Tuesday, January 6, 2026

ଅଶୋକଙ୍କ ବିରୁଦ୍ଧରେ କଳିଙ୍ଗ ଯୁଦ୍ଧ ଓ ଟାଟା ବିରୋଧୀ କଳିଙ୍ଗ ନଗର ଗୁଳିକାଣ୍ଡ, ଇତିହାସର କେନ୍ଦ୍ରରେ କିଏ ଓ କେବେ?

ଦେବ ରଞ୍ଜନ

                   ଓଡିଶାର ପୂର୍ବ ନାମ କଳିଙ୍ଗକଳିଙ୍ଗର ଇତିହାସରେ ଦୁଇ ପ୍ରମୁଖ ଘଟଣା - କଳିଙ୍ଗ ଯୁଦ୍ଧ ଓ କଳିଙ୍ଗ ନଗର ଗୁଳିକାଣ୍ଡ - ଏହାର ହତ୍ୟାକାରୀକୁ ପରବର୍ତ୍ତୀ ଇତିହାସ ଲେଖିବାର ସୁଯୋଗ ଦେଇଛି

                ରାଜା ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର  ପ୍ରତିଷ୍ଠା ଲାଗି କଳିଙ୍ଗ ଆକ୍ରମଣ କରିଥିଲେ ଯାହା ଇତିହାସରେ କଳିଙ୍ଗ ଯୁଦ୍ଧ (ଖ୍ରୀଷ୍ଟପୂର୍ବ ୨୬୧) ନାମରେ ଖ୍ୟାତ। କଳିଙ୍ଗର ଆଦିବାସୀମାନଙ୍କ ଉପରେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଲାଗି ଏହି ଯୁଦ୍ଧରେ ଅଶୋକ ପ୍ରାୟ ଏକ ଲକ୍ଷ ମଣିଷଙ୍କୁ ହତ୍ୟା କରିଥିଲେ ଓ ଦେଢ ଲକ୍ଷ ମଣିଷଙ୍କୁ ଅର୍ଦ୍ଧମୃତ କରି ଛାଡିଦେଇଥିଲେ (କେହି କେହି ଏହାକୁ କେବଳ ଜୀବନ ବୋଲି କୁହନ୍ତି ଯେଉଁଥିରେ ଘୋଡା, ହାତୀ ଭଳି ପଶୁ ମଧ୍ୟ ଅଛନ୍ତି।)

                ସମ୍ରାଟ ଅଶୋକଙ୍କୁ କାଳେ ପରବର୍ତ୍ତୀ ପୀଢି ଅତି ଘୃଣାର ଦ୍ରୁଷ୍ଟିରେ ଦେଖିବ ସେଥିଲାଗି ସେ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ ବୋଲି ଓଡିଶା ମଧ୍ୟରେ ସ୍ଥାପିତ ଦୁଇଟି ଶିଳାଲେଖାରେ (ଧଉଳି ଓ ଜଉଗଡ) ଲେଖାଇଥିଲେ। ଏହାକୁ ଆମେ ଇତିହାସ ଆକାରରେ ଆଜି ପଢୁଛୁଏହା ଗଣହତ୍ୟାକାରୀ ନିଜେ ଯୁଦ୍ଧରେ ସଫଳ ହେବାର ଇତିହାସ 

                ବୌଦ୍ଧ ଧର୍ମର ପ୍ରଚାର କରିବାକୁ ଯାଇ ନିଜେ ବୁଦ୍ଧ ଯଦି ରାଜ ପଦ ତ୍ୟାଗ କରିଥିଲେ ଅଶୋକ ଧର୍ମାଶୋକରେ ପରିଣତ ହେବା ପରେ ବି ମଗଧର ରାଜା ହୋଇ ରହିବାକୁ ଇତିହାସରେ କେବେ ପ୍ରଶ୍ନ କରାଯାଇନାହିଁ। କାରଣ ଇତିହାସ ତ ନିଜେ ଅଶୋକ ଲେଖିଛନ୍ତି ଏପରିକି ଓଡିଶାରେ ସେ ସମୟରେ କିଏ ରାଜା ଥିଲେ ତାହା ମଧ୍ୟ ସେ ଉଲ୍ଲେଖ କରିନାହାନ୍ତି। କେବଳ ଉଲ୍ଲେଖ କରିଛନ୍ତି ନିଜର ଧର୍ମାନ୍ତରଣ - ଏକ ହତ୍ୟାକାରୀର ଲୋକଦେଖାଣିଆ ବିରାଗ।    

                ଆଧୁନିକ ଓଡିଶାରେ କଳିଙ୍ଗ ନଗର ଗୁଳିକାଣ୍ଡ (ଜାନୁଆରୀ ୦୨, ୨୦୦୬) ଲାଗି ତତ୍କାଳୀନ ବିଜୁ ଜନତା ଦଳ ସରକାର ଓ ଟାଟା କମ୍ପାନୀ ପ୍ରମୁଖ ଭାବରେ ଦାୟୀସ୍ଵାଧୀନ ଭାରତର ଏହି ବିଭତ୍ସ ଘଟଣା ଯେଉଁଠି ୧୩ ଜଣ ଆଦିବାସୀ ଜୀବନ ଦେଇଥିଲେ ତାହା କେବଳ ଟାଟା ଷ୍ଟିଲ କମ୍ପାନୀର ଜୋର ଜବରଦସ୍ତି ଜମି ଅଧିଗ୍ରହଣକୁ ବିରୋଧ କରିବା ହେତୁ ଘଟିଥିଲା

 

                ନବେ ଦଶକରେ ଆର୍ଥିକ ସଂସ୍କାର ନାମରେ ପ୍ରାଇଭେଟ କମ୍ପାନୀମାନଙ୍କୁ ଦେଶର ସମ୍ପତ୍ତି ହସ୍ତାନ୍ତର କରି ଯେଉଁ ବିକାଶର ସ୍ଵପ୍ନ (ମାଛର ସୁରକ୍ଷା ଲାଗି ବିରାଡିଙ୍କ ନିଯୁକ୍ତି) ଦେଖାଇ ଦିଆଯାଇଥିଲା ତାହାର ଅଂଶ ଥିଲା ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ଟାଟା କମ୍ପାନୀର ଷ୍ଟିଲ କାରଖାନା ସ୍ଥାପନ ପ୍ରସ୍ତାବ ଓ ଲୋକଙ୍କୁ ଆର୍ଥିକ, ଶାରୀରିକ ଓ ମାନସିକ ଶୋଷଣର ଆରମ୍ଭ।

                ଦୀର୍ଘ ଦଶ ବର୍ଷ (୧୯୯୫ ରୁ ୨୦୦୫ ପର୍ଯ୍ୟନ୍ତ) ଯାଜପୁର ଜିଲ୍ଲାର କଳିଙ୍ଗ ନଗରବାସୀ ଜମି ଅଧିଗ୍ରହଣ ସମୟରେ ସରକାରୀ ପ୍ରଶାସନ ଦ୍ଵାରା ଯେଉଁଭଳି ମିଥ୍ୟା ଆଶ୍ଵାସନା, ସନ୍ଦେହାତ୍ମକ କାର୍ଯ୍ୟ, କ୍ଷତିପୂରଣ ରାଶିରେ ଚଞ୍ଚକତା, ବିନା ଅପରାଧରେ ଗିରଫ ଓ ଦମନର ଶିକାର ହୋଇଥିଲେ ତାହାର ପରିଣାମ ଥିଲା ଯେ ସେମାନେ ଟାଟା କମ୍ପାନୀକୁ ବିରୋଧ କରିବା ଲାଗି ନିଷ୍ପତ୍ତି ନେଇଥିଲେଯେତେବେଳେ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ହେଲା ଓ ସେମାନେ ନିଜର ପାରମ୍ପରିକ ଅସ୍ତଶସ୍ତ୍ର ଧରି କମ୍ପାନୀର ଭୂମିପୂଜାକୁ ବିରୋଧ କରିବାକୁ ଆସିଲେ ସେତେବେଳେ ସରକାର ନିଜର ଆଧୁନିକ ଅସ୍ତ୍ରରେ ସଜ୍ଜିତ ସଶସ୍ତ୍ର ବାହିନୀ ଦ୍ଵାରା ଗୁଳିକାଣ୍ଡ ଭିଆଇ ୧୩ ଜଣଙ୍କୁ ହତ୍ୟା କରିଥିଲେଏହା ଦ୍ଵାରା ସରକାର ଭୟର ପରିବେଶ ସୃଷ୍ଟି କରିଥିଲେ

                ଲୋକଙ୍କ ପ୍ରତି ଆକ୍ରମଣରେ ଜଣେ ପୁଲିସ ମଧ୍ୟ ନିହତ ହୋଇଥିଲେ। ବିଡମ୍ବନା ହେଲା ଯେ ଏଥିଲାଗି କଳିଙ୍ଗ ନଗରର ୧୧୦୯ ଜଣଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ରୁଜ୍ଜୁ ହୋଇଥିଲା। ଅଞ୍ଚଳବାସୀ ଅନେକ ଖର୍ଚ୍ଚାନ୍ତ ହୋଇ କୋର୍ଟରୁ ଜାମିନ କରିଥିଲେ। କିନ୍ତୁ ୧୩ ଜଣ ଆଦିବାସୀଙ୍କ ମୃତ୍ୟୁର ବିଚାର କୌଣସି କୋର୍ଟରେ ହୋଇନଥିଲା

                ଓଡିଶା ସରକାରଙ୍କ ଦ୍ଵାରା କ୍ରମାଗତ ଭାବରେ ଅଞ୍ଚଳବାସୀଙ୍କୁ ଅବହେଳା କରିବା, ସେମାନଙ୍କ ଦାବିକୁ ଶୁଣାନଯିବା, ବିରୋଧ କରିବାରୁ ଗୁଳିକାଣ୍ଡ ହେବା ଇତ୍ୟାଦି କର୍ପୋରେଟ – ସରକାରୀ ଷଡଯନ୍ତ୍ରର ଏକ ଏକ ଅଧ୍ୟାୟ ଥିଲା। ଏହାର ଅନ୍ତିମ ଅଧ୍ୟାୟ ଥଲା ନ୍ୟାୟୀକ କମିଶନ ଯାହା ମଧ୍ୟ ସରକାର ଓ କମ୍ପାନୀର ସପକ୍ଷରେ ଯାଇଥିଲା


                ଅଶୋକଙ୍କ ଦ୍ଵାରା ହୋଇଥିବା ଗଣହତ୍ୟାର ଉଦ୍ଦେଶ୍ୟ ଥିଲା କଳିଙ୍ଗର ଆଦିବାସୀଙ୍କ ଜମି ଉପରେ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା। ସେ ସମୟରେ ଏହି ସମଗ୍ର ଭୂଖଣ୍ଡରେ କେବଳ ଆଦିବାସୀମାନେ ରହୁଥିଲେ। ସେମାନଙ୍କ ମଧ୍ୟରେ ନା ରାଜା କେହି ଥିଲେ ନା ପ୍ରଜାମଣିଷ ମଣିଷ ମଧ୍ୟରେ ରହିଥିବା ସମାନ ସମ୍ପର୍କକୁ ଅସମାନ କରିବା, ମାନବିକତାର ହତ୍ୟା କରି ରାଜା – ପ୍ରଜାର ସମ୍ବନ୍ଧକୁ ସ୍ଥାପନ କରିବା, ଜଙ୍ଗଲକୁ କାଟି ପ୍ରାସାଦ ତିଆରି କରିବା, ଆନୁଷ୍ଠାନିକ ଧର୍ମ ଦ୍ଵାରା ଚିନ୍ତାଧାରାକୁ ଅକ୍ତିଆର କରିବା, ମଣିଷ ମଧ୍ୟରେ ଭୟ ସ୍ଥାପନ ଲାଗି ସୈନ୍ୟ ବାହିନୀ ରଖିବା ଅଶୋକଙ୍କ ଉଦ୍ଦେଶ୍ୟ ଥିଲା।

                କଳିଙ୍ଗ ଯୁଦ୍ଧରେ କଳିଙ୍ଗବାସୀଙ୍କ ଅଶୋକଙ୍କ ପ୍ରଭୁତ୍ଵ ବିରୁଦ୍ଧରେ ଲଢେଇ ଇତିହାସରେ ଅଶୋକ ନଚାହିଁବା ସତ୍ବେ ଉଲ୍ଲେଖ ରହିଲାକିନ୍ତୁ ବିଡମ୍ବନା ହେଲା ଯେ ଇତିହାସରେ କଳିଙ୍ଗବାସୀଙ୍କୁ ଆଉ କେବେ ନିଜ ଇତିହାସ ଲେଖିବାର ସୁଯୋଗ ମିଳିନଥିଲାକଳିଙ୍ଗ ଯୁଦ୍ଧ ଠାରୁ ଉପନିବେଶ ବିରୋଧୀ ସ୍ଵାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ କଳିଙ୍ଗବାସୀ କେବେ ଏ ରାଜା ତ ପୁଣି ସେ ରାଜାର ସୈନ୍ୟ ଭାବରେ ଲଢିଛନ୍ତିଇତିହାସରେ କେବେ ପ୍ରମୁଖ ଚରିତ୍ର ହୋଇପାରିନଥିଲେ

                ଅଷ୍ଟାଦଶ ଓ ଉନ୍ନବିଂଶ ଶତାବ୍ଦୀ ବେଳକୁ ରିଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ, ବୀର୍ସା ମୁଣ୍ଡା, ମାଦ୍ରୀ କାଲୋ, ଧରଣିଧର ନାୟକ, ଚକରା ବିଷୋଇ ଇତ୍ୟାଦି ଓଡିଶାର ବିଭିନ୍ନ ଅଞ୍ଚଳରେ ଇଂରେଜଙ୍କ ପ୍ରଭୁତ୍ଵବାଦ ବିରୁଦ୍ଧରେ ଲଢେଇ କରିଥିଲେ। ସେମାନଙ୍କ ଲଢେଇ ହେତୁ ଇଂରେଜଙ୍କ ଅତ୍ୟାଚାର ଓ ଲୋକଙ୍କ ପ୍ରତିବାଦର ଇତିହାସ ଲେଖାଯାଇପାରିଥିଲା 

                ପୁଣି ଦେଶ ସ୍ଵାଧୀନ ତ ହେଲା କିନ୍ତୁ ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ ନଥିଲା। କଳିଙ୍ଗ ନଗର ଠାରେ ପ୍ରାଇଭେଟ କମ୍ପାନୀ ଟାଟା ବିରୁଦ୍ଧରେ ଲୋକେ ଲଢେଇ ଆରମ୍ଭ କରି ପୁଲିସ ଗୁଳିରେ ମୃତ୍ୟୁବରଣ କଲେସେମାନେ ଭାବିଥିଲେ ସ୍ଵାଧୀନ ଦେଶରେ କୌଣସି ସରକାର ରହିବ ଯେ ତାଙ୍କ ଅଧିକାରର ସୁରକ୍ଷା କରିବଅଥଚ ସେମାନେ ଜୀବନ ଦେଲେ


                ଓଡିଶା ସରକାର ବିଚାର ବିଭାଗ କମିଶନ ସ୍ଥାପନ କଲେଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ଵ କାଳ ପିକେ ମହାନ୍ତି କମିଶନ କମିଶନ (ତିନି ଜଣ ବିଚାରପତି ଜଣକ ପରେ ଜଣେ ନିଯୁକ୍ତ ହୋଇଥିଲେ ଓ ଶେଷରେ ଜଷ୍ଟିସ ପିକେ ମହାନ୍ତି ରିପୋର୍ଟ ଉପସ୍ଥାପନ କରିଥିଲେ) ବିଭିନ୍ନ ଭାବରେ ତଥ୍ୟ ଅନୁସନ୍ଧାନ ଓ ବିଭିନ୍ନ ପକ୍ଷକୁ ଶୁଣିବା ପରେ ଦୀର୍ଘ ରିପୋର୍ଟ ସରକାରଙ୍କୁ ୨୦୧୭ ମସିହାରେ ପ୍ରଦାନ କରିଥିଲେ।

                କମିଶନ କିନ୍ତୁ କଳିଙ୍ଗ ନଗରବାସୀଙ୍କୁ ସେମାନଙ୍କ ଜୀବନ ଜୀବିକାର ଲଢେଇକୁ “ବେଆଇନ” ଓ ଅସମ୍ବିଧାନିକ” ଅଥଚ ଗୁଳିକାଣ୍ଡ କରିଥିବା ପୋଲିସଙ୍କୁ “ଆତ୍ମରକ୍ଷା” ଲାଗି ଜରୁରୀ ଥିଲା ବୋଲି ଦର୍ଶାଇଥିଲେ। ଗଣତନ୍ତ୍ରରେ ନିର୍ବାଚିତ ସରକାର କାହାରିକୁ ହତ୍ୟାକରିବା ନ୍ୟାୟଯୁକ୍ତ କି? ଏହି ପ୍ରସଙ୍ଗକୁ କମିଶନ ଆଡେଇ ଗଲେଗଲା ଦଶ ବର୍ଷର ସରକାରୀ ଅବହେଳା ଓ ଜମିର  ଚଞ୍ଚକତାପୂର୍ଣ ଅଧିଗ୍ରହଣ ସମ୍ବନ୍ଧରେ କମିଶନ ଆଦୌ ଉଲ୍ଲେଖ ମଧ୍ୟ କଲେନାହିଁ। ବିଚାର ବିଭାଗ କମିଶନ ଓଲଟି ସ୍ଥାପନ କରିଥିଲେ ତାହା ପରୋକ୍ଷରେ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲ।

                ଯଦି ଗୁଳିକାଣ୍ଡ ଲାଗି କମିଶନ ଟାଟା କମ୍ପାନୀ ଓ ଓଡିଶା ସରକାରଙ୍କୁ ଦାୟୀ କରିଥାନ୍ତେ ବା ସେମାନଙ୍କ ବିପକ୍ଷରେ ଯାଇଥାନ୍ତା ତେବେ କମ୍ପାନୀର ପୁଞ୍ଜିନିବେଶ କାର୍ଯ୍ୟ ହୋଇପାରିନଥାନ୍ତା ବିଚାର ବିଭାଗ କମିଶନ ନିଜର ରିପୋର୍ଟ ଦେବାର ବହୁ ପୂର୍ବରୁ ଟାଟା ନିଜର ପ୍ଳାଣ୍ଟ କାର୍ଯ୍ୟ ସମାପ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହାର ଉନ୍ମୋଚନ (2015) ମଧ୍ୟ କରିସାରିଥିଲା। ତେଣୁ ଗୁଳିକାଣ୍ଡ ଠାରୁ କମିଶନ ରିପୋର୍ଟ ସବୁ ପୂର୍ବ ନିର୍ଦ୍ଧାରିତ ଥିଲା। ଟାଟା କମ୍ପାନୀ – ଓଡିଶା ସରକାର – ବିଚାର ବିଭାଗ କମିଶନ ପ୍ରମାଣିତ କଲେ ଯେ ହତ୍ୟାକାଣ୍ଡ ବିକାଶ ଲାଗି ଥିଲାବିକାଶ କମ୍ପାନୀ ଲାଗି ଥିଲା

                ଟାଟା କମ୍ପାନୀ ସମେତ ଅନେକ କମ୍ପାନୀ ଓଡିଶାରେ ଜମି ଅଧିଗ୍ରହଣ କରିବା ଲାଗି ଓଡିଶା ସରକାରଙ୍କ ସହିତ ମେକ ଇନ ଓଡିଶା (୨୦୧୬) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଟାଟା ହିଁ ବିକାଶର ପରିଭାଷା ଲେଖିଥିଲା ଠିକ ସମ୍ରାଟ ଅଶୋକଙ୍କ ଶିଳାଲେଖାରେ ଧମ୍ମର ପରିଭାଷା ଲେଖା ହେବା ଭଳି। ହତ୍ୟାକାଣ୍ଡ ସତ୍ବେ ନା ଅଶୋକ ଓଡିଶା/ କଳିଙ୍ଗକୁ ପରିତ୍ୟାଗ କରି ଚାଲିଯାଇଥିଲେ ନା ଟାଟା କମ୍ପାନୀ ନିଜର ଜମି ଅଧିଗ୍ରହଣ ପ୍ରକ୍ରିୟା ବନ୍ଦ କରିଥିଲା


                ବୌଦ୍ଧଧର୍ମର ପରବର୍ତ୍ତୀ ଧର୍ମଯାଜକ ବା କୌଣସି ବନ୍ତେ କେବେ ଅଶୋକଙ୍କ ବୁଭୁକ୍ଷୁପଣକୁ ତିରସ୍କାର କରିନାହାନ୍ତି। ଅର୍ଥାତ ସେମାନେ ହତ୍ୟାକାରୀକୁ ଗ୍ରହଣ କରିନେଇଛନ୍ତିକୌଣସି ନିର୍ବାଚିତ ସରକାର କେବେ ଟାଟା କମ୍ପାନୀକୁ ଓଡିଶାରେ ପ୍ରଶ୍ନ କରିନାହାନ୍ତି, ଏହାର ଭୂମିକାକୁ ଗୌଣ କରିବା ଲାଗି ଉଦ୍ୟମ କରିନାହାନ୍ତିଓଲଟି ସାହାଯ୍ୟ ଲୋଡିଛନ୍ତିମେକ ଇନ ଓଡିଶା ଏହାର ଉଦାହରଣ। ଟାଟା କମ୍ପାନୀ କେଉଁଝର, ସୁନ୍ଦରଗଡର ଲୁହା ଖଣି, କୋଇଲା ଓ କ୍ରୋମିୟମ ଉପରେ ନିଜର କର୍ତ୍ତୁତ୍ଵ ସୁଦୃଢ କରିପାରିଲା। ଟାଟା ସାମ୍ରାଜ୍ୟର ବିକାଶରେ ଓଡିଶା ସରକାର  ସହଯୋଗୀର ଭୂମିକା ନେଇଥିଲେ।

                କ୍ରମଶଃ କଳିଙ୍ଗ ନଗରବାସୀ ଜୀବନ ଦେଇ ମଧ୍ୟ ଗୌଣ ହୋଇଗଲେ। ଆଜି ସେହି ଅଞ୍ଚଳରେ ଅନେକ ଲୋକ ଶିଳ୍ପ ପ୍ରଦୂଷଣ ହେତୁ ବିଭିନ୍ନ ବେମାରୀରେ ମୃତ୍ୟୁବରଣ କରୁଛନ୍ତି। ଲୋକଙ୍କ ଆୟର ମୁଖ୍ୟଭାଗ ଡାକ୍ତର, ଓକିଲଙ୍କ ହାତକୁ ଯାଉଛିତଥାପି ମୁଖ୍ୟଧାରାର ଗଣମାଧ୍ୟମରେ ଏ ପ୍ରସଙ୍ଗରେ କେବେ ଆଲୋଚନା ହେଉନାହିଁ  

                 କଳିଙ୍ଗ ନଗରବାସୀ ଏବେ ବି ନିଜ ଅଧିକାର ଲାଗି ଲଢେଇ ଜାରି ରଖିଛନ୍ତି। ଓଡିଶାର ଅନେକ ପ୍ରାନ୍ତରେ ଏବେ ବି କର୍ପୋରେଟ ବିରୋଧୀ ଲଢେଇ ଦୃଢ ହେଉଛି। ସୁନ୍ଦରଗଡର ଲାଞ୍ଜିବେର୍ଣ୍ଣା ଠାରୁ କୋରାପୁଟର ମାଲିପର୍ବତ – ବାଳଦା, ରାୟଗଡାର କାଶୀପୁର ଓ ମାଲକାନଗିରିର ମାଥିଲି ପର୍ଯ୍ୟନ୍ତ ସେମାନେ ବିଭିନ୍ନ କର୍ପୋରେଟ ବିରୁଦ୍ଧରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି। ଯଦିଓ ତଥାକଥିତ ମୁଖ୍ଯଧାରା ସେମାନଙ୍କୁ ଏଥିଲାଗି ବିରୋଧ କରୁଛି ତଥାପି ସେଥିରେ ନିରୁତ୍ସାହିତ ନୁହନ୍ତି। ସେମାନେ ନିଜର ପ୍ରତିବାଦର ଇତିହାସ ନିଜେ ଲେଖୁଛନ୍ତି


No comments:

Post a Comment