Wednesday, June 27, 2018

ତିନି ତୁଣ୍ଡରେ ‘ମାଓବାଦୀ’


ତିନି ତୁଣ୍ଡରେ ମାଓବାଦୀ

            ତିନି ତୁଣ୍ଡରେ ଛେଳି ଯେ କୁକୁର ହୋଇଯାଏ ବୋଧେ ସେହି କଥାକୁ ଭାବି ଓଡିଆରେ ଏହି ଢଗଟି ରହି ଆସିଛି , ଆଜି ପଶ୍ଚିମ ବଙ୍ଗର ଅଲିକ ଚକ୍ରବର୍ତ୍ତୀଙ୍କ ଗିରଫ ପ୍ରସଙ୍ଗରେ ସରକାର ଓ ଗଣମାଧ୍ୟମ ଏହି ଢଗଟିର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଉଦ୍ୟମ କରୁଥିବା ବୁଝାପଡେ , ଜୀବନ ଜୀବିକା ତଥା ପରିବେଶର ସୁରକ୍ଷା ପାଇଁ ଲଢେଇକୁ ଦେଶଦ୍ରୋହ ଆଖ୍ୟା ଦେଇ Unlawful Activities Prevention Act (UAPA)ର ବିଭିନ୍ନ ଧାରାରେ ଗିରଫ କରିବା ପଶ୍ଚିମ ବଙ୍ଗ, ଓଡିଶା, ତାମିଲନାଡୁ ଏପରିକି ମହାରାଷ୍ଟ୍ର ରାଜ୍ୟ ସରକାରଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଲାଣି , କିନ୍ତୁ ଦୁଃଖର କଥା ଯେ ପ୍ରତିଦିନ ସକାଳୁ ସମ୍ବାଦପତ୍ରଟି ଖୋଲି ଦେଲେ ଯେଉଁ ଭଳି ମିଥ୍ୟାକୁ ସତ୍ୟର ରୂପ ଦେବାକୁ ଚେଷ୍ଟା କରାଯାଉଛି ତାହା ଦୁଃଖଦାୟକ  
ଦୁଇ ହଜାର ତେର ମସିହାରୁ  ପଶ୍ଚିମ ବଂଗର ଚବିଶ ପ୍ରଗଣା ଜିଲ୍ଲାର (କଲିକତା ଠାରୁ 30 କିମି ଦୂର)  ଭାଙ୍ଗର ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ପାୱାର ଗ୍ରୀଡ କର୍ପୋରେସନର ପ୍ରସ୍ତାବିତ ଗ୍ରୀଡ ଷ୍ଟେସନ ତିଆରି ହେଲେ ଏହା ଦ୍ଵାରା ପ୍ରଭାବିତ ହେବାକୁ ଥିବା 12  ଖଣ୍ଡ ଗ୍ରାମର ଚାଷୀ ଓ କ୍ଷୁଦ୍ର ବେପାରୀ ପାୱାର ଗ୍ରୀଡ ସ୍ଥାପନ ବିରୁଦ୍ଧରେ ଲଢେଇ କରିଆସୁଛନ୍ତି କଲିକତା ଠାରୁ 30 କିମି ଦୂର ଭାଙ୍ଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲାରହାଟ – 2 ପଞ୍ଚାୟତର ଶତାଧିକ ଲୋକ ଜମି ଜୀବିକା, ବାସ୍ତୁତନ୍ତ୍ର ଓ ପରିବେଶ ରକ୍ଷା କମିଟି ଗଠନ କରି ନିଜର ପ୍ରତିବାଦ ଜାରି ରଖିଛନ୍ତି ସେମାନେ ଅଭିଯୋଗ କରନ୍ତି ଯେ 16 ଏକର ଜମି ଉପରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ଇଲେକ୍ଟ୍ରିକ ସବଷ୍ଟେସନ (400 କେଭି ଷ୍ଟେସନ ଓ 450 ମେଗା ୱାଟ ଲାଇନ) ଦ୍ଵାରା ସେମାନଙ୍କ ଜମିରେ ଚାଷ ହେବ ନାହିଁ, ପରିବେଶ ନଷ୍ଟ ହେବ ଓ ଲୋକଙ୍କ ସ୍ୱାସ୍ଥ୍ୟରେ ହାନୀ ଘଟିବ
ଏହି ଗ୍ରୀଡ ଷ୍ଟେସନରୁ ନିର୍ଗତ ହେବାକୁ ଥିବା ଏସଏଫ 6 (sulphur hexafluoride) ଗ୍ଯାସ ଯେ ଅତ୍ୟନ୍ତ ହାନୀକାରକ ଏହାକୁ ନିଶା ବିଶ୍ଵାସଙ୍କ ଭଳି କେତେକ ବୈଜ୍ଞାନିକ ପଶ୍ଚିମ ବଙ୍ଗ ସରକାରଙ୍କ ଆଗରେ ନିଜର ତଥ୍ୟ ରଖିସାରିଛନ୍ତି  ଏହି ଏସଏଫ6 ଗ୍ଯାସ କାର୍ବନ ଡାଇଅକ୍ସାଇଡ (ସିଓ2) ଠାରୁ ପୃଥିବୀର ଉତ୍ତାପ ବଢାଇବାରେ 24,000 ଗୁଣା ଅଧିକ ଦାୟୀ ଲୋକଙ୍କ ସନ୍ଦେହକୁ ଦୂର କରିବା ଲାଗି ପଶ୍ଚିମ ବଂଗ ସରକାର ନିଜସ୍ଵ କୌଣସି ଗବେଷଣା କରିପାରୁନାହାନ୍ତି ଅଥଚ ଗଲା 17 ଜାନୁଆରୀ 2017 ତାରିଖ ଦିନ ପୁଲିସ ଗୁଳି କରିବା ହେତୁ 2 ଦୁଇ ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇ ସାରିଲାଣି ପଶ୍ଚିମ ବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ମିତ ହେବାକୁ ଥିବା ଏହି ଗ୍ରୀଡ ଷ୍ଟେସନ ଉପରେ ଏଇଥି ପାଇଁ ନିର୍ଭରଶୀଳ କାରଣ ଏହା ଉପରେ କଲିକତାର ସଂପ୍ରସାରଣ ଲାଗି ଚିହ୍ନିତ ରାଜାରହାଟ ଅଞ୍ଚଳର ବିକାଶ ନିର୍ଭର କରୁଛି ଏହା କଲିକତାର ସଲ୍ଟଲେକ ଠାରୁ ମଧ୍ୟ ଆହୁରି ଦାମୀ ଅଞ୍ଚଳ ଯେଉଁଠି ଅନେକ କର୍ପୋରେଟ ହାଉସ, ପ୍ରାଇଭେଟ ହସ୍ପିଟାଲ ଇତ୍ୟାଦିର ନିର୍ମାଣ ଚାଲିଛି ଏହି ହେତୁ  ରାଜାରହାଟ ଅଞ୍ଚଳର ଜମିର ଦର ଆକାଶ ଛୁଆଁ ହୋଇସାରିଲାଣି  
ଜୀବନ ଜୀବିକାର ଲଢେଇ ଜନସାଧାରଣଙ୍କ ଦ୍ଵାରା ନିର୍ବାଚିତ ସରକାର ପାଇଁ ଦେଶଦ୍ରୋହ ଅପରାଧ ହୋଇଗଲା ବେଳେ ଶିଳ୍ପର ଉନ୍ନତି ଲାଗି କମ୍ପାନୀ ଲାଗି ଜୋରଜବରଦସ୍ତ ଜମି ଅଧିଗ୍ରହଣ କରିବା, ପୁଲିସ ଗୁଳି କରି ହତ୍ୟା କରିବା ଅଥଚ ଏହାର କୌଣସି ବିଚାର ନହେବା ତଥା ପରିବେଶକୁ ଧ୍ଵଂସ କରିଚାଲିବା ପ୍ରକୃତ ଦେଶପ୍ରେମ ହୋଇଯାଉଛି ଏହି ସମାନ କଥା ଅତୀତରେ ତାମିଲନାଡୁର କୁଡନକୁଲନ ଆଣବିକ ପ୍ଳାଣ୍ଟ କ୍ଷେତ୍ରରେ ମଧ୍ୟ ଦେଖା ଯାଇଥିଲା ତାମିଲନାଡୁର ସେ ସମୟର ଜୟଲଳିତା ସରକାର ଡିସେମ୍ବର 2011 ମସିହାରେ ଏସପି ଉଦୟକୁମାରଙ୍କ ସମେତ 1076 ଲୋକଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧ ଆଣି ଗିରଫ କରିଥିଲେ ପରମାଣୁ ପ୍ଳାଣ୍ଟ ବିରୋଧୀ ଆନ୍ଦୋଳନର ଏହି ଏସପି ଉଦୟକୁମାର ଆମ ଆଦାମି ପାର୍ଟିର ସଦସ୍ୟ ହୋଇ ନିର୍ବାଚନ ଲଢିଥିଲେ ସେହିଭଳି ମହାରାଷ୍ଟ୍ରରେ ଖରଲାଞ୍ଜିରେ ଦଳିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରିବା ହେତୁ ଦଳିତ ନେତାଙ୍କୁ ଦେଶଦ୍ରୋହ ଅପରାଧରେ ଜଡିତ କରାଯାଇଛି ଏପରିକି ଓଡିଶାରେ ମଧ୍ୟ କଳିଙ୍ଗ ନଗରର ସିନି ସଏଙ୍କ ସମେତ ଅନେକ ଆଦିବାସୀ ପୁରୁଷ ଓ ମହିଳା ବର୍ଷ ବର୍ଷ ଦେଶଦ୍ରୋହ ଅପରାଧରେ ଜେଲରେ ରହିବା ପରେ ନିର୍ଦ୍ଦୋଷରେ ଏବେ ଏବେ ଖଲାସ ହୋଇଛନ୍ତି  
          ଗଲା ଏପ୍ରିଲ ମାସରେ ଭାଙ୍ଗର ଆନ୍ଦୋଳନର ଦୃଢ ସମର୍ଥକ ତଥା ଜନ ସ୍ୱାସ୍ଥ୍ୟ ଆନ୍ଦୋଳନର ସଦସ୍ୟ ଡାକ୍ତର ରାତୁଲ ବାନାର୍ଜୀଙ୍କ ସମେତ ଚାରିଜଣଙ୍କୁ ପଶ୍ଚିମ ବଙ୍ଗ ସରକାର ଦେଶ ଦ୍ରୋହ ଓ ଅନ୍ୟାନ୍ୟ ଅପରାଧରେ ଗିରଫ କରିଥିଲେ ଅଲିକ ଚକ୍ରବର୍ତ୍ତୀଙ୍କୁ ଭୁବନେଶ୍ଵର ଠାରେ ଚିକିଶ୍ଚ୍ହିତ ହେଉଥିବା ସମୟରେ ଗିରଫ କରାଗଲା ଅଲିକ ଚକ୍ରବର୍ତ୍ତୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦ ଲେନିନ ବାଦ ) ରେଡ ଷ୍ଟାରର ପଲିଟି ବ୍ୟୁରୋ ସଦସ୍ୟ ଥିଲା ବେଳେ ଓ ରାତୁଲ ବାନାର୍ଜୀ  ବରିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟ    ପଶ୍ଚିମବଙ୍ଗର ଗଲା ପଞ୍ଚାଯତ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦ ଲେନିନ ବାଦ ) ରେଡ ଷ୍ଟାର ସମର୍ଥନରେ ଜମି ଜୀବିକା, ବାସ୍ତୁତନ୍ତ୍ର ଓ ପରିବେଶ ସୁରକ୍ଷା କମିଟି ର ସଦସ୍ୟ ତଥା ଆନ୍ଦୋଳନର କର୍ମକର୍ତ୍ତା ପୋଲାରହାଟ – 2 ପଞ୍ଚାଯତର 5 ଟି ୱାର୍ଡରେ ନିର୍ବାଚିତ ହୋଇଛନ୍ତି ତେବେ ନିର୍ବାଚନରେ ଭାଗ ନେଇ ଥାନ୍ତୁ ବା ନେଇ ନଥାନ୍ତୁ ଏହି କମିଟି ଏକ ଗଣ ସଂଗଠନ ଓ ନିଜର ଅଧିକାର ପାଇଁ ଲଢେଇ କରୁଛିଏହାକୁ ହେଉ ଅନ୍ୟ ସଂଗଠନ ମାନଙ୍କୁ ବାରମ୍ବାର ଦେଶଦ୍ରୋହ ଅପରାଧରେ ସମ୍ପୃକ୍ତ କରି ସରକାର ସେହି ଅଧିକାରକୁ ଛଡାଇ ନେବା ଲାଗି ଚେଷ୍ଟା କରିବା ସହିତ ନିଜର ବଳ ପ୍ରୟୋଗ କରିବାର ଯଥାର୍ଥତା ପ୍ରମାଣିତ କରୁଛନ୍ତି
          ଗଣମାଧ୍ୟମରେ ବେଶ କିଛି ସଂବେଦନ ଓ ସଚେତନ ସାମ୍ବାଦିକ ଅଛନ୍ତି ଯେଉଁମାନେ ନିଜର ଦାୟିତ୍ଵ ପ୍ରତି ସଚେତନସେମାନେ ମଧ୍ୟ ପୁଲିସର କଥାକୁ କ୍ରମାଗତ ଭାବରେ ବିଶ୍ଵାସ କରି ସେହି ଭୁଲ ବାର୍ତ୍ତା ଦେଇଚାଲିଛନ୍ତି ଯେ ଜଣେ ଆନ୍ଦୋଳନକାରୀ ଯେ ଦେଶଦ୍ରୋହୀ ତାହା ସେମାନଙ୍କ ସାମାଜିକ ଦାୟିତ୍ଵବୋଧତା ଉପରେ ପ୍ରଶ୍ନବାଚୀ ଆସୁ ନାହିଁ କି? ସେମାନେ ପ୍ରଥମେ ହୁଏତ ପୁଲିସର କଥାକୁ ପ୍ରକାଶ କରିବା ପରେ ପରବର୍ତ୍ତୀ ସମୟରେ ଏହାର ସତ୍ୟତାକୁ ପରୀକ୍ଷା କରିବା ଜରୁରୀ ସାମ୍ବାଦିକ ମାନେ ଏହି ପରି ଯଦି ନିଜର ସାମାଜିକ କର୍ତ୍ତବ୍ୟରେ ହେଳା କରି ଚାଳିବେ ତେବେ ପାଠକ ସକାଳର ଖବରକାଗଜରେ ଯେଉଁ ଭୁଲ ବାର୍ତ୍ତାଟିକକ ପାଇବ ତାହା ସମଗ୍ର ସାମ୍ବାଦିକତାର ଓ ସମଗ୍ର ସମାଜର ଦୀର୍ଘକାଳୀନ କ୍ଷତି ଘଟାଇବ ନାହିଁ କି? *******
ସେଲ : 9437762272                       debasar11@yahoo.co.in

No comments:

Post a Comment