ ଓ ସେମାନଙ୍କ ଠାରୁ ଦେଶ ପ୍ରତି ଅସୁରକ୍ଷା ରହିଛି।

 

ନିଜ ଦେଶ ଭିତରେ ନିଜ ଦେଶର ମୁସଲମାନ ଦେଶବାସୀ ବିଶ୍ଵର ଅନେକ ଦେଶରେ “ଦେଶଦ୍ରୋହୀ”, “ବାହାରିଆ”, “ଇମିଗ୍ରାଣ୍ଟ” ଓ “ଦ୍ଵିତୀୟ ଶ୍ରେଣୀ ନାଗରିକ” ଇତ୍ୟାଦିର ଆଖ୍ୟା ପାଉଛନ୍ତି। ଖ୍ରୀଷ୍ଟିୟାନ, ହିନ୍ଦୁ, ବୌଦ୍ଧ ଏ ସମସ୍ତ ଦେଶରେ ନିଜକୁ ମୂଳନୀବାସୀ, ଦେଶର ପ୍ରଥମ ଶ୍ରେଣୀ ନାଗରିକ ଇତ୍ୟାଦି ଭାବରେ ଭାବୁଛନ୍ତି ବା ସେଭଳି ମାନସିକତା ସଂଗଠିତ ଭାବରେ ସୃଷ୍ଟି କରାଯାଉଛି।

 ମୋର ପଢିବା ଭିତରେ ମୁଁ ପାଉଛି ଯେ ଭାରତ ଭଳି ଆମେରିକାୟୁରୋପର ଅନେକ ଦେଶ ଓ ଏସିଆର ଅନେକ ଦେଶରେ ଇସଲାମକୁ ନେଇ ସମାନ ମନ୍ତବ୍ୟ ରହିଛି। ତେଣୁ ଏହାକୁ ତିଆରି କରାଯାଉନଥିଲେ ସବୁଠାରେ ସମାନ ଭାବନା ଆସିବ ନାହିଁ।

ଆମେ ଧୀରେ ଧୀରେ ଅତି ସଙ୍କୁଚିତକଳହ ଓ ଧର୍ମ ନାମରେ ଆକ୍ରମଣକାରୀର ମାନସିକତା ରହିଥିବା ପୃଥିବୀ ମଧ୍ୟରେ ଆତଯାତ ହେଉଛୁ। ଏଠାରେ କିଏ କେଉଁ କାରଣରୁ ଆକ୍ରମିତ ହେବ ତାହା ଅନୁମାନ କରିବା କଠିନ।

ଦେବ ରଞ୍ଜନ 

 

 

 

Saturday, November 16, 2024

ଘୃଣାର ମାନସିକତା ସ୍ଵାଭାବିକ ନୁହେଁ ବରଂ ତିଆରି କରାଯାଉଛି

 ଲେଖା ସଂଖ୍ୟା – ୩



        ଆଜିର ଜାତୀୟ ଓ ଆଞ୍ଚଳିକ ଟିଭି ଚ୍ଯାନେଲରେ ଚାଷୀ, ଶ୍ରମିକ, ଆଦିବାସୀ, ଦଳିତ ପ୍ରସଙ୍ଗରେ ଯେଉଁଠି ଖବର ବା ଆଲୋଚନା ପ୍ରାୟତଃ ହୁଏ ନାହିଁ ସେଠାରେ କିନ୍ତୁ ଘଣ୍ଟା ଘଣ୍ଟା ଇସଲାମ ବିରୋଧୀ ଆଲୋଚନା ଲଗାତର ହେଉଛି। କେହି କଣ ଏଥିଲାଗି ଅର୍ଥ ବିନିଯୋଗ କରୁନଥିଲେ ଏହା ହେଉଥାନ୍ତା?

 

ସାମାଜିକ ଗଣମାଧ୍ୟମ ନାମରେ ଅନେକ ଫେସବୁକ ଆକାଉଣ୍ଟ, ଇନଷ୍ଟାଗ୍ରାମ, ଟ୍ବିଟର ବା ଏକ୍ସ , ଗୁଗୁଲ ବ୍ଲଗ, ମିଥ୍ୟା ରିସର୍ଚ୍ଚ ରିପୋର୍ଟ ଅର୍ଥ ଦେଇ ତିଆରି ହେଉଛି। ପ୍ରତି ପୋଷ୍ଟିଂ ଲାଗି ଅର୍ଥ ଦିଆଯାଉଛି। ଶିଳ୍ପପତିଙ୍କୁ ପୁଞ୍ଜି ବୃଦ୍ଧିରେ ଇସଲାମୋଫୋବିଆ ସାହାଯ୍ୟ କରୁନଥିଲେ ଗଣମାଧ୍ୟମ ବା ସାମାଜିକ ଗଣମାଧ୍ୟମରେ ଏହା ଏତେ ବେଶୀ ସ୍ଥାନ ପାଇନଥାନ୍ତା।

 

ଚିନ୍ତାର ବିଷୟ ଯେ ଗଣମାଧ୍ୟମ ଦ୍ଵାରା ଧାର୍ମିକ ଘୃଣାକୁ ପ୍ରସାରିତ କରାଯିବା ଦ୍ଵାରା ଆମେ ଦେଶରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ବିବାଦ, ହିଂସା, ଅପହରଣ ଓ ହତ୍ୟା ଭଳି ଘଟଣା ଅଧିକ ଘଟୁଛି।

 

        ୨୦୧୫ ମସିହା ସେପ୍ଟେମ୍ବର ୨୮ ତାରିଖ। ଏହି ଦିନ ଉତ୍ତର ପ୍ରଦେଶର ନୋଏଡା ନିକଟସ୍ଥ ଦାଦ୍ରି ଗାଁରେ ହଠାତ ୫୦ ରୁ ଉର୍ଦ୍ଧ ନିଜ ଗ୍ରାମବାସୀ ମହମ୍ମଦ ଅଖଲାକଙ୍କ ଘରକୁ ପଶିଯାଇଥିଲେ। ସେମାନେ ଘରର ଫ୍ରିଜ ମଧ୍ୟରେ ଗୋମାଂସ ରହିଥିବା ଅଭିଯୋଗରେ ମହମ୍ମଦ ଅଖଲାକଙ୍କୁ ନିଜର ପୁଅ ଝିଅଙ୍କ ସାମ୍ନାରେ ପିଟିପିଟି ମାରିଦେଲେ। ପରେ ଉତ୍ତର ପ୍ରଦେଶ ସରକାରଙ୍କ ପଶୁ ଚିକିସ୍ଛା ବିଭାଗ ଟେଷ୍ଟ ରିପୋର୍ଟରେ ପ୍ରକାଶ କରିଥିଲେ ଯେ ଅଖଲାକଙ୍କ ଘରୁ ମିଳିଥିବା ମାଂସ ଗୋମାଂସ ନୁହେଁ ବରଂ ଛେଳି ମାଂସ ଥିଲା। ମହମ୍ମଦ ଅଖଲାକ ସାଧାରଣ ଜଣେ କମାର ଥିଲେ। ତାଙ୍କ ବଡ ପୁଅ ସେନାବାହିନୀରେ ଚାକିରି କରିଛନ୍ତି। ଆକ୍ରମଣକାରୀମାନେ ସମସ୍ତେ ତାଙ୍କର ନିଜର ଗ୍ରାମବାସୀ ଥିଲେ। ଘର ମଧ୍ୟରେ ଜବରଦସ୍ତି ପଶି ଆସି ମିଥ୍ୟା ଆରୋପରେ କାହାରିକୁ ହତ୍ୟା କରିବା ପଛରେ ଧର୍ମକୁ ନେଇ ଘୃଣା ସ୍ପଷ୍ଟ। ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ତିଆରି କରାଯାଉଛି।

       

        ୨୮ ମଇ ୨୦୧୨ ତାରିଖ। ବର୍ମାର ରଖାଇନ ରାଜ୍ୟ (Rakhine) ରେ ଗୁଜବ ହୋଇଥିଲା ଯେ ଜଣେ ବୌଦ୍ଧଧର୍ମୀ ମହିଳାଙ୍କୁ ତିନି ଜଣ ରୋହିଙ୍ଗିଆ ଯୁବକ ଦୁଷ୍କର୍ମ ଓ ହତ୍ୟା କରିଛନ୍ତି। ଏହାର ସତ୍ୟତାକୁ ନବୁଝି ବୌଦ୍ଧଧର୍ମୀ ସନ୍ୟାସୀ, ବୌଦ୍ଧଧର୍ମୀ ଗ୍ରାମବାସୀ ତଥା ସେନାବାହିନୀର ଯବାନ ରୋହିଙ୍ଗିଆଙ୍କୁ ହତ୍ୟା କରିବା ସହିତ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଅଗଷ୍ଟ ୨୦୧୨ ସୁଦ୍ଧା ଏହିପରି ୨୫୦୦ ଘରେ ନିଆଁ ଲଗାଇଦିଆଯାଇଥିଲା ଓ ଅନ୍ୟୁନ୍ୟ ୧୫୦୦ ରୋହିଙ୍ଗିୟାଙ୍କୁ ହତ୍ୟା କରାଯାଇଥିଲାପରେ ଜଣା ପଡିଥିଲା ଯେ ମହିଳାଙ୍କ ଦୁଷ୍କର୍ମ ଗୁଜବ ଥିଲା। (ଉସ୍ଛ: Radical violence against Rohingya people, documentary film) ରୋହିଙ୍ଗିଆଙ୍କ ଉପରେ ଆକ୍ରମଣ ପୂର୍ବରୁ ହୋଇଛି। କିନ୍ତୁ ବୌଦ୍ଧ ସନ୍ୟାସୀମାନେ ଇସଲାମକୁ ଘୃଣା କରିବାକୁ ଯାଇ ରୋହିଙ୍ଗିୟାଙ୍କୁ ହତ୍ୟା କରିବା ଓ ଘର ଜାଳିଦେବା ଘଟଣା ପୂର୍ବରୁ ଦେଖାଯାଉନଥିଲା।

 

        ୨୦୧୫ ମସିହା ଫେବୃଆରୀର ଘଟଣା। ଆମେରିକାର ଉତ୍ତର କାରୋଲିନା ସହରର ଫିଯଲି ଫରେଷ୍ଟ ଆପାର୍ଟମେଣ୍ଟରେ ରୁହନ୍ତି କ୍ରେଗ ହିକ୍ସସେହି ଆପାର୍ଟମେଣ୍ଟରେ ପୁଣି ଉତ୍ତର କାରୋଲିନା ସରକାରୀ ବିଶ୍ୱବିଦ୍ୟାଳୟର ପିଏଚଡ଼ି ଛାତ୍ର ବରାକଟ ଆସି ରହିଲେ। ସେ ସିରିୟା ଦେଶର ଓ ମୁସଲିମ ଧର୍ମର ଥିଲେ। ଦିନେ ଗାଡି ପାର୍କିଂକୁ ନେଇ କ୍ରେଗ ହିକ୍ସ ଓ  ବରାକଟଙ୍କ ମଧ୍ୟରେ କିଛି ବିବାଦ ହୋଇଥିଲା। ସେହିଦିନ ରାତିରେ କ୍ରେଗ ହିକ୍ସ ନିଜର ବନ୍ଧୁକ ସହିତ ବରାକଟଙ୍କ ଫ୍ଲାଟ ମଧ୍ୟରେ ପ୍ରବେଶ କଲେ ଓ ଆଠ ରାଉଣ୍ଡ ଗୁଳି ଚଳାଇଲେ। ଏଥିରେ ବରାକଟ, ତାଙ୍କ ପତ୍ନୀ ଆବୁସାଲ୍ହା ଓ ଆବୁସାଲ୍ହାଙ୍କ ଭଉଣୀ ରଜାନଙ୍କର ମୃତ୍ୟୁ ହେଲା। ଆମେରିକା କୋର୍ଟ କ୍ରେଗ ହିକ୍ସଙ୍କୁ ବିନା ପାରୋଲରେ ଆଜୀବନ କାରାଦଣ୍ଡ ଦେଲେ। (Source: The Islamophobia Industry by Nathan Lean)

 

        ଇଉରୋପରେ ବିଭିନ୍ନ ଦେଶ ଯଥା ଫିନଲାଣ୍ଡ, ଡେନମାର୍କ, ଇଂଲଣ୍ଡ, ଫ୍ରାନ୍ସ ଇତ୍ୟାଦି ଦେଶରେ ଏହିଭଳି ଘଟଣା ଘଟିବାରେ ଲାଗିଲା। ସେ ସବୁର ସମୟ ଥିଲା ପ୍ରାୟ ୨୦୧୦ ଓ ଏହା ପରବର୍ତ୍ତୀ ସମୟ।

 

        ଖ୍ରୀଷ୍ଟିୟାନ – ମୁସଲମାନ, ହିନ୍ଦୁ – ମୁସଲମାନ, ବୌଦ୍ଧ – ମୁସଲମାନ ବିବାଦ ଏହି ଦେଶରେ ନୂଆ ନୁହେଁ, କି ବିଶ୍ବରେ ନୂଆ ନୁହେଁ। ଏହି ବିବାଦ ବାରମ୍ବାର ହିଂସାର ରୂପ ନେଇଛି। କିନ୍ତୁ ଅପରିଚିତ ବ୍ଯକ୍ତିର ଚେହେରା ଦେଖି ତାକୁ ଅତର୍କିତ ଆକ୍ରମଣ କରିବା, ଘର ଜାଳିଦେବା, ହତ୍ୟା କରିବା ମାନସିକତା ଧାର୍ମିକ ଘୃଣା ମଧ୍ୟରୁ ଆସିଥାଏ। ଏହା ୨୦୦୦ ମସିହା ପରଠାରୁ ବଢିବାରେ ଲାଗିଛି।

ଆମ ସମୟରେ କୃଷକ, ଛାତ୍ରଛାତ୍ରୀ ଯେ କାହିଁକି ଆତ୍ମହତ୍ୟା କରୁଛନ୍ତି, ଆଦିବାସୀ କାହିଁକି ନିଜ ସ୍ଥାନରେ ଅନାହାରରେ ମରୁଛନ୍ତି, କାହିଁକି ଆମର ଦେଶରେ ଜଳବାୟୁ ପରିବର୍ତ୍ତନ ହେଉଛି, କାହିଁକି ମହିଳାଙ୍କ ଉପରେ ଯୌନ ଶୋଷଣ ବଢିବାରେ ଲାଗିଛି ଭଳି ସମସ୍ଯା ସମ୍ପର୍କରେ ସେଭଳି ଚିନ୍ତା ଶାସକମାନେ ପ୍ରକଟ କରୁନାହାନ୍ତି ଯେତେ ସେମାନେ ନିଜ ଧର୍ମକୁ ସବୁଠାରୁ ବଡ ପ୍ରମାଣିତ କରିବା ଲାଗି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିବାରେ ସମୟ ଦେଉଛନ୍ତି। 

 

ଆମେ ଧୀରେ ଧୀରେ ଅତି ସଙ୍କୁଚିତ ଘୃଣା ପୂର୍ଣ୍ଣ ପୃଥିବୀ ମଧ୍ୟରେ ବାସ କରିବା ଲାଗି ବାଧ୍ୟ ହେଉଛୁ। ଆମ ଭିତରେ ରହିଥିବା ମାନବିକତାକୁ ମାରି ଦିଆଯାଉଛି। ତାହା ବଦଳରେ ଅଜଣା ବ୍ୟକ୍ତିକୁ ଧର୍ମ ନାମରେ ଘୃଣା କରିବା ଲାଗି ପ୍ରବର୍ତ୍ତାଯାଉଛି। ଦେଶରେ ଦକ୍ଷିଣପନ୍ଥୀ ଶାସକ ଦୀର୍ଘ ଦିନ ଶାସନ କରିବା ଲାଗି ଏପରି କରାଯାଉଛି।  


ଦେବ ରଞ୍ଜନ 

 

 

Wednesday, November 6, 2024

ଟ୍ରମ୍ଫଙ୍କ ବିଜୟ ପ୍ରକୃତରେ ଇସଲାମ-ଆଡୁ-ଭୟର ବିଜୟ

 ଲେଖାସଂଖ୍ୟା – ୦୨


                   ପୂର୍ବ ଲେଖାରେ ମୁଁ ତାଲିବାନଙ୍କ ବୁଦ୍ଧ ମୂର୍ତ୍ତି ଧ୍ଵଂସ ସହିତ ବୁଶଙ୍କ ଇସଲାମ-ଆଡୁ-ଭୟର ପ୍ରଚାର ମଧ୍ୟରେ ତୁଳନା କରିଥିଲି। ସମସ୍ତେ ସ୍ଵେଚ୍ଛାଚାରୀତାକୁ ଦର୍ଶାଇବା ଲାଗି ତାଲିବାନୀ ଶାସନ କହିଥାନ୍ତି। କେହି ଯୁଦ୍ଧଖୋର ମନୋବୃତ୍ତି, ଘୃଣା ଓ ଦମନର ଅନ୍ୟ ନାମ ବୁଶ ଶାସନ ବୋଲି କହିନଥାନ୍ତି। ଦେଶର ଶାସକ ନିଜକୁ ସୁହାଇବା ଭଳି ନୂଆ ଶବ୍ଦ ଓ ତାହାର ବ୍ୟାଖ୍ୟା ଭାଷା ମଧ୍ୟରେ ଯୋଡିଥାଏ। ଯାହା ତାହାର ବିରୁଦ୍ଧରେ ଯାଏ ସେହି ଶବ୍ଦ କ୍ରମଶଃ ଲୋପପାଇଯାଏ।

                        ଏ ଭିତରେ ଟ୍ରମ୍ଫ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ଏହା ଆଗରୁ ୨୦୧୭ ରୁ ୨୦୨୧ ମଧ୍ୟରେ ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ସେ ପ୍ରଥମ ଉଦ୍ୟମ ୨୦୧୨ ମସିହାରେ ଉଦ୍ୟମ କରିଥିଲେ। ବିରୋଧୀ ଦଳର ମୁସଲମାନଙ୍କ ପ୍ରତି ନରମ ରହିଥିବା ଦର୍ଶାଇବା ଅନେକ ମିଥ୍ୟାର ଆଶ୍ରୟ ସେ ନେଇଛନ୍ତି। ୨୦୦୧ରେ ଯେତେବେଳେ ଅଟ୍ଟାଳିକା ଉପରେ ଆକ୍ରମଣ ହେଉଥିଲା “ସେ ସମୟରେ ଆମେରିକାର ମୁସଲମାନମାନେ ଖୁସିରେ ନାଚିଥିବା ମୁଁ ଦେଖିଛି ତାଙ୍କର ଏକ ନମ୍ବର ମିଥ୍ୟା ଉକ୍ତି।

                        ତତ୍କାଳୀନ ରାଷ୍ଟ୍ରପତି ବାରକ ହୁସେନ ଓବାମାଙ୍କ ନାମରେ “ହୁସେନ” ରହିବା କାରଣରୁ ଓବାମାଙ୍କର “ମୁସଲମାନ ସମ୍ବନ୍ଧ ରହିଛି”, ହିଲାରୀ କ୍ଲିଣ୍ଟନଙ୍କ ପ୍ରଶାସନ ମୁଖ୍ୟ ଜଣେ ମୁସଲମାନ ହୋଇଥିବା କାରଣରୁ “ତାଙ୍କ ହାତରେ ଦେଶ ସୁରକ୍ଷିତ ନୁହେଁ” ଇତ୍ୟାଦି ମନ୍ତବ୍ୟ ଦେବା କାରଣରୁ ରିପବ୍ଲିକାନ ପାର୍ଟି ୨୦୧୫ ରେ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଲାଗି ଚିନ୍ତା କରିଥିଲା।

                        କିନ୍ତୁ ୨୦୧୬ ରେ ଏକ ଉଗ୍ରପନ୍ଥୀ ଆକ୍ରମଣ ପରେ ଟ୍ରମ୍ଫଙ୍କ ମନ୍ତବ୍ୟ   “ଆମେରିକା ମଧ୍ୟକୁ ଆସୁଥିବା ସମସ୍ତ ମୁସଲମାନ ଧର୍ମାବଲମ୍ବୀଙ୍କୁ ନିଷେଧ କରାଯାଉ। ସେମାନଙ୍କୁ ଆମେରିକା ମଧ୍ୟରେ ପ୍ରବେଶ କରିବାକୁ ଦିଆନଯାଉ ଏବଂ ଆମ ନିର୍ବାଚିତ ପ୍ରତିନିଧିମାନେ ଉତ୍ତର ଦିଅନ୍ତୁ ଯେ ଏ କଣ ସବୁ ଚାଲିଛି” ରିପବ୍ଲିକାନ ଦଳର ପସନ୍ଦ ଯୋଗ୍ୟ ପ୍ରାର୍ଥୀ କରିଥିଲା।

                        ଅଳ୍ପ କିଛି ବ୍ୟକ୍ତିଙ୍କ ଅପରାଧ ଲାଗି ସମଗ୍ର ଧର୍ମାବଲମ୍ବୀଙ୍କୁ ଏଥିଲାଗି ଦୋଷୀ କରିବା କେବଳ ଏକ ଫାଶିବାଦୀ ମାନସିକଧାରୀ ବ୍ୟକ୍ତିର କାର୍ଯ୍ୟ ହୋଇପାରେ। ଉଗ୍ରପନ୍ଥୀ ଆକ୍ରମଣର ସୁଯୋଗରେ ଟ୍ରମ୍ଫ ନିଜର ମୁସଲମାନ ବିରୋଧୀ ଆଭିମୁଖ୍ଯକୁ ଅଧିକ ସ୍ପଷ୍ଟ କରିଥିଲେ। ରିପବ୍ଲିକାନ ପାର୍ଟି ୨୦୧୭ ରେ ଟ୍ରମ୍ଫଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ଓ ସେ ସେହି ବର୍ଷ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ 

ଟ୍ରମ୍ଫଙ୍କ ଘୋଷିତ ମୁସଲମାନଙ୍କୁ ଟ୍ରାଭେଲ ବ୍ୟାନ:

                        ଟ୍ରମ୍ଫଙ୍କ ସମୟରେ ଇସଲାମଆଡୁଭୟ ବା ଇସଲାମୋଫୋବିଆ ଆମେରିକା ପ୍ରଶାସନକୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ଇସଲାମ ବହୁଳ ଦେଶ ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନ ଦେଶରୁ କୌଣସି ନାଗରିକ ଆମେରିକା ମଧ୍ୟରେ ପ୍ରବେଶ କରିବା ଲାଗି ପ୍ରତିବନ୍ଧକ ବା ଟ୍ରାଭେଲ ବ୍ୟାନ ଲାଗୁ ହୋଇଥିଲା। ଏହା ଟ୍ରମ୍ଫ ଟ୍ରାଭେଲ ବ୍ୟାନ ନାମରେ ଅଖ୍ୟାତ।

                        ଟ୍ରମ୍ଫ ଆମେରିକୀୟ- ମୁସଲମାନଙ୍କ ବିରୁଦ୍ଧରେ ଆମେରିକାବାସୀଙ୍କୁ ଉସୁକାଇବା ପଛରେ ତିନୋଟି କାରଣ ସ୍ପଷ୍ଟ ଥିଲା। ସେ ଗୁଡିକ ହେଲା – ମୁସଲମାନମାନେ ଉଗ୍ରବାଦର ପ୍ରଚାରକ ଓ ହିଂସ୍ର, ସେମାନେ ଦେଶର ସୁରକ୍ଷା ଲାଗି ବିପଦ ଓ ସେମାନେ ପଛୁଆ, ଅଶିକ୍ଷିତ ଓ ଆଧୁନିକତା ବିମୁଖ। ଏହା ଦ୍ଵାରା ଟ୍ରମ୍ଫ ପ୍ରମାଣିତ କରିବା ଲାଗି ଚାହିଁଥିଲେ ଆମେରିକାର ସମ୍ପଦ ଓ ଅଧିକାର କ୍ଷେତ୍ରରେ କେବଳ ମୂଳ ଖ୍ରୀଷ୍ଟିୟାନ ଆମେରିକୀୟଙ୍କ ଅଧିକାର ରହିଛି, ଆମେରିକାକୁ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ କରାଯିବ ଯାହାର ସୁଫଳ ସମସ୍ତ ଖ୍ରୀଷ୍ଟିୟାନ ଆମେରିକୀୟ ପାଇବେ ଓ ଦେଶର ବିକାଶର ଶତ୍ରୁ କମ୍ୟୁନିଷ୍ଟ ଓ ମୁସଲମାନ।

                        ଏ କଥା ମଧ୍ୟ ସତ୍ୟ ଯେ ଟ୍ରମ୍ଫଙ୍କ ସମୟରେ ଯାତାୟାତ ପ୍ରତିବନ୍ଧକ ଲାଗି ଥିବା ଏହି ସମସ୍ତ ଦେଶ ଯଥା ସିରିଆ, ଇରାକ, ଇରାନ, ଲିବିଆ, ସୋମାଲିଆ, ସୁଦାନ ଓ ୟେମେନର କୌଣସି ନାଗରିକ କେବେ କୌଣସି ଆମେରିକୀୟଙ୍କୁ ଆମେରିକାରେ ଆକ୍ରମଣ କରିନାହାନ୍ତି। (source: American Islamophobia in the age of Trump, the global war on Terror continued? ଲେଖକ: Tanner Mirrlees)

                        ତେଣୁ ସ୍ଵାଭାବିକ ଭାବରେ ମୋ ଭିତରେ ପ୍ରଶ୍ନ ଆସିଲା ଯେ ଟ୍ରମ୍ଫ ଏହି ସମସ୍ତ ଦେଶରୁ କୌଣସି ନାଗରିକଙ୍କୁ ଆମେରିକା ମଧ୍ୟରେ ପ୍ରବେଶ ଲାଗି ବାରଣ କରିଥିଲେ କାହିଁକି? ମୁଁ ଏହାପରେ ଆମନେନଷ୍ଟି ଇଣ୍ଟରନ୍ୟାସିନାଲ, ହ୍ୟୁମାନ ରାଇଟ୍ସ ୱାଚ ଓ ଜାତିସଂଘର ରିପୋର୍ଟକୁ କିଛି କିଛି ଖୋଜିଲି। ଉଦ୍ଦେଶ୍ୟ ଥିଲା ଏହି ସମସ୍ତ ଦେଶ ସହିତ ଆମେରିକାର କେବେ ଯୁଦ୍ଧ ହୋଇନାହିଁ ବା ସେଠାର କୌଣସି ବିଦ୍ରୋହୀ ଗୋଷ୍ଠୀଙ୍କୁ ସେହି ସରକାରଙ୍କ ବିରୁଦ୍ଧରେ ଆମେରିକା ପ୍ରଶାସନ ସହଯୋଗ କରିନାହିଁ ତ? ମୋର ଅନୁମାନ ସତ ଥିଲା। ନିମ୍ନ ତଥ୍ୟ ମୁଁ ଏହାପରେ ଏକାଠି କରିପାରିଥିଲି।

୧. ଇରାକ ସହିତ ଯୁଦ୍ଧ: (୨୦୦୩ – ୨୦୧୧)

            ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କୁ ଆମେରିକା ସେନା ଦ୍ଵାରା ହତ୍ୟା (ଡିସେମ୍ବର ୩୦, ୨୦୦୬)

ହତ୍ୟା ପରବର୍ତ୍ତୀ ଯୁଦ୍ଧ

ସାଧାରଣ ଇରାକୀ ନାଗରିକଙ୍କ ମୃତ୍ୟୁ: ୧,୩୪.୦୦ ରୁ ୧,୭୫,୦୦୦

            ଆମେରିକା ସୈନ୍ୟଙ୍କ ମୃତ୍ୟୁ: ୪୪୯୬

            ଇରାକୀ ସୈନ୍ୟଙ୍କ ମୃତ୍ୟୁ: ୨୦,୦୦୦ ରୁ ୫୦,୦୦୦

୨. ଲିବିଆରେ ମିଲିଟାରୀ ହସ୍ତକ୍ଷେପ: (୨୦୧୧)

            ପୂର୍ବ ରାଷ୍ଟ୍ରପତି ମୁଆମ୍ମାର ଗଦ୍ଦାଫିଙ୍କୁ ଆମେରିକା ସମର୍ଥିତ ନାଟୋ ବାହିନୀ ଦ୍ଵାରା ହତ୍ୟା (ଅକ୍ଟୋବର ୨୦, ୨୦୧୧)

ଏହାପରେ ଯୁଦ୍ଧରେ ସାଧାରଣ ଲିବିଆବାସୀଙ୍କ ମୃତ୍ୟୁ: ୨୦,୦୦୦ରୁ ୫୦,୦୦୦

୩. ସୋମାଲିଆରେ ବିବାଦ ଓ ଆମେରିକା ସୈନ୍ୟବାହିନୀର ଯୁଦ୍ଧ (୨୦୦୭ ରୁ ଆଜି ପର୍ଯ୍ୟନ୍ତ)

            ସାଧାରଣ ସୋମାଲିଆ ବାସୀଙ୍କ ମୃତ୍ୟୁ: ୫୦,୦୦୦ ରୁ ୧,୦୦,୦୦୦

            ଆମେରିକା ସୈନ୍ୟ ଓ ସରକାରୀ ସୈନ୍ୟଙ୍କ ମୃତ୍ୟୁ: ୧୦୦୦ ରୁ ୫୦୦୦

୪. ଯେମେନରେ ବିବାଦ: (୨୦୧୫ ରୁ ଆଜି ପର୍ଯ୍ୟନ୍ତ)

            ସମୁଦାୟ ଯେମେନବାସୀଙ୍କ ମୃତ୍ୟୁ: ୨,୩୩,୦୦ ରୁ ୩,୭୭,୦୦୦

            ସରକାରୀ ସୈନ୍ୟ ଓ ଆମେରିକୀୟ ସୈନ୍ୟ ମୃତ୍ୟୁ: ୧୦୦୦ ରୁ ୫୦୦୦

୫. ସିରିଆ ବିବାଦ: (୨୦୧୧ ରୁ ଆଜି ପର୍ଯ୍ୟନ୍ତ)

ସାଧାରଣ ସିରିୟାବାସୀଙ୍କ ମୃତ୍ୟୁ: ୬.୦୬.୦୦୦ ରୁ ୧୦,୦୦,୦୦୦୦

ସିରିୟା ସୈନ୍ୟଙ୍କ ମୃତ୍ୟୁ: ୫୦,୦୦୦ ରୁ ୧,୦୦,୦୦୦

ISIS ମିଲିଟାଣ୍ଟ ମୃତ୍ୟୁ: ୨୦,୦୦୦ ରୁ ୫୦,୦୦୦

ଏହା ସହଜରେ ଅନୁମେୟ ଯେ ଟ୍ରମ୍ଫଙ୍କ ମୁସଲମାନ ବ୍ୟାନ ଆମେରିକୀୟଙ୍କ ସୁରକ୍ଷା ଲାଗି ଥିଲା। କିନ୍ତୁ ମୁସଲମାନ ଉଗ୍ରପନ୍ଥୀ ଆକ୍ରମଣରୁ ନୁହେଁ । ବରଂ ଆମେରିକା ଯେଉଁ ହସ୍ତକ୍ଷେପ ଏହି ସମସ୍ତ ଦେଶର ଆଭ୍ଯନ୍ତରୀଣ ବ୍ୟାପାରରେ କେବଳ ତେଲ ଓ ଡ୍ରଗ୍ସ ଲାଗି କରୁଛି ସେଥିରୁ ଉତ୍ତେଜିତ ହୋଇ କୌଣସି ବିପ୍ଳବୀ ଗୃପ କାଳେ ଆମେରିକା ଉପରେ ଆକ୍ରମଣ କରନ୍ତି (ଯେମିତି ଆଲକାଏଦା କରିଥିଲା) ସେଥିଲାଗି ଏହି ବ୍ୟାନ ଥିଲା।

 

ଇସଲାମୋଫୋବିଆ ମଜଭୁତ ହେଲା:

ବୁଶଙ୍କୁ ଠାରୁ ଆରମ୍ଭ ଇସଲାମୋଫୋବିଆ ବା ଇସଲାମ-ଆଡୁ-ଭୟ ଟ୍ରମ୍ଫଙ୍କ ସମୟରେ ଆମେରିକାରେ ଓ ବାହାରେ ଅଧିକ ମଜଭୁତ ହେଲା। ଏହି ଇସଲାମୋଫୋବିଆ ଏବେ ସମଗ୍ର ବିଶ୍ଵରେ ଅଧିକରୁ ଅଧିକ ମାରାତ୍ମକ ଭାବରେ ସାଧାରଣ ମୁସଲମାନଙ୍କ ବିରୁଦ୍ଧରେ ବ୍ୟବହାର ହେଉଛି। ଏହି ଭୟ ଭାରତ, ଶ୍ରୀଲଙ୍କା, ବର୍ମା, ଜାପାନ, ଇଉରୋପର ଅନେକ ଦେଶ ଉପରେ ପଡିଛି।  ମୁସଲମାନ ନାଗରିକଙ୍କୁ ନିଜ ଦେଶରୁ ବିତାଡିତ କରିବା, ସେମାନଙ୍କ ନାଗରିକ ପରିଚୟ ଛଡାଇ ନେବା, ସେମାନଙ୍କୁ ନାଗରିକ ଶୂନ୍ୟ କରିବାର ସ୍ଥିତିକୁ ନେଇଆସିଛି।

ଶ୍ରୀଲଙ୍କାରେ ୨୦୧୪ ଓ ୨୦୧୮ରେ ମୁସଲମାନ ବିରୋଧୀ ହିଂସା ଭୀଷଣ ରୂପ ନେଇଥିଲା। ୨୦୧୭ରେ ବର୍ମାରେ ୨୫୦୦୦ ରୋହିଙ୍ଗିଆ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା। ଅଷ୍ଟ୍ରେଲିଆରେ ୨୦୦୫ ଓ ୨୦୧୯ ରେ ଦୁଇ ଥର ସାମ୍ପ୍ରଦାୟିକ ହିଂସା ସଂଗଠିତ ହୋଇଥିଲା। ଜାପାନ ଓ ଚୀନ ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଦେଶ କାରଣରୁ ମୁସଲମାନବିରୋଧୀ କାର୍ଯ୍ୟକଳାପ ବଢିଥିଲା।

ଭାରତରେ ୨୦୦୦ ମସିହାରେ ପରେ ବିଶେଷକରି ଗୁଜୁରାଟ ଦଙ୍ଗା ପରେ ସାଧାରଣ ମୁସଲମାନଙ୍କୁ ଗୋମାଂସ, ଲଭ ଜିହାଦ, ବାଙ୍ଗଲାଦେଶୀ, ରୋହିଙ୍ଗିଆ ନାମରେ ଘରେ ପଶି, ଟ୍ରେନରେ ବଜାରରେ, ପାର୍କରେ, ଗାଡିରେ, ପବ୍ଲିକ ସ୍ଥାନରେ ଆକ୍ରମଣ ଓ ହତ୍ୟା ବଢିବାରେ ଲାଗିଛି। ସରକାର ମଧ୍ୟ ଦେଶଦ୍ରୋହ ଆଇନ ପ୍ରୟୋଗ କରି ବର୍ଷ ବର୍ଷ ଧରି ସେମାନଙ୍କୁ ଜେଲରେ ରଖିଦେଉଛନ୍ତି।  

ଦେବ ରଞ୍ଜନ

ନିଜର ମତାମତ ନିମ୍ନରେ ଥିବା କମେଣ୍ଟ ବାକ୍ସରେ ଲେଖିବା ପାଇଁ ଅନୁରୋଧ।  

 

 

 

Monday, November 4, 2024

From Communism to Islamophobia: Is Asiaticphobia America's Next Target?

 The comments by one presidential candidate in US election describing Kamala Harris as "ugly," "a prostitute," or "a monster" reflect a disturbing level of discourse in the U.S. election, revealing that the current election environment does not reflect the ideals of democracy.

The lack of action from the U.S. Election Commission or the Supreme Court against Republican candidate Donald Trump's misogynistic, racist, and vulgar remarks toward his opponents suggests that racism may be on the rise in America.

But why do regional newspapers including Odia publish such trivial matters about U.S. elections? It's not just Odia newspapers; many regional newspapers in India and other countries have been reporting on the U.S. elections for a long time. Some of these reports even contain uncivil and offensive comments like Kamala Harris’s personal life.

The regional media's obsession with U.S. politics has spanned decades. This intense focus is unique to American elections; it is not something seen for elections in France, England, Spain, Poland, Australia, or even nearby countries like Pakistan and Sri Lanka.

We are told that news from America, being a large democracy, holds global importance. But that is not the whole truth. American leaders are elected democratically, but, they often exercise force in other countries—overthrowing elected leaders, supporting armed rebellions, seizing resources, and silencing opposition. These actions contradict the democratic values they profess.

Republican Party’s Islamophobia In the United States, governance is primarily led by one of two major parties: the Democratic and Republican parties. Unlike India, the U.S. lacks a multi-party system. In the 2024 election, Kamala Harris, of Indian descent, represents the Democratic Party, while former president Donald Trump stands for the Republican Party.

Trump is well-known for his anti-Muslim rhetoric, making opposition to immigration a central theme in his campaign, especially targeting Muslims and Asians as national security threats. Instead of focusing on economic growth, social justice, or environmental issues, Trump’s vision revolves around making America "the greatest" and "strongest" nation.

Under his administration, the "War on Terror" intensified. Many Americans were led to believe that Islam is linked to terrorism, that Muslims in America aim to impose Islamic law, and that they pose a threat to national security. This sentiment led to the infamous "Travel Ban" on citizens from predominantly Muslim countries, including Syria, Iraq, Iran, Libya, Somalia, Sudan, and Yemen, reflecting an anti-Islamic, orthodox Christian stance.

Common Ground Between the Republican Party and the BJP Events like "Howdy Modi" (2019) during Modi's visit to the U.S. and "Namaste Trump" (2021) in Ahmedabad underscore the ideological closeness between Trump and Modi, driven by shared sentiments like anti-Muslim rhetoric, promoting militarization, and encouraging private sector growth. Just as industrialists Adani and Ambani support the BJP, corporate giants like Elon Musk, General Electric, and Boeing back the Republican Party.

Democratic Party's War Policies:  Following Hamas' attack on Israel on October 7, 2023, which resulted in over 1,200 Israeli deaths and 240 hostages, the situation escalated. Now due to Israel attack more than 41,000 unarmed innocent Palestinians have died in the war, including 14,000 children and 9,000 women. In spite of this, Democratic leader Biden has expressed full support for Israel, framing the conflict as a "war on extremism" due to the Muslim-majority opposition.

American presidents, including Barack Obama, have committed international violations, such as the assassinations of Osama bin Laden and Saddam Hussein. American army entered Afghanistan and Iraq respectively to do the assassination.

According to international law, crossing into other nations to cause harm is a crime, yet other world leaders have rarely condemned these actions, revealing American imperialism as a force of fear on the global stage.

The Democratic Party views Israel’s actions in Palestine as part of the broader “war on terror.” Under this pretext, the Israel-U.S. strategy of occupying Palestinian land persists without significant restraint. The United States is increasingly justifying its support of Israel’s tactics as a countermeasure to the terrorism associated with Hamas.

Islamophobia and State-Sponsored Extremism: Today, American democracy perpetuates Islamophobic policies, state-sponsored extremism, corporate interests, and the suppression of international dissent. Historically, the U.S. shifted its focus from combating communism to creating a fear of Islam, which enabled American capital to grow in strength and influence globally.

Historically, from Roosevelt to Reagan, the U.S. focused its campaigns heavily on opposing communism, spreading fear that it would strip Americans of their private property. In reality, these campaigns promoted private capital in every sphere. Instilling fear among Americans has consistently benefited the ruling class in elections. This is why, during election periods, we often saw wars in Iraq, Iran, Afghanistan, and elsewhere. As communism faded as a central threat, specifically after fall of Soviet Union, new fears, such as Islamophobia, emerged, especially after the 9/11 attacks.

The Republican Party’s consolidation could eventually target new threats, potentially painting China and other Asian powers as adversaries. The way the Republican Party has insulted Kamala Harris—calling her a "ugly" and a "demon"—signals that in future, they may similarly vilify entire regions or racial groups if they win. If Democratic party wins they would adopt this Asiaticfobia after few years. 

 

Deba Ranjan

Contact: debasar11@yahoo.co.in