ଶ୍ରୀ ଯୁକ୍ତ ସଭାପତି ମହୋଦୟ
କୋରାପୁଟ ଜଣାଶୁଣାଣୀ
ବିଷୟ : ଉତ୍କଳ ଆଲୁମିନା କମ୍ପାନୀର 25 ବର୍ଷର ଚୁକ୍ତି ମଧ୍ୟରେ ସୃଷ୍ଟ
ସାମ୍ବିଧାନିକ ସମସ୍ୟା
ମହାଶୟ;
ମୁଁ, ଶ୍ରୀ ଦେବ ରଞ୍ଜନ ଜଣେ ମାନବିକ ଅଧିକାର କର୍ମୀ ଓ
ଲେଖକ ଭାବରେ ନିଜର ବକ୍ତବ୍ୟ ଏକ ଅତି ଦୁଃଖଦ ଘଟଣାରୁ ଆରମ୍ଭ କରୁଛି । ଗଲା ଫେବୃଆରୀ 24, 2017 ତାରିଖ ଦିନ କୁଚେଇପଦର ଗାଁର ଜୟନ୍ତୀ (ବୟସ 26 ବର୍ଷ) ଶିବରାତ୍ରୀ ପୂଜା ଦେଖି
ଫେରୁଥିଲା ବେଳେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିଲା, ସ୍ଥାନୀୟ
ଲୋକଙ୍କ ଥାନା ଘେରାଓ ହେତୁ ଘଟଣାର ଦୁଇ ଦିନ ପରେ ଦୋଷୀ, ଉତ୍କଳ
ଆଲୁମିନାର ଅସ୍ଥାୟୀ କର୍ମଚାରୀକୁ ପୁଲିସ ବାଧ୍ୟ ହୋଇ ଗିରଫ କଲା, ଏହି
ଘଟଣା ସମଗ୍ର ଡୋରାଗୁଡା ଅଞ୍ଚଳ ପାଇଁ ପ୍ରଥମ ଥିଲା, କୁଚେଇପଦର ଗ୍ରାମର
ଆମ୍ବାଇ ମାଝୀ କୁହେ, ‘ଆଗେ ରାତିରେ ବି ଆମେ
ବାପ ଘର ଗାଁକୁ ଚାଲିଯାଇପାରୁଥିଲୁ , ଏବେ ସନ୍ଧ୍ୟା ହୋଇଗଲେ ନିଜ
ବିଳରୁ ଗାଁ କୁ ଫେରିବାକୁ ଡର ଲାଗୁଛି’, ଆମ ସମ୍ବିଧାନର ପଞ୍ଚମ
ଅନୁଛେଦର ଶବ୍ଦମାନେ ଭାରତୀୟ ଆକାଶରେ ଏକ ଏକ ତାରା ପାଲଟି ଯାଇଛନ୍ତି ଯାହାର କୌଣସି ଉତ୍ତାପ
ଆମକୁ ଉପଲବ୍ଧ ହେଉ ନାହିଁ ।
ଉତ୍କଳର ଜାତୀୟତାକୁ ମନେପକାଇ ସେହି ନାମରେ ଯେବେ 1993
ମସିହାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସିନଳ ଲିମିଟେଡ ତିଆରି ହୋଇଥିଲା ସେତେବେଳେ ସରକାରୀ
ଦୃଷ୍ଟିରେ ଓଡିଆ ସ୍ଵାଭିମାନର ରୂପ କ’ଣ
ତାହା ପଦାକୁ ଆସିଯାଇଥିଲା, ଏହାର 50 ବର୍ଷ ପୂର୍ବ ପର୍ଯ୍ୟନ୍ତ
ବ୍ରିଟିଶ ଶାସକମାନେ ଯେମିତି ଯୁକ୍ତି କରୁଥିଲେ ଯେ ଭାରତକୁ “ସଭ୍ୟ” ହେବାକୁ ହେଲେ ସେମାନଙ୍କ
ଉପସ୍ଥତି ଜରୁରୀ ସେହିଭଳି ନବେ ଦଶକରେ ଉତ୍କଳର “ବିକାଶ” ଲାଗି ଯେ ନରୱେ ଓ କାନାଡା କମ୍ପାନୀଙ୍କ
ଉପସ୍ଥିତି ଜରୁରୀ ସେକଥା ସେ ସମୟରେ ସମସ୍ତ ଶାସକ ଦଳ ଉପଲବ୍ଧ କରିଥିଲେ, ସେଥିପାଇଁ କାଶୀପୁରରେ କମ୍ପାନୀମାନଙ୍କୁ ସ୍ଵାଗତ କରିବାଲାଗି ସମସ୍ତ ପ୍ରମୁଖ
ରାଜନୈତିକ ଦଳମାନଙ୍କୁ ନେଇ ‘ସର୍ବାଦଳୀୟ କମିଟୀ’ ଗଠିତ ହୋଇଥିଲା । ହେଲେ ଲୋକଙ୍କ ବିରୋଧ ହେତୁ ଟାଟା ସମେତ ହାଇଡ୍ରୋ(ନରୱେ) ଓ ଆଲକାନ (କାନାଡା)
ଫେରିଯାଇଥିଲେ, ଉତ୍କଳ ଆଲୁମିନା
କମ୍ପାନୀର ନିଜର ସଂପ୍ରସାରଣ ପାଇଁ ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟକୁ ଦେଇଥିବା ତଥ୍ୟ
ଅନୁସାରେ,
ଏହି ‘ଉତ୍କଳ ଇଣ୍ଟରନ୍ୟାସିନାଲ’ ନାମଧାରୀ ଏହି କମ୍ପାନୀ
ଆଦିତ୍ୟ ବିରଳା ଅଧିକୃତ ହିଣ୍ଡାଲକୋର ଶହେ ପ୍ରତିଶତ ମାଲିକାନାରେ ବର୍ତ୍ତମାନ ପରିଚାଳିତ, ଏହି କମ୍ପାନୀ ଏବେ 15 ଲକ୍ଷ ଟନ (1.5MTPA) କ୍ଷମତା ପୂର୍ଣ ଆଲୁମିନା ଉତ୍ପାଦନ ଗଲା 2014ରୁ
କରିଆସୁଛି , ଏଥିରେ ସମୁଦାୟ ବିସ୍ଥାପିତ 183 ପରିବାର ଥଇଥାନ କଲୋନୀରେ
ବସବାସ କରୁଛନ୍ତି, କମ୍ପାନୀ 2642 ଏକର ଜମି ଅଧିକୃତ କରିସାରିଛି ଓ
ସମୁଦାୟ 2500 ଲୋକଙ୍କୁ ନିଯୁକ୍ତି (ସ୍ଥାୟୀ 725 ଜଣ ଓ ଅସ୍ଥାୟୀ 1775
ଜଣ) ଦେଇଛି ଓ କମ୍ପାନୀ ଏବେ 30 ଲକ୍ଷ ଟନ (3MTPA) କ୍ଷମତାକୁ
ସାମ୍ପରାସାରିତ କରିବା ଲାଗି ଜଣାଶୁଣାଣୀ ବାଗ୍ରୀଝୋଲା ଗ୍ରାମରେ ଗଲା 15//11/2017 ତାରିଖରେ
କରିସାରିଛି , ବାର୍ଷିକ ପ୍ରାୟେ 47 ଲକ୍ଷ ଟନ ବକ୍ସାଇଟ ଉତ୍ତୋଳନ
କରୁଥିବା ଏହି କମ୍ପାନୀ ସମ୍ପ୍ରସାରିତ ହେଲେ 93 ଲକ୍ଷ୍ୟ ଟନ ବକ୍ସାଇଟ ଉତ୍ତୋଳନ କରିବ, ସରକାରୀ ତଥ୍ୟ କୁହେ ବାଫଳିମାଳିରେ ସମୁଦାୟ 1970 ଲକ୍ଷ ଟନ
ବକ୍ସାଇଟ ଗଚ୍ଛିତ ରହିଛି, ତେଣୁ 2035 ମସିହା ବେଳକୁ ବାଫିଳମାଳିର 1970
ଲକ୍ଷ ଟନ ସାରିଯାଇଥିବ , ଯଦି କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ
ଲୋକଙ୍କ ଲଢେଇ ହୋଇନଥାନ୍ତା ତେବେ 1997ରେ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ଖଣି ଚୁକ୍ତି
ଅନୁସାରେ 2027 ମସିହା ମଧ୍ୟରେ ଆଉ ମାତ୍ର 9 ବର୍ଷ ମଧ୍ୟରେ ବାଫଳିମାଳିର ସମସ୍ତ ବକ୍ସାଇଟ
ସରିଯାଇଥାନ୍ତା । business standardର ତଥ୍ୟ ଅନୁସାରେ 2013 ମସିହାରେ ଏହି କମ୍ପାନୀ ନିଜର ଉତ୍ପାଦନ ଆରମ୍ଭ କରିଥିଲା, ଯଦିଓ ପ୍ରଥମ ଦୁଇବର୍ଷ ଉତ୍ପାଦନରେ କ୍ଷତି
ହୋଇଥିଲା ତେବେ 2017 ମସିହା ଠାରୁ ଏହା କମ ଖର୍ଚ୍ଚରେ ଅଧିକ ଲାଭ କରିପାରିଥିବା କମ୍ପାନୀର
ତାଲିକାରେ ଆସୁଛି, ବିଦେଶରେ ଆଲୁମିନାର ମୂଲ୍ୟ ବୃଦ୍ଧି ହେତୁ ଏହା
ପୂର୍ବ ବର୍ଷ ଠାରୁ 73% ଅଧିକ ଲାଭ କରିପାରିଛି ।
ଲୋକଙ୍କ ବିରୋଧ : ଗଲା
15//11/2017 ତାରିଖରେ ବାଗ୍ରିଝୋଲା ଗ୍ରାମରେ ଅନୁଷ୍ଠିତ ଜନ ଶୁଣାଣୀରେ ଯଦିଓ ସ୍ଥାନୀୟ ଲୋକେ
କମ୍ପାନୀକୁ ସଂପୂର୍ଣ୍ଣ ବିରୋଧ କରିନାହାନ୍ତି ତଥାପି ସେମାନେ ନିଜର ଅସନ୍ତୋଷକୁ ଜାହିର କରିଛନ୍ତି
, ସେମାନଙ୍କ ମଧ୍ୟରୁ ଉଲ୍ଲେଖ ହେଲା ଥଇଥାନ କଲୋନୀର
ମହିଳାମାନଙ୍କ ଅଭିଯୋଗ ଯେ ସେମାନଙ୍କ ହାତରୁ କାମ ଚାଲିଗଲା ପରେ ଏବେ କମ୍ପାନୀରେ ସେମାନଙ୍କ
ପାଇଁ କାମ ନାହିଁ, ସେହିପର ଯୁବକ ମାନଙ୍କ ଅଭିଯୋଗ ଯେ ଦାଦନ ଖଟିବାକୁ
ଲୋକେ ଯାଉଥିଲା ବେଳେ କମ୍ପାନୀରେ ନିଯୁକ୍ତି ନାହିଁ, ସ୍ଥାନୀୟ
ଗ୍ରାମବାସୀଙ୍କ ଅଭିଯୋଗ କମ୍ପାନୀର ପ୍ରଦୂଷଣ ହେତୁ ନଦୀ ପାଣି ଦୂଷିତ ହେବାରେ ଲାଗିଛି
ଯେଉଁଥିପାଇଁ ଗାଈ ଗୋରୁ ଅଧିକ ସଂଖ୍ୟାରେ ମରିଯାଉଛନ୍ତି , କମ୍ପାନୀ
ବିରୁଦ୍ଧରେ ପୂର୍ବରୁ ଟିକରପଡା, ଭିତର ମୁସକୁଣୀ ଓ ଦିମୁଣ୍ଡି ସମେତ
ଅନେକ ଗ୍ରାମବାସୀ ପାଣି ପ୍ରଦୂଷଣ ହେତୁ ଗାଈ ମାରିବା ଓ ଅନ୍ଯାନ୍ଯ ଅଭିଯୋଗ ଲୋକେ ପୂର୍ବରୁ
ବହୁବାର କରିବା ସତ୍ବେ କେନ୍ଦ୍ର ସରକାର ଏହାର ସଂପ୍ରସାରଣ ପାଇଁ ପୁଣି ଥରେ କମ୍ପାନୀ ଉପରେ ଭରସା
ରଖି କେନ୍ଦ୍ର ସରକାର ଅନୁମତି ଦେବା ଜନ ଶୁଣାଣୀ ପ୍ରକ୍ରିୟାକୁ ଏକ ପ୍ରହସନରେ ପରିଣତ
କରିଦେଇଛନ୍ତି,
ଏହା ସ୍ଵୀକାର୍ଯ୍ୟ ଯେ କାଶୀପୁର ଅଞ୍ଚଳରେ ବିଗତ ଦିନର କମ୍ପାନୀ ବିରୋଧୀ ସ୍ଵର ଆଉ ନାହିଁ, ଏବେ ଏକମାତ୍ର ସଂଗଠିତ ସ୍ଵର କହିଲେ କମ୍ପାନୀ ପାଇଁ ଜମି ହରାଇଥିବା ବ୍ୟକ୍ତିଙ୍କୁ ଥଇଥାନ ଓ ଶିକ୍ଷିତ ବେହାକରୀଙ୍କୁ ଚାକିରୀର, ଯଦିଓ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଆଦିବାସୀ ଜମି ହସ୍ତାନ୍ତରକୁ ବାରଣ କରିଛି ଓ ସେହି ମର୍ମରେ Orissa Orissa Scheduled Areas Transfer of Immovable Property (By Scheduled Tribes) Regulations, 1956 (for short, the Regulation 2 of 1956) ଓ PESA ଆଇନ ପାସ ହେବା ସହିତ ସମତା ଜଜମେଣ୍ଟରେ କମ୍ପାନୀ ଓ ସରକାରଙ୍କୁ ଅଣ ଆଦିବାସୀ କହିଛନ୍ତି, ଏହା ସତ୍ବେ ରାଜ୍ୟ ସରକାର ପୁଲିସ ଦ୍ଵାରା ବଳ ପ୍ରୟୋଗ କରି କମ୍ପାନୀକୁ ଜମି ଅଧିଗ୍ରହଣର ସୁଯୋଗ ଦେଇଥିଲେ,
1996 ମସିହାର ଲୋକେ ଟିକିରି ଥାନା ଘେରାଓ କରି କୁଛେଇପଦର ଗ୍ରାମର ମହାରାଜା ମାଝିଙ୍କୁ ମୁକୁଳାଇଥିଲେ, ଏହା ପରଠାରୁ ଉଭୟ ଟିକିରି ଓ କାଶୀପୁର ଥାନାରେ 80ଟି ଜିଆର କେସ 1996 ରୁ 2008 ମଧ୍ୟରେ ରୁଜ୍ଜୁ ହୋଇଛି ଓ ଏଥିରେ ପ୍ରାୟେ 150 ଲୋକ ଗିରଫ ହୋଇସାରିଲେଣି , ଶହ ଶହ ଲୋକଙ୍କ ନାମାରେ ଏବେବି ୱାରେଣ୍ଟ ଅଛି , 2005 ରୁ 2008 ପର୍ଯ୍ୟନ୍ତ କାଶୀପୁରର ଉକ୍ତ ବିସ୍ଥାପନ ବିରୋଧୀ ଅଞ୍ଚଳ ପୃଥିବୀର ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇ ପୁଲିସର ଛାଉଣିରେ ପରିଣତ ହୋଇଯାଇଥିଲା,
ଏତଦ ବ୍ଯତୀତ କମ୍ପାନୀର ବରିଷ୍ଠ ଅଫିସରଙ୍କ ନୈତିକତାର ଏକ ଚରମ ସ୍ଖଳନ 2008 ମସିହାରେ ଘଟିଥିଲା ଯାହାର ପରିଣାମକୁ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡିଥିଲା, ଜମି ହରାଉଥିବା ଓ ଅଞ୍ଚଳର ସମସ୍ୟାକୁ ନେଇ ଲଢୁଥିବା ଯୁବକଙ୍କ ପାଇଁ ଅନୈତିକ ଭାବରେ କିପରି ଅର୍ଥ ରୋଜଗାର କରାଯାଏ ତାହାର ଆରମ୍ଭ କମ୍ପାନୀ ନିଜର ସାମାଜିକ ସୁରକ୍ଷା ଅର୍ଥରେ ଆରମ୍ଭ କରିଥିଲା, 24 ଖଣ୍ଡ ଗ୍ରାମର ପ୍ରାୟେ 3000 ଲୋକଙ୍କୁ ପ୍ରତିମାସାରେ 1800 ରୁ 2500 ଟଙ୍କା କମ୍ପାନୀର କାର୍ଯ୍ୟରେ ନିଯୁକ୍ତ ବିଭିନ୍ନ ଠିକାଦାରଙ୍କ ମାଧ୍ୟମରେ ଦିଆଗଲା ଯେଉନମାନଙ୍କୁ ‘ଖାତାଧାରୀ’ କୁହାଯାଏ, ନିଜ ଗ୍ରାମର କୋଣସି ମିଟିଂ ହେଲେ ବା କେହି ବାହାରର ଆସିଲେ ସେ ସମ୍ପର୍କରେ ଖବର ଦେବା ଲାଗି ସୂଚନାଦାତା ନିଯୁକ୍ତ ହେଲେ ଯେଉଁମାନଙ୍କ ଦରମା ଥିଲା ମାସକୁ 5000 ଟଙ୍କା, ସେହିଭଳି ପ୍ରତି 4ରୁ 5ଟି ଗ୍ରାମରେ କିଛି ‘ମୋଟିଭେଟର’ (ଏହା ଏକ ଇଂରାଜୀ ଶବ୍ଦ ହୋଇଥିଲେ ମଧ୍ୟ କାଶୀପୁରରେ ବେଶ ପରିଚିତ ଶବ୍ଦ) ଯିଏ ମାସକୁ 10,000 ଟଙ୍କାରେ ଅଞ୍ଚଳରେ କୌଣସି ମିଟିଂ କରେଇନଦେବାର ଦାୟିତ୍ଵ ନେଇଥିଲେ, ସେହିପରି ସମଗ୍ର କାଶୀପୁର ଲାଗି 25 ରୁ 30 ଜଣ ବାଉନ୍ସର ଥିଲେ ଯେଉଁ ମାନେ ପ୍ରତି ଅଞ୍ଚଳରେ କୌଣସି କମ୍ପାନୀ ବିରୋଧୀ ସଭା ଯେପରି ନହୁଏ ତାହାର ଦାୟିତ୍ଵ ନେଇଥିଲେ, ଏହାର ପ୍ରମାଣ କେବଳ କିଛି ଭିଡିଓ ସାଖ୍ସାତକର ବ୍ଯତୀତ ଆଉ କୌଣସି ପ୍ରମାଣ କମ୍ପାନୀ ରଖିବାକୁ ଦେଇ ନାହିଁ, ଏହି ପ୍ରକ୍ରିୟା 2014 ମସିହା ପର୍ଯ୍ୟନ୍ତ ରହିଥିଲା, ଅଞ୍ଚଳରେ ଦୁଇ ଟି ନୂଆ ପୁଲିସ ଥାନା (ଦୋରାଗୁଡା ଓ ଅଣ୍ଡିରାକଞ୍ଚ ଠାରେ) ଗଠନ ଓ ଏକ ବିରାଟ ସିଆରପିଏଫ ବାହିନୀର ସ୍ଥାୟୀ ଉପସ୍ଥିତି ପରେ କମ୍ପାନୀ ପ୍ରଥମେ ‘ଖାତାଧାରୀ’ମାନଙ୍କ ମାସିକ ଭତ୍ତାକୁ ବନ୍ଦ କରିଦେଇଛି
ଉତ୍କଳ ଆଲୁମିନା କମ୍ପାନୀର ବିଚିତ୍ରତା ହେଲା ଯେ ଯଦିଓ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସିନାଲ ନାମରେ କମ୍ପାନୀକୁ ଖଣି ଓ ପରିବେଶ ଅନୁମତି ମିଳିଛି ମାତ୍ର ଆର୍ଥିକ ହିସାବ ବା ବାଲାନ୍ସଶୀଟ ତିଆରି କ୍ଷେତ୍ରରେ ଏହା ଏକ ସ୍ଵତନ୍ତ୍ର କମ୍ପାନୀ ନୁହେଁ, ଏହାର ସମସ୍ତ ହିସାବ ହିଣ୍ଡାଳକୋର ଲାଭ କ୍ଷତି ଟିକସ ଓ ବାଲାନ୍ସଶୀଟ ପ୍ରସ୍ତୁତିରେ ଆସୁଛି ତେଣୁ ଏହି ନିର୍ଦ୍ଦିଷ୍ଟ ଉତ୍କଳ ଆଲୁମିନା କମ୍ପାନୀର ଆର୍ଥିକ ସ୍ରୋତ ଓ ସାମାଜିକ ଦାୟିତ୍ଵ ଫଣ୍ଡର ବ୍ୟବହାର ସମ୍ପର୍କରେ କୌଣସି ହିସାବ ମିଳୁ ନାହିଁ, କମ୍ପାନୀ ନିଜର ସଂପ୍ରସାରଣ ସମୟରେ ଭାରତ ସରକାରଙ୍କୁ ଦେଇଥିବା ତଥ୍ୟ ଅନୁସାରେ 353 ହେକ୍ଟର (ପ୍ରାୟେ 882 ଏକର ) ବନ୍ୟ ତିଆରି କରିଛି ଓ ପ୍ଳାଣ୍ଟର ଚାରିପାଖରେ 10 ମିଟର ବଳୟର ବୃକ୍ଷ ରୋପଣ କରିଛି, ଏହା ଯେ କେତେ ମିଛ ସେକଥା ଯେ କେହି କାଶୀପୁର ବୁଲିଆସିଥିବା ଲୋକ କହିବ , ଏହା ସତ୍ବେ କମ୍ପାନୀକୁ ପରିବେଶ ଅନୁମତି ମିଳିପାରିଛି, ଆଖିରେ କଣ୍ଟା ଦେଇ ଯେ ଅନ୍ଧ କରିଦିଆଯାଇପାରେ ସେକଥା କମ୍ପାନୀ କରି ଦେଖାଇପାରୁଛି ଏହା କମ୍ପାନୀର ଅତି ଅମନାବୀୟ ଚେହେରା , ଯଦିଓ କମ୍ପାନୀ ମାନେ ସରକରେ ରୁଣ ଓ ସମସ୍ତ ସୁବିଧା ନେଇଥାନ୍ତି କିନ୍ତୁ ନିଜସ୍ଵ ଚାପ ହେତୁ କୌଣସି ସରକାର କମ୍ପାନୀ ମାନଙ୍କୁ ତଥ୍ୟ ଜାଣିବାର ଅଧିକାର ଅନ୍ତର୍ଭୁକ୍ତ କରିପାରୁନାହାନ୍ତି , ଏହା ଆମ ଗଣତନ୍ତ୍ର ର ସର୍ବଶ୍ରେଷ୍ଠ ଦୁର୍ବଳତା
ବିଚାରାଳୟର ଜନବିରୋଧୀ ଭୂମିକା :
କ) ଆଦିବାସୀ ଜମି ଯେ କମ୍ପାନୀ ଭଳି ଅଣଆଦିବାସୀଙ୍କ ହାତକୁ ଯାଇ
ପାରିବ ନାହିଁ ଏହା ଆଇନ ସମ୍ବନ୍ଧରେ ସାମାନ୍ଯ ଜ୍ଞାନ ଥିବା ବ୍ୟକ୍ତି କହିବ ,
ମାତ୍ର ଏହି କଥା ନୂଆପଡା ଗ୍ରାମର ଜଗ ମାଝୀକୁ ଜଣା ନଥିଲା, ସେ ନିଜେ
କାନ୍ଧ ଆଦିବାସୀ ଓ ନିହାତି ଅଶିକ୍ଷିତ ମଣିଷଥିଲା ଯିଏ ହାଇକୋର୍ଟର ଆଖିରେ ନିଜ ଆଙ୍ଗୁଠି ଗେଞ୍ଜି
କହିଦେଇ ଗଲା ଯେ ତୁମେ ଦୁର୍ନୀତି ଗ୍ରସ୍ତ, ଜଗ ମାଝୀ ପିତା ସୁନ୍ଦର
ମାଝୀ ନିଜର ପ୍ଲାଟ ନମ୍ବର 615/755 ଖାତା ନମ୍ବର 77/53 ର ଏକ ଏକର ଜମି ପାଇଁ କମ୍ପାନୀ ଦ୍ଵାରା
ଦିଆଯାଉଥିବା "ଅନୁକମ୍ପାମୂଳକ ଅର୍ଥ"କୁ (ନିଜ ଜମି ହରାଉଥିବା ପ୍ରତ୍ଯେକ ଆଦିବାସୀର
ନୋଟିସରେ ନିଜ ଜମିର ଅର୍ଥକୁ ଏହି ଭଳି ସୁଚିତ କରାଯାଇଛି) ଗ୍ରହଣ କରିନଥିଲା । ଏହାକୁ ଏକ ଆସ୍ପର୍ଦ୍ଧା ମାନେ କରି କମ୍ପାନୀର ମ୍ୟାନେଜର ଅର୍ଦ୍ଧେନ୍ଧୁ ମହାପାତ୍ର
ଜବରଦସ୍ତ ଜାଗା ମାଝୀର ଭରା ଫସଲ ଥିବା ଜମିକୁ ନଷ୍ଟ ଭ୍ରଷ୍ଟ କରିଦେଲେ (ଯଦିଓ ନୀୟମ କୁହେ ଯେ
ରାଜ୍ୟସରକାରଙ୍କ ଇଡ଼କୋ ଲୋକଙ୍କ ଠାରୁ ଜମି କିଣି କମ୍ପାନୀକୁ ଦେଇଥାଏ),
ଏ ସମ୍ପର୍କର ଜାଗା ମାଝୀ ତାରିଖ 26/10/2005ରେ ଟିକିରି ଆଇଆଇସି ଓ ଜିଲ୍ଲାପାଳଙ୍କୁ ଲିଖିତ
ଅଭିଯୋଗ ଦେବା ପରେ କୌଣସି କାର୍ଯ୍ୟନୁଷ୍ଠାନ ନହେବା ହେତୁ ଓଡିଶା ହାଇକୋର୍ଟ, କଟକଙ୍କ ଏକ ପିଆଇଏଲ ମାଧ୍ୟମରେ (W.P.(C) 15259 of 2005) ଦ୍ଵାରସ୍ଥ ହେଲେ ଓ ସେଥିରେ ସେ ଏଥିରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ, ରାଜସ୍ୱ ବିଭାଗ, ରାୟଗଡା ଜିଲ୍ଲାପାଳ ଓ ଉତ୍କଳ ଆଲୁମିନାକୁ ପକ୍ଷ
ରଖିଲେ । ଆଶ୍ଚର୍ଯ୍ୟର ବିଷୟ ଯେ 2008 ମସିହାରେ ରାଜ୍ୟ ସରକାରଙ୍କୁ
କୋର୍ଟ ନୋଟିସ କରିଥିବା ସତ୍ବେ ସରକାର କୌଣସି ଉତ୍ତର ଜାଣି ଜାଣି ଦେଲେ ନାହିଁ । ହାଇକୋର୍ଟ ଦୁଇଥର ନିଜର ବେଞ୍ଚରେ ଶୁଣିଲେ ମାତ୍ର ନୀରବ ରହିବା ଉଚିତ୍ତ ମନେକଲେ ଓ
ଜଗମାଝିକୁ ନୁହେଉନ ବରଂ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦକୁ ଜାଣି ଜାଣି ଶୀତଳ ଭଣ୍ଡାରକୁ ପଠାଇଦେଲେ । ଆଜି କୋର୍ଟର ସେଭଳି କୌଣସି ଭାବପ୍ରବଣତା ନାହିଁ ଯେ ଏହାକୁ ପୁଣିଥରେ ଖୋଲିବ ଓ ନିଜ
ଉପରେ ଥିବା "ଦୁର୍ନିତୀ ଗ୍ରସ୍ତ ବିଚାରବ୍ୟବସ୍ଥା"ର ଥପାକୁ
ଲିଭାଇବା ଲାଗି ପ୍ରୟାସ କରିବ ।
ଖ) ଜଙ୍ଗଲ ଜମି ଚଞ୍ଚକତା ପୂର୍ବକ କମ୍ପାନୀ ହାତକୁ ଯିବା ଏକ ପୁରୁଣା
ଅଭ୍ଯାସ,
ଯାହା ବେଦାନ୍ତ କମ୍ପାନୀ କ୍ଷେତ୍ର ହୋଇଥିଲା ସେହିକଥା ଉତ୍କଳ କମ୍ପାନୀ କ୍ଷେତ୍ରରେ ମଧ୍ୟ ହୋଇଛି, କମ୍ପାନୀକୁ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ ବାଫଳିମାଳିର 1388.74
ହେକ୍ଟର ଜମି ବକ୍ସାଇଟ ଖଣି ଖନନ ପାଇଁ ଦିଆଯାଇଥିଲା ସେଥିରୁ 233.343 ହେକ୍ଟର ଜଙ୍ଗଲ ଜମି ଯାହା
ଅନଜଙ୍ଗଲ ଜମି ଭାବରେ ରେଭେନ୍ୟୁ ବିଭାଗରେ ରହିଥିଲା , କମ୍ପାନୀ ସ୍ଵୀକାର
କରେ ଯେ ଏହି କଥା ନଜରକୁ 2015ରେ ଆସିବା ପରେ 06/05/2015ରେ ବିଭିନ୍ନ ସରକାରୀ ବିଭାଗିଯ ଲୋକେ
ଆସି ଜଙ୍ଗଲ ଜମିର କିଶମ ପରିବର୍ତ୍ତନ କରି ଉତ୍କଳ ଆଲୁମିନା କମ୍ପାନୀକୁ ହସ୍ତାନ୍ତର କରିଛନ୍ତି , ଏହା ଯଦି ପୂର୍ବରୁ ଜଣାଯାଇଥାନ୍ତା ତେବେ ଆନ୍ଦୋଳନ ସକ୍ରିୟ ଥିବା ସମୟରେ ସରକାରୀ
ଅନୁମତି ଆଣିବା ସହଜ ହୋଇନଥାନ୍ତା, ସେଣ୍ଟ୍ରାଲ ଏମ୍ପାୱାରାଡ କମିଟି
ନିଜର ଏକ ରିପୋର୍ଟ 26/04/2010ରେ ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି ଯେ ଏଭଳି ଲୁଚାଇ ରଖିବା ଏକ
ସରକାରେ ବଦଭ୍ୟାସ ଯାହା ବିରୁଦ୍ଧରେ ଦୃଢ କାରୟାନୁଷ୍ଠାନ ଜରୁରୀ, ଏହି
ମର୍ମରେ ହାଇକୋର୍ଟରେ ଏକ ଜନ ସ୍ଵାର୍ଥ ମାମଲ ରୁଜ୍ଜୁ ହୋଇଛି (WP 15658/2015), ଅଥଚ ପରିବେଶ ମନ୍ତ୍ରଣାଳୟ ଏହି ଜନସ୍ବାର୍ଥ ମାମଳାର ଫଳାଫଳ ଆସିବା ଆଗରୁ ଖଣି ଲିଜ
ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଓ ଏହି ମାମଲା ସମ୍ପର୍କରେ ସମସ୍ତ ବିଭାଗ ଓ କମ୍ପାନୀକୁ
ନୋଟିସ ହୋଇଥିବା ସତ୍ବେ ଏହାକୁ ପରିବେଶ ଆପ୍ରେଜାଲ ରିପୋର୍ଟରେ ଦର୍ଶାଯାଉ ନାହିଁ, ଓତଥ୍ୟ ଲୁଚେଇ ରଖିବା
ଏକ ପୁରୁଣା ଅଭ୍ଯାସ ହୋଇପାରେ ମାତ୍ର ଏହା ପଛରେ ଉଦ୍ଦେଶ୍ୟ ଆଇନକୁ ଫାଙ୍କିବା ବ୍ଯତୀତ ଆଉକିଛି
ନୁହେଁ ,
ଭୁଦାନ ଜମି ହଡପ ; Orissa Bhoodana and
Gramadaan Act 1970, Rule 1972 ତଥା ଏmendment 2014ରେ ଏକଥା କୁହା ଯାଇଛି ଯେ ଭୁଦାନ ସମିତି ଯଦି ଭୁଦାନ ଜମି ହଡପ ହୋଇଥିବାର ଅଭିଯୋଗ ଆଣନ୍ତି
ତେବେ ସେହି ପ୍ରକଳ୍ପକୁ ବାତିଲ କରି ଉକ୍ତ ଜମିକୁ ଉଦ୍ଧାର କରାଯିବ,
ଭୁଦାନ ଜମି ହଡପ ଏକ ଅପରାଧ ମଧ୍ୟ, ଭୁଦାନ ସମିତି ଉଲ୍ଲେଖ କରେ ଯେ
ଉତ୍କଳ ଆଲୁମିନା ପ୍ଳାଣ୍ଟ ମଧ୍ୟରେ 60 ଏକର ଭୁଦାନ ଜମି ରହିଛି, ଅଥଚ
ପ୍ଳାଣ୍ଟ ନିର୍ମାଣ ହୋଇଗଲାନି ମାତ୍ର କାଶୀପୁର ତହସିଲଦାର ଓ ରାୟଗଡା ଜିଲ୍ଲାପାଳ ଏହାକୁ
ଅନାଦେଖା କରିଚାଲିଛନ୍ତି, ଏବେ ଏ ପ୍ରସଙ୍ଗ ହାଇକୋର୍ଟରେ ଏକ ଜନ
ସ୍ଵାର୍ଥ ମାମଲା (WP 22970/2014) ରୁଜ୍ଜୁ ହୋଇ ବିଚାର ଅପେକ୍ଷାରେ
ରହିଛି, ଏହା ସତ୍ବେ ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ଅନୁମତି
ଦେଇଛନ୍ତି ଓ କୋର୍ଟ ଏବେବି ନୀରବ ଅଛନ୍ତି ।
ମିଥ୍ୟା କେଶ : କମ୍ପାନୀ ନିଜ କର୍ମଚାରୀ ମାଧ୍ୟମରେ,
ସମର୍ଥକ ମାଧ୍ୟମାରେ ଓ ପୁଲିସ ନିଜେ ପ୍ରାୟେ 80ଟି କେସ କରି 150 ଲୋକଙ୍କୁ ଜେଲ ପଠାଇବା ସହିତ
ବହୁ ଲୋକଙ୍କୁ ୱାରେଣ୍ଟ ଲିଷ୍ଟରେ ରଖିଛି, ଏ ସମସ୍ତ କେଶର କାହାର ନା
କାହାର ବିଚାର ସରିଯାଇଛି ଓ "ପ୍ରମାଣ ଅଭାବରୁ" ନିର୍ଦୋଷ ପ୍ରମାଣିତ ହୋଇଛନ୍ତି, ଯଦିଓ ପୁଲିସ କୌଣସି କେଶକୁ ପ୍ରମାଣିତ କରିପାରିଲା ନାହିଁ ତଥାପି ଅଞ୍ଚଳର ଲୋକେ 8 ରୁ
9 ମାସ ଜେଲରେ କଟେଇସାରିଛନ୍ତି ।
No comments:
Post a Comment