Wednesday, June 27, 2018

ମଙ୍ଗଳକାରୀ ରାଷ୍ଟ୍ରର ଦାୟିତ୍ଵହୀନତା



ମଙ୍ଗଳକାରୀ ରାଷ୍ଟ୍ରର ଦାୟିତ୍ଵହୀନତା

          ପାଖା ପାଖି ଦୁଇହଜାର ମସିହା ବେଳକୁ ଯେତେବେଳେ ଡ଼ିଏଫଆଇଡ଼ିର ନିର୍ଦ୍ଦେଶରେ ରାଜ୍ୟରେ ପ୍ରଶାସନିକ ସଂସ୍କାର ନାମରେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କରାଗଲା ସେତେବେଳେ ଏହାକୁ ଦୁଇଟି କାରଣରୁ ସଂବେଦନଶୀଳ ବର୍ଗ ତରଫରୁ ବିରୋଧ କରାଯାଉଥିଲା ପ୍ରଥମଟି ଥିଲା, ଏହାଦ୍ଵାରା ଅତି ଜରୁରୀ ବିଭାଗରେ ମଧ୍ୟ ଠିକା ନିଯୁକ୍ତି ବଢିବ ଯାହାଦ୍ଵାରା ଏହା ଗୁରୁତ୍ଵହୀନ ହୋଇଯିବ ଓ ଦ୍ଵିତୀୟ ହେଲା, ଏହା ଦ୍ଵାରା ରାଜ୍ୟ ଏହାର ସ୍ଵତନ୍ତ୍ରତା ହରାଇବ ଆଜି ପ୍ରାୟେ 20 ବର୍ଷ ପରେ ପରିସ୍ଥିତି ସେହିଠାର ପହଞ୍ଚିଛି ଯାହା ଅନୁମାନ କରାଯାଉଥିଲାଆଜି ସମସ୍ତ ସରକାରୀ ବିଭାଗରେ ଠିକା ଶ୍ରମିକ ନିଯୁକ୍ତି କରିବା ଓ ଦୀର୍ଘକାଳୀନ ସେହିପରି ରଖିବା ଦ୍ଵାରା ସେହି ଠିକା ଶ୍ରମିକମାନଙ୍କର ସର୍ବନିମ୍ନ ମାନବିକ ଅଧିକାରର ସୁରକ୍ଷା ହୋଇପାରୁନାହିଁଫଳରେ ପରିସ୍ଥିତି କ୍ରମଶଃ ବରଂ ଖରାପ ହେଉଛି ମାତ୍ର ଏଥିରେ ଉନ୍ନତି ହେଉନାହିଁ ଦୁଇ ସଂବେଦନଶୀଳ ବିଭାଗ ଯଥା ମହିଳା ଓ ଶିଶୁ ବିକାଶ ବ୍ୟବସ୍ଥା ତଥା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ସର୍ବଦା ଗଣତାନ୍ତ୍ରିକ ସରକାରଙ୍କର ଦାୟିତ୍ଵ ହୋଇଥିଲା ବେଳେ ଏଥିରେ ଚରମ ଦାୟିତ୍ଵହୀନତା ଓ ଅମାନବିକତା ଅଧିକ ଦେଖାଯାଉଛି
          ସରକାର ସର୍ବଦା ମିଲେନିୟମ ଗୋଲ’, ‘ଭିଜନ ଡକ୍ୟୁମେଣ୍ଟଟ୍ୱେନ୍ଟି ଟ୍ୱେନ୍ଟି ଭଳି କିଛି ପ୍ରସ୍ତାବ ନିଜ ପ୍ରଶାସନ ସ୍ତରରେ ଗ୍ରହଣ କରିଥାନ୍ତି ବର୍ତମାନର ମିଲେନିୟମ ଡେଭେଲପମେନ୍ଟ ଗୋଲ ବା ମିଲେନିୟମ ଗୋଲ ଏକ ବିଶ୍ଵବ୍ୟାଙ୍କ ପ୍ରସ୍ତାବିତ ବିଚାର ବିକାଶଶୀଳ ଦେଶର ଦାରିଦ୍ରକୁ ନିଜର ଅସ୍ତ୍ର କରି ବିଶ୍ଵବ୍ୟାଙ୍କ ଏହି ସବୁ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟମାନଙ୍କୁ ମଧ୍ୟ କ୍ଷୁଦ୍ର ରୁଣ ଦେବାର ବ୍ୟବସ୍ଥା କଲା । 2000 ମସିହା ପରଠାରୁ “ବିଶ୍ଵବ୍ୟାଙ୍କ ସୁଚିତ ଅର୍ଥବ୍ୟବସ୍ଥାକୁ” ଲାଗୁ କରିବା ପାଇଁ ରାଜ୍ୟର ମୁଖ୍ୟ ପ୍ରଶାସକମାନେ ରାଜକୋଷର ଅର୍ଥରେ ଆମେରିକାର ବିଶ୍ଵବ୍ୟାଙ୍କ ଅଫିସକୁ ବାରମ୍ବାର ଯାଉଥିଲେ ଆଜି ଆମେ ରାଜ୍ୟର ଯାହା ମିଲେନିୟମ ଗୋଲ ଭାବରେ ଦେଖୁଛେ ତାହା ବିଶ୍ଵବ୍ୟାଙ୍କ ନିର୍ଦ୍ଦେଶିତ ନିୟମାବଳୀର କେବଳ କପି ଓ ପେଷ୍ଟ (ଏହା ଏକ କମ୍ପ୍ୟୁଟର ଭାଷା) “ବିଶ୍ଵବ୍ୟାଙ୍କ ସୁଚିତ ଅର୍ଥବ୍ୟବସ୍ଥା ହେଲା” ଯେ ରାଜ୍ୟ ସରକାର ବିଦେଶୀ ପୁଞ୍ଜି ସହିତ ଚୁକ୍ତି କରିବେ ଓ ଆଇଏମଏଫ ନିର୍ଦ୍ଦେଶିତ ଆମଦାନୀ ଓ ରପ୍ତାନୀ ନୀତି ମାନିବେ ଏହାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଚାଲିଛନ୍ତି (ତଥ୍ୟ: ବିଶ୍ଵବ୍ୟାଙ୍କ ୱେବସାଇଟରୁ) ବିଶ୍ଵବ୍ୟାଙ୍କର ଏହି ମିଳେନିୟମ ଗୋଲ’, ‘ଭିଜନ ଡକ୍ୟୁମେଣ୍ଟ ଇତ୍ୟାଦି ଓଡିଶା ସମେତ ଅନ୍ୟ ରାଜ୍ୟରେ ଲାଗୁ ହେଉଛି ଏହି ବ୍ୟବସ୍ଥାରେ ଯଦି ପ୍ରକୃତ ମାଲେମାଲ କିଏ ହେଉଥାଏ ତେବେ ବିଭାଗୀୟ ଅଧିକାରୀ, ପ୍ରଶାସକ ଓ ମନ୍ତ୍ରୀ।  କିନ୍ତୁ ଯଦି କିଏ ସବୁଠୁ ଅବହେଳିତ ହେଉଥାଏ ତେବେ ସେମାନେ ହେଲେ ଆଇସିଡ଼ିଏସ ପ୍ରୋଜେକ୍ଟରେ ଠିକାରେ କାମ କରୁଥିବା ଅଙ୍ଗନବାଡି କର୍ମୀ ଓ ପାଚିକା ତଥା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ବା ଏନଆରଏଚଏମ ଅଧୀନରେ କାମ କରୁଥିବା ଠିକା କର୍ମଚାରୀ ନର୍ସ, ପାଥୋଲୋଜି ସହାୟକ, ବର୍ଜ୍ୟବସ୍ତୁ ନୀରୀକ୍ଷକ ଓ ଡାକ୍ତରଖାନା ପରିଚାଳନା କର୍ମଚାରୀ ଇତ୍ୟାଦି ଇତ୍ୟାଦି
          ଆଜି  ଆଇସିଡ଼ିଏସ ପ୍ରୋଜେକ୍ଟରେ ଠିକାରେ କାମ କରୁଥିବା ଅଙ୍ଗନବାଡି କର୍ମୀଙ୍କର ଦାୟିତ୍ଵ ହେଲା ସେ 0 ରୁ 6 ବର୍ଷର ପିଲାଙ୍କ ସମସ୍ତ ଦାୟିତ୍ଵ ନେବ ସେମାନଙ୍କୁ ପ୍ରତିମାସରେ ଓଜନ କରିବ, ସେମାନଙ୍କୁ ପ୍ରିସ୍କୁଲ ମାଧ୍ୟମରେ ଅକ୍ଷର ସହିତ ପରିଚିତ କରାଇବ, ଗ୍ରାମରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସର୍ଭେ କରିବ ଓ ସେମାନଙ୍କୁ ମମତା ଯୋଜନାରେ ସାମିଲ କରିବ, ଗାଁର ପରିମଳ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସରକାର ଦେଉଥିବା ଗାଁ ସାଥି ଅର୍ଥର ବିନିଯୋଗ କରିବ, ଟୀକାକରଣ କରିବା, ପୁଷ୍ଟିହୀନତା ରୋକିବା ପାଇଁ ରନ୍ଧନ ଖାଦ୍ୟ ନଚେତ ଛତୁଆ ଦେବ, ଆଶାକର୍ମୀଙ୍କୁ ସହଯୋଗ କରିବ, ନବଜାତକ ଶିଶୁର ରେକର୍ଡ ରଖିବ, ପାଇପ ଜଳ ଯୋଗାଣ ବ୍ୟବସ୍ଥା କରିବ, ବିଭିନ୍ନ ସମୟରେ ଆସୁଥିବା ଏଏନଏମ ଦିଦି ଓ ଅନ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ସହଯୋଗ କରିବା ଓ ବିଭିନ୍ନ ସରକାରୀ ସର୍ଭେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବ ଇତ୍ୟାଦିର ନିର୍ଦ୍ଦେଶ ରହିଛି । ଅଥଚ ଓଡିଶାରେ ରାଜ୍ୟ ଶିଶୁ ଓ ମହିଳା କଲ୍ୟାଣ ବିଭାଗ ଅଧୀନରେ ଥିବା ଏହି ଅଙ୍ଗନବାଡି କର୍ମୀର ମାସିକ ଦରମା ହେଲା 4000 ଟଙ୍କା ଯାହା ରାଜ୍ୟର ଅଣକୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀ ଦୈନିକ 200 ଟଙ୍କା  ଠାରୁ ମଧ୍ୟ ଯଥେଷ୍ଟ କମ ଜଣେ ମାଟ୍ରିକ ପାଶ କରିଥିବା ମହିଳା ଅଙ୍ଗନବାଡି କର୍ମୀ ଜଣେ ଅଣକୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀ ପାଇବା ଠାରୁ ମଧ୍ୟ ବଞ୍ଚିତ ଅଥଚ ଆଜି ରାଜ୍ୟର ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର ଓ  ଶିକ୍ଷା ହାରରେ ଉନ୍ନତି ଆଣିବା ପାଇଁ ଏ ରାଜ୍ୟର 4 କୋଟି ଲୋକ ସେହିମାନଙ୍କ ଉପରେ ନିର୍ଭରଶୀଳ ଆଜି ପ୍ରାୟେ ଏକ ଲକ୍ଷ ଅଙ୍ଗନବାଡି କର୍ମୀ ଓ ସେହି ସମାନ ସଂଖ୍ୟକ ପାଚିକା ରାଜ୍ୟରେ ବିଶ୍ଵବ୍ୟାଙ୍କ ସ୍ଥିରୀକୃତ ଲକ୍ଷ ପୂରଣ ପାଇଁ କାର୍ଯ୍ୟରତ ଥିଲା ବେଳେ ଏମାନେ ମନ୍ତ୍ରୀ ଓ ପ୍ରଶାସକଙ୍କ ଠାରୁ ନିଜ ଦାୟିତ୍ଵ ଅନୁସାରେ ସମାନ ସମ୍ମାନ ପାଇବା ପାଇଁ ଯୋଗ୍ୟ ନୁହନ୍ତି
                  

2000 ମସିହା ପରଠାରୁ “ଦାରିଦ୍ର ଦୂରୀକରଣ” ଉଦ୍ଦେଶ୍ୟ ରଖି ବିଶ୍ଵବ୍ୟାଙ୍କ ନିଜେ ଓଡିଶା ସମେତ ଅନ୍ୟ ସମସ୍ତ ରାଜ୍ୟ ପାଇଁ ରୁଣ ଆକାରରେ ଅର୍ଥ ଦେବା ସମୟରେ ବିଭିନ୍ନ ବିଷୟରେ ଏହାର ଟାର୍ଗେଟ ମଧ୍ୟ ସ୍ଥିର କରିଥିଲା ଏହି ଟାର୍ଗେଟ ଅନୁସାରେ 2015 ମସିହା ମଧ୍ୟରେ 0-6 ବର୍ଷର ସମସ୍ତ ବାଳକ ଓ ବାଲିକାଙ୍କୁ ନିଶ୍ଚିତ ରୂପେ ପ୍ରିସ୍କୁଲ ରେ ନାମ ଲେଖା ଯିବ ଓ ପାସ ମଧ୍ୟ କରାଯିବ ବୋଲି ଏହାର 2000 ମସିହା ଭିଜନ ଡକୁମେଣ୍ଟରେ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ସେହି ସମୟ ମଧ୍ୟରେ ମ୍ୟାଲେରିଆ ଜନିତ ବୃଦ୍ଧି ଘଟୁଥିବା ମୃତ୍ୟୁ ହାରକୁ ସମ୍ପୂର୍ଣ ରୋକାଯିବ, ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁ ହାର ଦୁଇ ତୃତୀୟାଁଶ କମାଯିବ, ପ୍ରତ୍ୟେକ କ୍ଷେତ୍ରରେ ଲିଙ୍ଗଗତ ପ୍ରଭେଦ ବନ୍ଦ କରାଯିବା ପାଇଁ ମଧ୍ୟ ଉକ୍ତ ଡକ୍ୟୁମେଣ୍ଟରେ ଲକ୍ଷ ଧାର୍ଯ୍ୟ କରାଯାଇଥିଲା  ଏ ସମସ୍ତ ଦାୟିତ୍ଵ ଶେଷରେ ପଡିଲା ଅଙ୍ଗନବାଡି କେନ୍ଦ୍ରମାନଙ୍କରେ । ମାତ୍ର ଏ ସମସ୍ତ ଲକ୍ଷ ପୂରଣ ନହୋଇପାରିବା ହେତୁ 2015-16 ବର୍ଷରୁ ବିଶ୍ଵବ୍ୟାଙ୍କରୁ ଅଧିକ ରୂଣ ବରାଦ ହେଲା ମାତ୍ର ପୂରଣ ନହୋଇପାରିବାର କାରଣ ଖୋଜା ଯାଇ ବିଭାଗୀୟ ମନ୍ତ୍ରୀ ଅଥବା ସଚୀବଙ୍କୁ କେବେ ଦାୟୀ କରାଯାଇପାରିଲା ନାହିଁ । ଏହି ହେତୁ  25% ଲୋକ ଏବେବି ନିର୍ମଳ ପାନୀୟ ଜଳ ପିଇବାରୁ ବଞ୍ଚିତ (ଇକୋନୋମିକ ସର୍ବେ ରିପୋର୍ଟ, 2016), ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷେ ଲୋକରେ 109କୁ ଓ ଶିଶୁ ମୃତୁ ହାର ପ୍ରତି ହଜାରେ ଶିଶୁରେ 28କୁ ଖସାଇବା ପାଇଁ ବିଶ୍ଵବ୍ୟାଙ୍କର  ଲକ୍ଷ ଥିଲା ବେଳେ 2015 ମସିହା ବେଳକୁ ମାତୃ ମୃତ୍ୟୁ ହାର 222 ଓ ଶିଶୁ ମୃତ୍ୟୁ ହାର 40ରେ ପହଞ୍ଚିପାରିଛି ଯଦି ଗୋଟେ ଅଙ୍ଗନବାଡ଼ି କେନ୍ଦ୍ର ନିଜ ଲକ୍ଷ ପୂରଣ କରିନପାରିଲେ ଏହାର କର୍ମୀ ଦାୟୀ ସେହିଭଳି ଲକ୍ଷ ପୂରଣ କରିପାରିନଥିବା ହେତୁ ବିଭାଗୀୟ ସମସ୍ତ ସଚୀବ ଓ  ମନ୍ତ୍ରୀ ଦାୟୀ ହେବା କଣ ଯୁକ୍ତିଯୁକ୍ତ ନୁହନ୍ତି କି ?


          ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାମକରୁଥିବା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶାନ ଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ସେବା ଉଦ୍ଦେଶ୍ୟରେ ଯେତେସବୁ ନିଯୁକ୍ତି ଦିଆଯାଉଛି ସେସମସ୍ତ ଠିକା ଶ୍ରେଣୀ ଭୁକ୍ତ । ସିଧା ସଳଖ ସ୍ଵାସ୍ଥ୍ୟସେବାର ଦାୟିତ୍ଵ ନେଇଥିବା ଏଏନଏମ, ଫାର୍ମାଶିଷ୍ଟ, ଆୟୁଷ ଡାକ୍ତର, ଷ୍ଟାଫ ନର୍ସ ଓ ଡାକ୍ତରଖାନା ପରିଚାଲାଣରେ ଥିବା ହସ୍ପିଟାଲ ମ୍ୟାନେଜର, ଡାଟା ମ୍ୟାନେଜର, ଲଜିଷ୍ଟିକ ମ୍ୟାନେଜର ଇତ୍ୟାଦି ସମସ୍ତେ ଠିକା ଶ୍ରେଣୀୟ । ଏଠାରେ ଯେତେ ଶୀଘ୍ର ନିଯୁକ୍ତି ଓ ବହିଷ୍କାର ହୁଏ ସେତେ ଶୀଘ୍ର କିନ୍ତୁ ଦାୟିତ୍ଵ ନିର୍ଦ୍ଦିଷ୍ଟ କରାଯାଇପାରେ ନାହିଁ । ଦୁଃଖର କଥା ଯେ ଆଇସିଡ଼ିଏସ ହେଉ ଅଥବା ଏନଆରଏଚଏମ ଏ ଉଭୟ ବିଭାଗରେ ଆଦୌ ସ୍ଵଚ୍ଛତା ରହି ନାହିଁ । ସେଥିପାଇଁ ଅଧିକ ନୂତନ ଜିନିଷ କିଣିବା  ଓ ଘର ତଥା ଗାଡି କିଣିବା ଉପରେ ଗୁରୁତ୍ଵ ଦିଆଯାଏ । ମାତ୍ର କର୍ମଚାରୀଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଉପରେ କମ ଗୁରୁତ୍ଵ ଦିଆଯାଇଥାଏ । ଏହି ଉଭୟ ବିଭାଗରେ ଦରମା ବାବଦ ଅର୍ଥ କେତେ ଭାଗ ସେସମ୍ପର୍କରେ କୌଣସି ତଥ୍ୟ ନାହିଁ । ସେଥିପାଇଁ ଅଙ୍ଗନବାଡି କର୍ମୀ ହେଉ କି ସ୍ୱାସ୍ଥ୍ୟ କର୍ମୀ ସମସ୍ତେ ସରକାରୀ ଘୋଷଣା ସର୍ବନିମ୍ନ ମଜୁରୀ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

          ଯଦିଓ ଉଭୟ ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ନର୍ସମାନେ ନିଜ ଚାକିରୀରେ ସ୍ଥାୟିତ୍ଵ ଓ ଦରମା ବୃଦ୍ଧି ପାଇଁ ଆନ୍ଦୋଳନ କରୁଛନ୍ତି ମାତ୍ର ତାହା ପୂରଣ ହୋଇପାରୁ ନାହିଁ । ଏହି ଉଭୟ ଆଇସିଡ଼ିଏସ ଓ ଏନଆରଏଚଏମରେ ନିଯୁକ୍ତିର ହାର ଅଧିକ ମହିଳା ହୋଇଥିଲା ବେଳେ ଏହାର ସଚୀବ ସ୍ତରୀୟ ନିଷ୍ପତ୍ତି ପୁରୁଷଙ୍କ ହାତରେ ରହୁଛି । ସଚୀବ ଓ ମନ୍ତ୍ରୀଙ୍କ ଅଧିକ ପୁରୁଷ ମନୋବୃତ୍ତି ଅଙ୍ଗନବାଡି କର୍ମୀ, ସେମାନଙ୍କ ପାଚିକା ଓ ଡାକ୍ତରଖାନାର ନର୍ସମାନଙ୍କୁ ସେମାନଙ୍କ ନ୍ୟାଯ୍ୟଦାବୀରୁ ବଞ୍ଚିତ କରୁଛିଏହା କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟ ମାନଙ୍କରେ ସମାନ ସ୍ଥିତି ରହିଛି । ଯେଉଁଠି ଦାବୀ ହାସଲ ପାଇଁ ଯେତେ ଦୃଢ ଲଢେଇ ହେଉଛି ସେଠାରେ ସେମାନେ ଅଧିକ ସୁରକ୍ଷିତ କେରଳରେ ଅଙ୍ଗନବାଡି କର୍ମୀ ମାସକୁ 10,000 ଟଙ୍କା ଓ ଅନ୍ୟ ସରକାରୀ ସୁବିଧା ପାଉଛନ୍ତି, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମାସକୁ 7000 ଟଙ୍କା ପାଉଛନ୍ତି, ତାମିଲନାଡ଼ୁ ଓ ପଣ୍ଡିଚେରିରେ ସେମାନଙ୍କ ଚାକିରି ସ୍ଥାୟୀ ହୋଇଛି, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ପର୍ବ କାଳୀନ ଆଲାଉନ୍ସ ଦିଆଯାଉଛି, ତାମିଲନାଡୁରେ ଅବସର ସମୟରେ ଏକ କାଳୀନ ଭତ୍ତା ଦିଆଯାଉଛି, ଛତିଶଗଡରେ 15 ଦିନିଆ ଗ୍ରୀଷ୍ମ ଛୁଟି ମିଳୁଛି ଇତ୍ୟାଦି । ଏନଆରଏଚଏମ କ୍ଷେତ୍ରରେ ଏହାର ଷ୍ଟାଫ ନର୍ସ ଓ ଫାର୍ମାଶିଷ୍ଟ ମାନଙ୍କ ଦରମା ଓ ଚାକିରି ସ୍ଥାୟିତ୍ଵ କ୍ଷେତ୍ରରେ ସେହିଭଳି ତାରତମ୍ୟ ରହିଛି । ଦିଲ୍ଲୀରେ ଏକପ୍ରକାର ହେଲେ ଓଡିଶାରେ ଏହା ଅନ୍ୟ ପ୍ରକାରର । ଓଡିଶାରେ ଅବଶ୍ୟ ଅଙ୍ଗନବାଡି କର୍ମୀ ଓ ପାଚିକାଙ୍କର ଦୁଇଟି ଟ୍ରେଡ ୟୁନିଅନ କାମ କରୁଛି ମାତ୍ର ଉଭୟ ଜାତୀୟ ରାଜନୈତିକ ଦଳର ସମର୍ଥିତ ଟ୍ରେଡ ୟୁନିଅନ  ତେଣୁ ସେମାନେ ନିଜେ କେଉଁପରି କ୍ଷମତାକୁ ଆସିବେ ସେ ଦିଗରେ ଅଧିକ ଚିନ୍ତିତ । ଅବଶ୍ୟ ଏହାହିଁ ଟ୍ରେଡ ୟୁନିଅନ ଆନ୍ଦୋଳନକୁ ଦୁର୍ବଳ କରିଛି । ଏନଆରଏଚଏମ ଚାକିରି କରିଥିବା କର୍ମଚାରୀଙ୍କ ସଂଗଠନ ବାହୁଦା ବିଭକ୍ତ ଓ ଦୁର୍ବଳ ମଧ୍ୟ । ଏହାର ଲାଭ ସଚୀବ ଓ ମନ୍ତ୍ରୀ ନେଉଛନ୍ତି । ଯେହେତୁ ସମୁଦାୟ ଫଣ୍ଡରେ ଦରମା ଅନୁପାତ କେତେ ରହିବ ତାହା ସ୍ଥିର ନୁହେଁ ତେଣୁ କମ ଅନୁପାତ ରହିଲେ ଅଧିକ ଦୁର୍ନୀତିର ସୁଯୋଗ ସୃଷ୍ଟି ହୋଇପାରୁଛି । ଆଜି ଜଣେ ସଚୀବ ମାସକୁ ଜଣେ ଅଙ୍ଗନବାଡି କର୍ମୀର ଦରମାର 30 ରୁ 35 ଗୁଣା ଅଧିକ ଓ ଜଣେ ପାଚିକା ଠାରୁ 60 ରୁ 70 ଗୁଣା ଅଧିକ ଦରମା ପାଉଛନ୍ତି । ଏହା ପରେ ବି ସପ୍ତମ ବେତନ କମିଶନ ଯଦିଓ ଆଇଏଏସଙ୍କ କ୍ଷେତ୍ରରେ ସର୍ବାଧିକ ସୁବିଧା (ରେଟ ଅଫ ଇଙ୍କ୍ରିମେଣ୍ଟ) ଓ ଚତୁର୍ଥ ଶ୍ରେଣୀ କର୍ମଚାରୀର ସର୍ବନିମ୍ନ ଦରମା ମାସକୁ 18,000 ଟଙ୍କା ସ୍ଥିର କରିଦେଲା ମାତ୍ର ଆଇସିଡ଼ିଏସ ଓ ଏନଆରଏଚଏମ ଭଳି ପ୍ରୋଜେକ୍ଟ କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ ନୀରବ ରହିଲା । ଏହା କଣ ସମ୍ବିଧାନରେ ଘୋଷିତ “ସାମାଜବାଦ” କି?

          ବହୁ ସମୟରେ ଆନ୍ତର୍ଜାତୀୟ ମାନବିକ ଅଧିକାର ସଂଗଠନମାନେ ବିଶ୍ଵବ୍ୟାଙ୍କ ଦେଉଥିବା ରୁଣ କ୍ଷେତ୍ରରେ ମାନବିକ ଅଧିକାର ପ୍ରସଙ୍ଗକୁ ଗୌଣ କରୁଥିବାର ଅଭିଯୋଗ ବ୍ୟାଙ୍କ ବିରୁଦ୍ଧରେ ଆଣିଛନ୍ତି । “ମାନବିକ ଅଧିକାର କ୍ଷେତ୍ରରେ ଦାୟୀତ୍ଵ ବୋଧ ନରହିଲେ ତାହା କଦାପି ଦାରିଦ୍ର ଦୂରୀକରଣ କ୍ଷେତ୍ରରେ ସହାୟକ ହେବ ନାହିଁ” (ଏଫଆଇଏଏନ ନ୍ୟୁଜ) ବୋଲି ସେମାନେ ଯୁକ୍ତି କରୁଛନ୍ତି । ତେଣୁ ଏ ଦିଗରେ ଆଗକୁ ନିଜର ଦୁର୍ବଳତାକୁ ବିଶ୍ୱବ୍ୟାପି ନିନ୍ଦିତ ହେବା ଆଗରୁ ସରକାର ଏକ କାମର ବାତାବରଣ ପ୍ରତିଷ୍ଠା କରନ୍ତୁ, ପ୍ରୋଜେକ୍ଟ ଅନ୍ତର୍ଗତ କର୍ମଚାରୀଙ୍କ ଅଧିକାରର ସୁରକ୍ଷା ପାଇଁ ତାହାକୁ ସ୍ଥାୟୀ କରାନ୍ତୁ ଓ ପ୍ରୋଜେକ୍ଟ ଭିତ୍ତିକ ଖର୍ଚ୍ଚରେ ସମ୍ପୂର୍ଣ ସ୍ଵଛତା ଆଣନ୍ତୁ । ନିର୍ବାଚିତ ପ୍ରତିନୀଧି ତଥା ପ୍ରଶାସକବର୍ଗ ଯଦି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିଶ୍ଵବ୍ୟାଙ୍କ କର୍ତ୍ତୁତ୍ଵରୁ ମୁକ୍ତ କରିପାରନ୍ତେ ତେବେ ତାହା ଅଧିକ ପ୍ରଭାବଶାଳୀ ହୋଇପାରନ୍ତା

No comments:

Post a Comment