Wednesday, June 27, 2018

କେତେ ଅବହେଳିତ ସାମାଜିକ ସୁରକ୍ଷା ଯୋଜନା


କେତେ ଅବହେଳିତ ସାମାଜିକ ସୁରକ୍ଷା ଯୋଜନା
2008 ରୁ 2018 ମସିହା, ଏହି ଦଶ ବର୍ଷ ମଧ୍ୟରେ ଓଡିଶା ବିଧାନସଭାର ସଦସ୍ୟମାନେ ନିଜର ଦରମା ଦୁଇ ଥର ବୃଦ୍ଧି କରିସାରିଛନ୍ତି ଥରେ 2011 ମସିହାରେ କରିଥିଲେ ଓ ଏବେ 2017 ମସିହାରେ ବୃଦ୍ଧି କଲେ 2008 ମସିହାରେ ଜଣେ ସାଧାରଣ ବିଧାନସଭା ସଦସ୍ୟ ମାସିକ ଦରମା ଓ ଭତ୍ତାକୁ ମିଶାଇ 21960 ଟଙ୍କା ପାଉଥିଲା ବେଳେ 2018 ମସିହାରେ ଏହା ଏକ ଲକ୍ଷରୁ ଉର୍ଦ୍ଧ ଅର୍ଥାତ ଗଲା 10 ବର୍ଷ ମଧ୍ୟରେ ପାଞ୍ଚଗୁଣା ବୃଦ୍ଧି ଘଟି ସାରିଲାଣି ସେହିଭଳି ଗଲା ଦଶ ବର୍ଷ ମଧ୍ୟରେ ଷଷ୍ଠ ଓ ସପ୍ତମ ବେତନ କମିଶନ ଲାଗୁ ହୋଇସାରିଲାଣି ଷଷ୍ଠ ବେତନ କମିଶନରେ ସଚୀବଙ୍କ ଦରମା ପ୍ରାୟତଃ ଦୁଇ ଗୁଣା ବୃଦ୍ଧି ଘଟି ଥିଲା ଓ ଷଷ୍ଠରୁ ସପ୍ତମ ମଧ୍ୟରେ ଏହା 63% ପ୍ରତିଶତ ବୃଦ୍ଧି ଘଟିଲା ଅର୍ଥାତ ଗଲା ଦଶ ବର୍ଷ ମଧ୍ୟରେ ଯୁବ ଆଇଏଏସ ଅଫିସରଙ୍କ ଦରମା ଅନ୍ୟୁନ ଚାରିଗୁଣା ବୃଦ୍ଧି ଘଟି ସାରିଲାଣି ଓ ସେ ସଚିବ ପାହ୍ୟା କୁ ଗଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା ପାଇଲେଣି ଅର୍ଥନୈତିକ ସର୍ଭେର ତଥ୍ୟ ଅନୁସାରେ 2008 ମସିହା ଠାରୁ ଦରଦାମ ବା ମୁଦ୍ରା ସ୍ଫୀତି 5.5 ରୁ 6% ବୃଦ୍ଧି ଘଟିଲେ 2018 ମସିହା ବେଳକୁ ଶହେ ଟଙ୍କାର ଜିନିଷଟି ଅନ୍ୟୁନ 180 ଟଙ୍କାରେ ଉପଲବ୍ଧ ହେଲାଣି ଅଥଚ ଯେଉଁ ଗଲା ଦଶ ବର୍ଷ ତଳେ ବାର୍ଦ୍ଧକ୍ୟ ଭତ୍ତା ମାସକୁ ଯେଉଁ 300 ଟଙ୍କା ଥିଲା 2018 ମସିହାରେ ସେହି 300 ଟଙ୍କାରେ ଅଛି ନା ବିଧାନସଭାରେ ଏହାର ଗୁରୁତ୍ଵ ଉପଲବ୍ଧି ହେଲା ନା ସଚିବାଳୟରେଏହାକୁ ଆମେ ଏକ ଆଦର୍ଶ କହିବ ନା ସଂପୂର୍ଣ୍ଣ ଅମାନବୀୟତା ? ଓଡିଆ ସାହିତ୍ୟର ପ୍ରସିଦ୍ଧ ଗାଳ୍ପିକ ବସନ୍ତ କୁମାର ଶତପଥିଙ୍କ ମର୍ମସ୍ପର୍ଶୀ ଗଳ୍ପ କାଠରେ ଜଣେ ବୃଦ୍ଧ ଆଦିବାସୀ ପ୍ରତି ଜଣେ ମଧ୍ୟବିତ୍ତର ଯେଉଁ ସମ୍ବେଦନହୀନତା ଗାଳ୍ପିକ ଦର୍ଶାଇଛନ୍ତି ଆଜି ତାହା ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ଓ ଅମଲାତନ୍ତ୍ର ମଧ୍ୟରେ ଦେଖା ଯାଇଛି ନଚେତ କାହିଁ ମାସକୁ 300 ଟଙ୍କା ଓ କାହିଁ ଏକ ଲକ୍ଷ ଟଙ୍କା, ଏହାକୁ କଣ ଗ୍ରହଣ କରାଯାଇପାରିଥାନ୍ତା କି? 
          ଆଜିର ବୃଦ୍ଧ ମଣିଷ ଗଲା କାଲିର ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ଗ୍ରାମ୍ୟ କଳାକାର, କ୍ଷୁଦ୍ର ଚାଷୀ, ଖଣି ଖାଦାନର ଶ୍ରମିକ, କ୍ଷୁଦ୍ର ଦୋକାନୀ ଅଥବା ଉଦ୍ୟୋଗର ଅସଂଗଠିତ ଶ୍ରମିକ । । ଅର୍ଥନୀତିର ସରଳ ସଜ୍ଞା ଭିତରେ ସେ ନିଜେ ଜଣେ ଉତ୍ପାଦକ ଓ ଉପଭୋକ୍ତା ମଧ୍ୟ । ଦେଶର ଜିଡିପି (gross domestic product)ରେ ତାର ଅବଦାନ ରହିଛି । ନିଜର ଯୁବା ବୟସରେ ସେହି ବ୍ୟକ୍ତି ଜଣକ କେତେ ଯେ ଚାଷ କରିଥିବ ଅଥବା କେତେ ଘର ନିର୍ମାଣ କରିଥିବ ତାହାର କୌଣସି ରେକର୍ଡ ନାହିଁ। ଭୁବନେଶ୍ଵର ପାଖାପାଖି ପ୍ରତ୍ୟେକ ମଜୁରିଆ କହେ ବିଧାନ ସୌଧ, ସଚିବାଳୟ, ଏମଏଲଏ କଲୋନୀ ଅଥବା ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ରାଷ୍ଟ୍ର ନିର୍ମାଣର ପ୍ରତୀକ ପଛରେ ଥିବା ତାର ଅବଦାନ   ଗାଁରେ ବୁଢା ଚାଷୀ କୁହେ, “ମୋ ହାତ ଚାଲୁଥିଲା ବେଳେ ଏହି ମାଟିରେ କେମିତି ସୁନା ଫଳଉଥିଲି ଓ ତାହାକୁ ତ ଖାଇ ସେହି ଗାଁର ପୁଅ ଆଜି ଏମଏଲଏ ହୋଇଛି କି ଆଇଏଏସ ହୋଇଛି!” କୋରାପୁଟ ଅଞ୍ଚଳର ଆଦିବାସୀ ଚାଷୀ ଗର୍ବରେ କୁହେ ସେ କେମିତି ଏକ ଏକର ଜମିରେ ଝରଣା ପାଣି ମଡାଇ 29 ପ୍ରକାରର ଚାଷ ବର୍ଷରେ କରିଥାଏ  ଯେଉଁଥିରେ ଥାଏ ଧାନ, ମାଣ୍ଡିଆ, ଜହ୍ନା, କେଡଯହ୍ନା, ବିଭିନ୍ନ କନ୍ଦମୂଳ, ଶୁଆଁ, ଆଲସୀ, କୋଳଥ, ମସୁରୀ ପରି ଅନେକ କିସମର ଦ୍ରବ୍ୟ । ବରଗଡର ବୁଣାକାର କୁହେ ନିଜ ବୟସ ଥିଲା ବେଳେ ଥରେ ଇନ୍ଦିରା ଗାନ୍ଧୀଙ୍କ ପାଇଁ ତାଙ୍କ ଲୋକେ ଲୁଗା ବୁଣି ପଠାଇଥିଲେ । ଆମର ଅର୍ଥନୀତିରେ ପେନସନର ସୁବିଧା ରହିଲା କାରଣ ଜଣେ ବ୍ୟକ୍ତି ରାଷ୍ଟ୍ର ନିର୍ମାଣରେ ନିଜର ଯୁବା ସମୟ ସଂପୂର୍ଣ୍ଣ ଭାବରେ ଦେଲା ପରେ ତାହାର ବାର୍ଦ୍ଧକ୍ୟ ସମୟରେ ତାହାର ପ୍ରତିପୋଷଣ ଦାୟିତ୍ଵ ରାଷ୍ଟ୍ରରଅଥଚ ବହୁଳ ପ୍ରଚାରିତ ଓ ପ୍ରସାରିତ ବିକାଶ ଓ ଦେଶର ଜାତୀୟତାର ସଂକଳ୍ପ  ସତେରେ ଏହି ବୃଦ୍ଧ ବୃଦ୍ଧାମାନଙ୍କୁ ଦେଲା କ? ଏହା ତ ଆମେ କଦାପି ଅସ୍ଵୀକାର କରିପାରିବା ନାହିଁ ଯେ ବ୍ୟକ୍ତିର ନିଜସ୍ଵ ସମ୍ମାନ ସହିତ ରାଷ୍ଟ୍ରର ସମ୍ମାନ ଜଡିତ ରହିଛି ଓ ଏହା ପରିପୂରକ ମଧ୍ୟ । ତେବେ ଏ କ୍ଷେତ୍ରରେ ଏକ ରାଷ୍ଟ୍ରର ଦାୟିତ୍ଵ କ?
ରାଜ୍ୟର ବୃଦ୍ଧ ବୃଦ୍ଧାମାନେ ନିଜର ଭବିଷ୍ୟତକୁ ସୁରକ୍ଷିତ କରିନପାରିବା ଅଥବା ଏକ ଅବହେଳିତ ଜୀବନ ବିତାଇବା ପଛରେ କାରଣ ହେଲା ଶସ୍ତା ଶ୍ରମ, ଅସଂଗଠିତ ଶ୍ରମଶକ୍ତି, କୃଷି କ୍ଷେତ୍ରରୁ ବିସ୍ଥାପନ, କ୍ରମାଗତ ଜଙ୍ଗଲ ସମ୍ପଦର ଅବକ୍ଷୟ ସାଙ୍ଗକୁ ସ୍ୱାସ୍ଥ୍ୟ, ପରିବହନ ଭଳି ଅତ୍ୟାବଶ୍ୟକ ବ୍ୟବସ୍ଥାର ନିଜସ୍ଵିକରଣ ଏହାସହିତ କ୍ରମାଗତ ପ୍ରାକୃତିକ ଦୁର୍ବିପାକ, ନିଜ ଶ୍ରମର ଅବମୂଲ୍ୟାୟନ ଓ ଦରଦାମ ବୃଦ୍ଧି ଜଣେ କାର୍ଯ୍ୟକ୍ଷମ ବ୍ୟକ୍ତିକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେଇ ଥାଏ ଆଜିର ବଜାରୀ କରଣ ଯୁଗରେ ଅତୀତର ସେହି କାର୍ଯ୍ୟକ୍ଷମ ଯୁବକ/ଯୁବତୀ ଆକି ଏକ ଅଲୋଡା ଜୀବନ ବିତାଉଛନ୍ତିସେମାନେ ହୁଏତ ମାନି ନେଇଛନ୍ତି ଯେ ସେମାନଙ୍କ ସେହି ଅଲୋଡାପଣିଆ ଓ ଦାରିଦ୍ର ପାଇଁ ସେହିମାନେ ହିଁ ଦାୟୀ କାରଣ ଭାଗ୍ୟ ସେମାନଙ୍କ ସାଥି ଦେଲା ନାହିଁ ମାତ୍ର ଆଜିର ବଜାର ବ୍ୟବସ୍ଥା ସାଧାରଣ ମଣିଷର ଅସ୍ମିତାକୁ ନଷ୍ଟ କରିଦେଇ ଯାହାର ପକେଟ ଯେତେ ଉଚ୍ଚା ତାହାର ବଜାରରେ ସେତିକି ଭାଉ ଯେତେବେଳେ ନିର୍ଦ୍ଦିଷ୍ଟ କରିଦେଲା ସେତେବେଳେ ମାସକୁ ତିନିଶହ ଟଙ୍କିଆ ବୁଢା ବୁଢୀଙ୍କ ପାଇଁ ଆଜିର ମୁଦ୍ରାସ୍ଫୀତିରେ ବା କଣ ମୂଲ୍ୟ?
          ଭାରତୀୟ ସମ୍ବିଧାନର ଧାରା 47ରେ ପ୍ରାବଧାନ ରହିଲା ଯେ ପ୍ରତ୍ୟେକ ନାଗରିକ ଯେ ଭଳି ପୁଷ୍ଟିକର ଖାଦ୍ୟ ପାଇପାରିବେ, ଜୀବନର ମାନରେ ବୃଦ୍ଧି ଘଟିବା ସହିତ ସ୍ୱାସ୍ଥ୍ୟର ବିକାଶ ଯେପରି ଘଟିବ ସେଥିଲାଗି ସରକାର ପ୍ରାଥମିକତା ଦେବେଅନୁମାନ କରାଯାଉଥିଲା ଯେ କେନ୍ଦ୍ର ସରକାରଙ୍କ ସପ୍ତମ ବେତନ କମିଶନକୁ ରାଜ୍ୟ ସରକାର ଲାଗୁ କରିବା ସମୟରେ ଏପରିକି ବିଧାନସଭାରେ ନିର୍ବାଚିତ ସଦସ୍ୟମାନେ ନିଜର ଦରମାର ବୃଦ୍ଧି ଲାଗି ନିଷ୍ପତ୍ତି ନେବା ସମୟରେ ସାମାଜିକ  ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାର ବୃଦ୍ଧି ଘଟିବ ମାତ୍ର ତାହା ହେଲା ନାହିଁ  କିନ୍ତୁ କୌତୁକର ବିଷୟ ହେଲା ଯେ ନିର୍ବାଚନ ସମୟରେ ଗ୍ରାମର ଏହି ତିନିଶହ ଟଙ୍କିଆ ବୁଢା ବୁଢୀ ହିଁ ନେତାଙ୍କ ପାଇଁ କିଛି ତମାଖୁ, ଖଣ୍ଡେ ଲୁଗା, କିଛି ହାତଗୁଞ୍ଜା ଓ ମିଥ୍ୟା ପ୍ରତିଶ୍ରୁତିର ସହଜ ଉପାଦାନ ପାଲଟି ଯାନ୍ତି
                    ରାଜ୍ୟ ସରକାର ଯେଉଁ ଗରିବ ସୀମାରେଖାର ସର୍ତ୍ତ ରଖିଛନ୍ତି ସେହି ରେଖା ଏବେ ଅସ୍ପଷ୍ଟ ତେନ୍ଦୁଲକର କମିଟି ରିପୋର୍ଟ ଅନୁସାରେ 2011 -12 ମସିହାରେ ଗ୍ରାମାଞ୍ଚଳରେ ମାସିକ 695 ଟଙ୍କା ଓ ସହରାଞ୍ଚଳରେ ମାସିକ 861 ଟଙ୍କାରୁ କମ ବ୍ୟୟ କରୁଥିବା ବ୍ୟକ୍ତିକୁ ଦାରିଦ୍ରା ସୀମାରେଖା ତଳେ ଧରାଯାଉଥିଲା (source: Economic Survey of Odisha, 2017-18) ଏହାକୁ ଏବେ 2016-17ର ମୁଦ୍ରାସ୍ଫୀତି ଅନୁସାରେ ଦେଖିଲେ ଯଥାକ୍ରମେ ହେବ 843 ଟଙ୍କା ଓ 1008 ଟଙ୍କା ହେବ (source: ‘Universal Basic Income, 2016-17 by Govt. of India) ମାତ୍ର ରାଜ୍ୟ ସରକାର 300 ଟଙ୍କା ଦେଇ ଚାଲିଛନ୍ତି, ନିଜେ ଜଣେ ମାନବିକ ଅଧିକାର କର୍ମୀ ଭାବରେ ବହୁ ବାର ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ହେଉ ଅଥବା ସୁନ୍ଦରଗଡର ଖଣି ଅଞ୍ଚଳ ହେଉ ଏପରିକି ଚାଷୀ ଆତ୍ମହତ୍ୟା ର ଜିଲ୍ଲା ବରଗଡ ହେଉ ଅଥବା ଖଣି ନାମରେ ଲୋକଙ୍କ ଉଜାଡି ଦେଉଥିବା ଯାଜପୁର ଜିଲ୍ଲା ହେଉ ଅଥବା ପୁରୀ ଜିଲ୍ଲାର ବିଧବାଙ୍କ ଅବସ୍ଥିତି ହେଉ ସବୁ ଠାରେ ଏହି ବୃଦ୍ଧ ବୃଦ୍ଧା ଓ ବିଧବାମାନେ ଅତି ଆଶାୟୀ ଭାବରେ ତିନି ଶହ ଟଙ୍କା ଓ ମାସକୁ ପାଞ୍ଚ କିଲୋ ଚାଉଳକୁ ଚାହିଁ ରହିଥାନ୍ତିଏହା ରାଜ୍ୟ ଅର୍ଥନୀତିର ବାସ୍ତବତା ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଅନୁସାରେ ପ୍ରତ୍ୟେକ ବୃଦ୍ଧ ବୃଦ୍ଧା ଯେଉଁମାନେ ଦାରିଦ୍ର ସୀମା ରେଖା ତଳେ ଅଛନ୍ତି ଅଥବା ଯେଉଁମାନଙ୍କ ବାର୍ଷିକ ଆୟ 24,000 ଟଙ୍କାରୁ କମ ସେହିମାନେ ଉକ୍ତ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଅର୍ଥାତ ମାସକୁ ଦୁଇହାଜର ଟଙ୍କାର ଏକ ସୀମା ରେଖା ରାଜ୍ୟ ସରକାର ନିଜେ ଟାଣିଲା ପରେ ଏହାକୁ ପୁଣି ନିଜେ 300 ଟଙ୍କା ମଧ୍ୟରେ ସୀମିତ ରଖିବା ଅତ୍ୟନ୍ତ ଦୁଃଖର କଥା ଏଠାରେ ସୁଚିତ କରୁଛୁ ଯେ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗନାରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ମାସିକ 1000 ଟଙ୍କା ଓ ଭିନ୍ନକ୍ଷମ ଭତ୍ତା 1500 ଟଙ୍କା, ପଶ୍ଚିମ ବଙ୍ଗରେ ସମସ୍ତ ଭତ୍ତା ମାସିକ 750 ଟଙ୍କା, ହରିୟାନାରେ ମାସିକ 1200 ଟଙ୍କା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ 1000 ଟଙ୍କା, ଦିଲ୍ଲୀରେ ଏହା ମାସକୁ 2000 ଟଙ୍କା ଇତ୍ୟାଦି ଥିଲା ବେଳେ ଓଡିଶାରେ ଏହା 300 ଟଙ୍କା ମଧ୍ୟରେ ସୀମିତ ରହିଛି
          ଏଭଳି ଦୁର୍ଦ୍ଦିନରୁ ରାଜ୍ୟର ଜନ ସଂଖ୍ୟାର ଅନ୍ଯୁନ 10 ଭାଗ ଏହି ବୃଦ୍ଧ ବୃଦ୍ଧା ବିଧବା ଓ ଭିନ୍ନକ୍ଷମଙ୍କୁ ସାମାଜିକ ସୁରକ୍ଷା ଯୋଜନା ନାମରେ ମିଳୁଥିବା ଭତ୍ତାକୁ ମାସିକ 300 ଟଙ୍କା ବଦଳରେ ଅନୁନ୍ୟ ମାସକୁ 2000 ଟଙ୍କା ଦେବାର ପ୍ରାବଧାନ କରାଯିବା ସହିତ ବାର୍ଦ୍ଧକ୍ୟ ଭତ୍ତା ପାଇବାର ବୟସ ସୀମା 55 ବର୍ଷ ରଖାଯିବା ଆବଶ୍ୟକ ସେହିପରି ସରକାରୀ କର୍ମଚାରୀଙ୍କ ପେନସନ କ୍ଷେତ୍ରରେ ପ୍ରତି 6 ମାସରେ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାକୁ ମୁଦ୍ରାସ୍ଫୀତି ଅନୁସାରେ ବୃଦ୍ଧି କରାଗଲେ ହିତାଧିକାରୀଙ୍କ ପାଇଁ ଏକ ସ୍ଥାୟୀ ସମାଧାନ ମିଳିପାରିବଏହା ସହିତ ସେମାନେ ଯେପରି ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ ସମାଜର ବିଭିନ୍ନ କାରଣ ହେତୁ ଅବହେଳିତ ହେଉଥିବା ମହିଳା, ଏକୁଟିଆ ଥିବା ମହିଳା ଓ କିନ୍ନରମାନଙ୍କୁ ଏହି  ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଗଲେ ସେମାନେ ସମ୍ମାନର ସହିତ ନିଜ ଜୀବନ ଅତିବାହିତ କରିପାରିବେ  
9437762272
debasar11@yahoo.co.in

No comments:

Post a Comment